ଆଳ ଦର୍ଶାଇ ଅଟକାଯାଇପାରିବ ନାହିଁ ଗ୍ରାଚ୍ୟୁଇଟି ଦେୟ
କଟକ,୫ା୧୧(କାର୍ତ୍ତିକ ସାହୁ): ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରି ସର୍ତ୍ତାବଳୀ-୨୦୧୧ରେ କୌଣସି ଉଲ୍ଲେଖ ନାହିଁ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ କର୍ମଚାରୀଙ୍କ ବିରୋଧରେ ଅଡିଟ ସରଚାର୍ଜ କେସ୍ କିମ୍ବା ଭିଜିଲାନ୍ସ କେସ୍ ଆଦି ଆଳରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କିମ୍ବା ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ଅଟକାଇପାରିବେ ନାହିଁ ବୋଲି ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ମିଶ୍ର ଏ ସଂକ୍ରାନ୍ତୀୟ ମାମଲାର ବିଚାର […] The post ଆଳ ଦର୍ଶାଇ ଅଟକାଯାଇପାରିବ ନାହିଁ ଗ୍ରାଚ୍ୟୁଇଟି ଦେୟ appeared first on Dharitri Odia News.
କଟକ,୫ା୧୧(କାର୍ତ୍ତିକ ସାହୁ): ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରି ସର୍ତ୍ତାବଳୀ-୨୦୧୧ରେ କୌଣସି ଉଲ୍ଲେଖ ନାହିଁ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ କର୍ମଚାରୀଙ୍କ ବିରୋଧରେ ଅଡିଟ ସରଚାର୍ଜ କେସ୍ କିମ୍ବା ଭିଜିଲାନ୍ସ କେସ୍ ଆଦି ଆଳରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କିମ୍ବା ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ଅଟକାଇପାରିବେ ନାହିଁ ବୋଲି ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ମିଶ୍ର ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି।
ଏଥିସହ ଗ୍ରାଚ୍ୟୁଇଟି ଆଇନ ଅପିଲ କର୍ତ୍ତୃପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୃପକ୍ଷ କଟକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ପରିଚାଳକ-ନଳିନୀକାନ୍ତ ଷଡ଼ଙ୍ଗୀଙ୍କ ଗ୍ରାଚ୍ୟୁଇଟି ସମ୍ବନ୍ଧୀୟ ସମସ୍ତ ପ୍ରାପ୍ୟ ୧୦% ସୁଧ ସହ ପ୍ରଦାନ କରିବାକୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟର କରିଥିବା ରିଟ୍କୁ ହାଇକୋର୍ଟ ଖାରଜ କରିବା ସହ ଅପିଲ କର୍ତ୍ତୃପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଆଦେଶକୁ କାଏମ ରଖିଥିବା ଜଣାଯାଇଛି।
ବିବରଣୀରୁ ପ୍ରକାଶ ଯେ, ସମବାୟ କର୍ମଚାରୀ ନଳିନୀକାନ୍ତ ଷଡ଼ଙ୍ଗୀ ଚାକିରିରେ ଯୋଗଦେବାଠାରୁ ବିଭିନ୍ନ ଆର୍ଥତ୍କ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନେକ ଥର ତାଙ୍କ ବିରୋଧରେ ଚାର୍ଜଶିଟ୍ ହୋଇଥିଲା। ଅବସର ଗ୍ରହଣ କରିବା ପୂର୍ବରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩ (୧) (ଘ) ସହିତ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୬୮, ୪୨୦ ଓ ୧୨୦-ଖ ଅନୁଯାୟୀ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଭିଜିଲାନ୍ସ କେସ୍ ନଂ. ୪୩/୨୦୧୧ ରୁଜୁ କରାଯାଇଥିଲା, ଯାହା ଏବେ ବିଚାରାଧୀନ ଅଛି।
ଷଡ଼ଙ୍ଗୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ବରୀ ଶାଖାରେ କାର୍ଯ୍ୟ କରୁଥିବାବେଳେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଟି ଅଡିଟ ସରଚାର୍ଜ କେସ୍ ମଧ୍ୟ ରହିଛି। ଏହାକୁ ଭିତ୍ତିକରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଗ୍ରାଚ୍ୟୁଇଟି ଦେୟ ପ୍ରଦାନ ନ କରିବାରୁ ସେ ୬,୧୭,୫୧୩ ଟଙ୍କାର ଗ୍ରାଚ୍ୟୁଇଟି ଏବଂ ସୁଧ ଦାବି କରି ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ନିୟନ୍ତ୍ରଣ କର୍ତ୍ତୃପକ୍ଷ ୨୦୨୦ ଜାନୁୟାରୀ ୩ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ୩୦ ଦିନ ମଧ୍ୟରେ ଷଡ଼ଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଦେଶ ବିରୋଧରେ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଅପିଲକୁ କେସ୍ ନଂ.୦୯/୨୦୨୧କୁ ଅପିଲ କର୍ତ୍ତୃପକ୍ଷ ଖାରଜ କରି ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଆଦେଶକୁ କାଏମ ରଖିବା ସହ ଷଡ଼ଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ୨୦୨୨ ମାର୍ଚ୍ଚ ୨୮ରେ ଆଦେଶ ଦେଇଥିଲେ। ଉକ୍ତ ଆଦେଶକୁ ବିରୋଧ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ହାଇକୋର୍ଟରେ ରିଟ୍ ପିଟଶନ ଦାୟର କରିଥିଲେ।
The post ଆଳ ଦର୍ଶାଇ ଅଟକାଯାଇପାରିବ ନାହିଁ ଗ୍ରାଚ୍ୟୁଇଟି ଦେୟ appeared first on Dharitri Odia News.