ଏନ୍‌ଡିଏ-ଇଣ୍ଡିଆକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, କହିଲେ ଧ୍ୱଂସ ହୋଇଯିବେ…

ନୂଆଦିଲ୍ଲୀ,୨୦।୬: ରାଜନୈତିକ ବିଶ୍ଳେଷକ ତଥା ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ଅକ୍ଟୋବରରେ ସେ ନିଜ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ପ୍ରଶାନ୍ତ କିଶୋରଙ୍କ ଏହି ବିବୃତ୍ତି ପରେ ବିହାରର ରାଜନୈତିକ ମହଲରେ ଏକ ଆଲୋଚନା ଏବଂ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବାସ୍ତବରେ ସେ ଭାଜପା ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀ ଦଳର ଇଣ୍ଡିଆ ଆଲାଇନ୍ସକୁ ସିଧାସଳଖ […] The post ଏନ୍‌ଡିଏ-ଇଣ୍ଡିଆକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, କହିଲେ ଧ୍ୱଂସ ହୋଇଯିବେ… appeared first on Dharitri Odia News.

ଏନ୍‌ଡିଏ-ଇଣ୍ଡିଆକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, କହିଲେ ଧ୍ୱଂସ ହୋଇଯିବେ…

ନୂଆଦିଲ୍ଲୀ,୨୦।୬: ରାଜନୈତିକ ବିଶ୍ଳେଷକ ତଥା ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ଅକ୍ଟୋବରରେ ସେ ନିଜ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି।

ପ୍ରଶାନ୍ତ କିଶୋରଙ୍କ ଏହି ବିବୃତ୍ତି ପରେ ବିହାରର ରାଜନୈତିକ ମହଲରେ ଏକ ଆଲୋଚନା ଏବଂ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବାସ୍ତବରେ ସେ ଭାଜପା ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀ ଦଳର ଇଣ୍ଡିଆ ଆଲାଇନ୍ସକୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି ଏବଂ ବିହାରରୁ ସେମାନଙ୍କୁ ଧ୍ୱଂସ କରାଯିବ ବୋଲି ପୂର୍ବାନୁମାନ କରିଛନ୍ତି।

ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ଦଳ ଗଠନ ଘୋଷଣା କରିବା ସହିତ କହିଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ସମ୍ପୂର୍ଣ୍ଣ ଭାବେ ସଫା ହୋଇଯିବ। ସେ ଦାବି କରିଛନ୍ତି ଯେ ଏଥର ବିହାର ବିଧାନସଭା ନିର୍ବାଚନରେ ଲୋକମାନେ ତାଙ୍କ ଦଳକୁ ବିଜୟୀ ଦେବେ।

 

The post ଏନ୍‌ଡିଏ-ଇଣ୍ଡିଆକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, କହିଲେ ଧ୍ୱଂସ ହୋଇଯିବେ… appeared first on Dharitri Odia News.