ଇଲେକ୍ଟୋରାଲ୍ ବଣ୍ଡ୍‌ ଉପରେ ‘ସୁପ୍ରିମ୍’ ରୋକ୍; ‘RTI ନିୟମ ଉଲ୍ଲଙ୍ଘନ କରୁଛି ଯୋଜନା’

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡ୍‌ ବୈଧତାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଇଲେକ୍ଟୋରାଲ୍ ବଣ୍ଡ୍‌ ଅସାମ୍ବିଧାନିକ କହି ରୋକ୍ ଲଗାଇଲେ କୋର୍ଟ । ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି ଏହି ଯୋଜନା । ରାଜନୈତିକ ଦଳମାନଙ୍କୁ ଆସୁଥିବା ନିର୍ବାଚନୀ ଅର୍ଥରାଶି ବାବଦରେ ଭୋଟରଙ୍କର ଜାଣିବାର ଅଧିକାରୀ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ରାୟ ଶୁଣାଉଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତି ବେଶ୍ ଗୁରୁତ୍ବପୂର୍ଣ୍ଣ । ଗତବର୍ଷରୁ ଅକ୍ଟୋବର ୩୧ ତାରିଖରୁ ମାମଲାରେ ଲଗାତାର ଭାବେ ଶୁଣାଣି ଜାରି ରହିଛି । #WATCH | Advocate Prashant Bhushan says "The Supreme Court has struck down the Electoral Bond scheme and all the provisions that were made to bring it into effect have been struck down. They have held that this violates the fundamental right to information of citizens to know… https://t.co/p0jF21bOAH pic.twitter.com/wizF38Lvfj — ANI (@ANI) February 15, 2024 ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ରାୟ ଶୁଣାଇଛନ୍ତି । ଶୁଣାଣି ବେଳେ ଆବେଦନକାରୀ ଓ ବିପକ୍ଷ ପକ୍ଷ ସର୍ବୋଚ୍ଚ ଅଦାଲତରେ ନିଜ ନିଜର ଦସ୍

ଇଲେକ୍ଟୋରାଲ୍ ବଣ୍ଡ୍‌ ଉପରେ ‘ସୁପ୍ରିମ୍’ ରୋକ୍; ‘RTI ନିୟମ ଉଲ୍ଲଙ୍ଘନ କରୁଛି ଯୋଜନା’

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡ୍‌ ବୈଧତାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଇଲେକ୍ଟୋରାଲ୍ ବଣ୍ଡ୍‌ ଅସାମ୍ବିଧାନିକ କହି ରୋକ୍ ଲଗାଇଲେ କୋର୍ଟ । ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି ଏହି ଯୋଜନା । ରାଜନୈତିକ ଦଳମାନଙ୍କୁ ଆସୁଥିବା ନିର୍ବାଚନୀ ଅର୍ଥରାଶି ବାବଦରେ ଭୋଟରଙ୍କର ଜାଣିବାର ଅଧିକାରୀ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ରାୟ ଶୁଣାଉଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତି ବେଶ୍ ଗୁରୁତ୍ବପୂର୍ଣ୍ଣ । ଗତବର୍ଷରୁ ଅକ୍ଟୋବର ୩୧ ତାରିଖରୁ ମାମଲାରେ ଲଗାତାର ଭାବେ ଶୁଣାଣି ଜାରି ରହିଛି ।

ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ରାୟ ଶୁଣାଇଛନ୍ତି । ଶୁଣାଣି ବେଳେ ଆବେଦନକାରୀ ଓ ବିପକ୍ଷ ପକ୍ଷ ସର୍ବୋଚ୍ଚ ଅଦାଲତରେ ନିଜ ନିଜର ଦସ୍ତବିଜ୍ ରଖିଥିଲେ । କୋର୍ଟ ଅକ୍ଟୋବର ୩୧ ତାରିଖରୁ  ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଉଭୟ ପକ୍ଷକୁ ଗମ୍ଭୀରତାର ସହ ଶୁଣିବା ସହିତ ରାୟକୁ ସଂରକ୍ଷିତ ରଖିଥିଲେ ।

https://www.prameyanews7.com/farmers-government-gear-up-for-third-round-of-talks-today-as-protests-intense/

ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନୀ ବଣ୍ଡ୍ ଯୋଜନାରେ କିଛି ଦୋଷ ଦୁର୍ବଳତା ରହିଛି । ଏହି ବଣ୍ଡରେ ଅଜ୍ଞତା ଓ ଗୋପନୀୟତା ରହୁଛି । ଏହି ସୂଚନା ଷ୍ଟେଟ୍ ବ୍ୟାଙ୍କ ନିକଟରେ ଅପଲବ୍ଧ ରହୁଛି ଏବଂ ତାଙ୍କ ପର୍ଯ୍ୟନ୍ତ ଯାଞ୍ଚ ଏଜେନ୍ସି ମଧ୍ୟ ପହଞ୍ଚି ପାରିବ । ଏହା ସହିତ କୋର୍ଟ ଟିପ୍ପଣୀ ଦେଇ କହିଛନ୍ତି, ଯଦି ସମସ୍ତ ରାଜନୈତିକ ଦଳ ନିକଟରେ ସମାନ ସୁବିଧା ନମିଲେ, ତେବେ ଏହି ଯୋଜନାକୁ ନେଇ ଅସ୍ପଷ୍ଟତା ସ୍ଥିତି ଲାଗି ରହିବ । ଏହି ଯୋଜନାକୁ କଳାଧନ ହେରଫେର୍ କରିବା ଲକ୍ଷ୍ୟରେ କରାଯାଇଛି ବୋଲି କୁହାଯାଉଛି । କେଉଁ ଦଳକୁ କେତେ ନିର୍ବାଚନୀ ଅର୍ଥରାଶି ମିଳୁଛି ତାହା ଭୋଟର ଜାଣିବା ଦରକାର ବୋଲି କୋର୍ଟ କହିଛନ୍ତି ।

https://www.prameyanews7.com/nitin-gadkari-visit-odisha-today/

ଇଲେକ୍ଟୋରାଲ୍ ବଣ୍ଡ୍‌ସ ଯୋଜନା ୨ ଜାନୁଆରୀ ୨୦୧୮ରୁ ଆରମ୍ଭ ହୋଇଛି । ଏହା ଦ୍ବାରା ଭାରତର କେହି ବି ନାଗରିକ ଇଲେକ୍ଟୋରାଲ୍ ବଣ୍ଡ୍‌ସ କିଣି ପାରିବେ । କୌଣସି ବ୍ୟକ୍ତି ଏକାକୀ କିମ୍ବା ମିଳିତ ଭାବେ ନିର୍ବାଚନୀ ବଣ୍ଡ୍‌ସ  କିଣିପାରିବେ । ୧୯୫୧ ଆଇନ ଅନୁଯାୟୀ ଧାରା ୨୯(A) ଦ୍ବାରା ପଞ୍ଜିକୃତ ରାଜନୈତିକ ନିର୍ବାଚନୀ ବଣ୍ଡ୍ସ ସ୍ବୀକାର କରିପାରିବେ । ଏଥିରେ ସର୍ତ୍ତ କେବଳ ପୂର୍ବ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ସେହି ଦଳକୁ ଏକ ପ୍ରତିଶତ ଭୋଟ୍ ମିଳିଥିବା ଆବଶ୍ୟକ ।    

The post ଇଲେକ୍ଟୋରାଲ୍ ବଣ୍ଡ୍‌ ଉପରେ ‘ସୁପ୍ରିମ୍’ ରୋକ୍; ‘RTI ନିୟମ ଉଲ୍ଲଙ୍ଘନ କରୁଛି ଯୋଜନା’ appeared first on Prameya News7.