ଏମିତି ଦେଶ, ଯେଉଁଠି ଲିଭ୍‌-ଇନ୍‌ରେ ରହିପାରିବେନି ପ୍ରେମୀଯୁଗଳ

ଦୁନିଆରେ ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ଆଇନ କାନୁନ୍‌ ରହିଛି। କେଉଁଠି କେଶ କାଟିବାକୁ ଅନୁମତି ନିଆଯାଏ ତ ଆଉ କେଉଁଠି ଟିଭି ଚଳାଇବାକୁ ନିଆଯାଏ ଅନୁମତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଲିଭ୍‌-ଇନ୍‌ରେ ରହିବା ମଧ୍ୟ ମନା ଥାଏ। ଭାରତ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର ହେତୁ ପଡ଼ୋଶୀ ଦେଶ ପାକିସ୍ତାନ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଏଠରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବହୁତ ବୃଦ୍ଧି ପାଇଛି। ଲୋକଙ୍କ ଆର୍ଥିକ ଅବସ୍ଥା ଖରାପରୁ ଖରାପ […] The post ଏମିତି ଦେଶ, ଯେଉଁଠି ଲିଭ୍‌-ଇନ୍‌ରେ ରହିପାରିବେନି ପ୍ରେମୀଯୁଗଳ appeared first on Dharitri Odia News.

ଏମିତି ଦେଶ, ଯେଉଁଠି ଲିଭ୍‌-ଇନ୍‌ରେ ରହିପାରିବେନି ପ୍ରେମୀଯୁଗଳ

ଦୁନିଆରେ ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ଆଇନ କାନୁନ୍‌ ରହିଛି। କେଉଁଠି କେଶ କାଟିବାକୁ ଅନୁମତି ନିଆଯାଏ ତ ଆଉ କେଉଁଠି ଟିଭି ଚଳାଇବାକୁ ନିଆଯାଏ ଅନୁମତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଲିଭ୍‌-ଇନ୍‌ରେ ରହିବା ମଧ୍ୟ ମନା ଥାଏ।

ଭାରତ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର ହେତୁ ପଡ଼ୋଶୀ ଦେଶ ପାକିସ୍ତାନ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଏଠରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବହୁତ ବୃଦ୍ଧି ପାଇଛି। ଲୋକଙ୍କ ଆର୍ଥିକ ଅବସ୍ଥା ଖରାପରୁ ଖରାପ ହେବାକୁ ଯାଉଛି। ଏସବୁ ମଧ୍ୟରେ ସାଧାରଣ ନିର୍ବାଚନ ୮ ଫେବୃଆରୀରେ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଆଜି ଆମେ କିଛି ଅଦ୍ଭୁତ କଥା କହିବୁ, ଯାହା ମଧ୍ୟ ଆଇନଗତ ଭାବରେ ବୈଧ ଅଟେ। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଆମ ଦେଶ ଭାରତରେ ବୟସ୍କା ଯୁବତୀ ଓ ଯୁବକଙ୍କୁ ଲିଭ୍‌-ଇନ୍‌ରେ ରହିବାକୁ ଅନୁମତି ରହିଛି। ଅନେକ ଦେଶରେ ବି ଏହାକୁ ଅନୁମତି ଦିଆଯାଇଛି। କିନ୍ତୁ ପାକିସ୍ତାନ ଏପରି ଏକ ଦେଶ, ଯେଉଁଠାରେ ପ୍ରେମିକା/ପ୍ରେମିକ ଏକାଠି ରହିବାକୁ ଅନୁମତି ନାହିଁ। ପ୍ରେମ କରିପାରିବେ ମାତ୍ର ବିବାହ ପରେ ଏକାଠି ରହିବେ। ଏହାର ପୂର୍ବରୁ ପ୍ରେମୀଯୁଗଳ ଲିଭ୍‌-ଇନ୍‌ରେ ରହିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି।

ଖାଲି ଏତିକି ନୁହେଁ, ପାକିସ୍ତାନରେ ବିନା ଅନୁମତିରେ କେହି କାହାର ଫୋନ୍‌ ଛୁଇଁବା ବେଆଇନ ବୋଲି ବିବେଚନା କରାଯାଏ। ଯଦି ଆପଣ ଭୁଲ୍‌ରେ ମଧ୍ୟ ଅନ୍ୟର ଫୋନକୁ ସ୍ପର୍ଶ କରନ୍ତି, ତେବେ ଦଣ୍ଡର ବ୍ୟବସ୍ଥା ଅଛି। ଏପରି କରୁଥିବା ଅଭିଯୁକ୍ତଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରିବ।

The post ଏମିତି ଦେଶ, ଯେଉଁଠି ଲିଭ୍‌-ଇନ୍‌ରେ ରହିପାରିବେନି ପ୍ରେମୀଯୁଗଳ appeared first on Dharitri Odia News.