ଏସ୍ବିଆଇର ନୂତନ ଉତ୍ପାଦ ସମ୍ଭାର
ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍ବିଆଇ)ର ନୂତନ ଉତ୍ପାଦ ସମ୍ଭାର (ଏମ୍ଟିଏସ୍ କାର୍ଡ ଏମ୍ଟିଏସ୍ କାର୍ଡ, ୱାନ୍ଭିଉ ମୋବାଇଲ୍ ଆପ୍ଲିକେଶନ୍ ଓ ନୂତନ ଡିଜାଇନ୍ ଏସବିଆଇ ଫାଷ୍ଟଟ୍ୟାଗ୍)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସାରା ଭାରତରେ ଗମନାଗମନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବ୍ୟାଙ୍କ ପକ୍ଷରୁ ଏଭଳି ଏକ ଅଭିନବ ସମାଧାନ ପ୍ରଦାନ କରାଯାଇଛି। ଭାରତର ପ୍ରଥମ ଏମ୍ଟିଏସ୍ କାର୍ଡ ଭାବେ ଏମ୍ଟିଏସ୍ ରୁପେ ଏନସିଏମସି ପ୍ରିପେଡ୍ କାର୍ଡକୁ […] The post ଏସ୍ବିଆଇର ନୂତନ ଉତ୍ପାଦ ସମ୍ଭାର appeared first on Dharitri Odia News.
ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍ବିଆଇ)ର ନୂତନ ଉତ୍ପାଦ ସମ୍ଭାର (ଏମ୍ଟିଏସ୍ କାର୍ଡ ଏମ୍ଟିଏସ୍ କାର୍ଡ, ୱାନ୍ଭିଉ ମୋବାଇଲ୍ ଆପ୍ଲିକେଶନ୍ ଓ ନୂତନ ଡିଜାଇନ୍ ଏସବିଆଇ ଫାଷ୍ଟଟ୍ୟାଗ୍)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସାରା ଭାରତରେ ଗମନାଗମନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବ୍ୟାଙ୍କ ପକ୍ଷରୁ ଏଭଳି ଏକ ଅଭିନବ ସମାଧାନ ପ୍ରଦାନ କରାଯାଇଛି। ଭାରତର ପ୍ରଥମ ଏମ୍ଟିଏସ୍ କାର୍ଡ ଭାବେ ଏମ୍ଟିଏସ୍ ରୁପେ ଏନସିଏମସି ପ୍ରିପେଡ୍ କାର୍ଡକୁ ଏନ୍ସିଏମ୍ସିର ପରିବହନ ପ୍ରକଳ୍ପଗୁଡ଼ିକରେ ଯାତାୟାତ ପାଇଁ ନିରବଚ୍ଛିନ୍ନ ଅଫଲାଇନ୍ ପେମେଣ୍ଟ୍ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହି ପ୍ରିପେଡ୍ କାର୍ଡକୁ ଏନ୍ସିଏମ୍ସିର ମେଟ୍ରୋ ରେଳ, ବସ୍, ଫେରି, ଟୋଲ ଓ ପାର୍କିଂରେ ବ୍ୟବହାର କରାଯାଇପାରିବ। ଅନ୍ୟ ଏକ ସମାଧାନ ଭାବେ ୱାନ୍ଭିଉ ମୋବାଇଲ୍ ଆପ୍ଲିକେଶନ ଯାହାକୁ ଏସବିଆଇର ଏନ୍ସିଏମ୍ସି ପ୍ରିପେଡ୍ କାର୍ଡ ପରିଚାଳନା ପାଇଁ ଲାଗି ପ୍ରସ୍ତୁତ କରାଯାଇଛି, ଏହା ଜରିଆରେ ଗ୍ରାହକମାନେ ଗୋଟିଏ ପ୍ଲାଟଫର୍ମରେ ନିଜ କାର୍ଡ ଉପରେ ନଜର ରଖିବା ସହ ତାହାକୁ ପରିଚାଳନା ମଧ୍ୟ କରିପାରିବେ। ସେହିପରି ଅନ୍ୟ ଏକ ସମାଧାନ ଭାବେ ଏସବିଆଇ ଫାଷ୍ଟଟ୍ୟାଗ୍ ପାଇଁ ଉନ୍ନତ ଡିଜାଇନ୍, ଯେଉଁଥିରେ ଗାଡ଼ି ପରିଚୟ ଓ ଟୋଲ୍ ସଂଗ୍ରହ ଦକ୍ଷତାରେ ଉନ୍ନତି ଅଣାଯାଇଛି। ଏହା ସାରା ଦେଶରେ ପରିବହନ ସମୟ କମ୍ କରିବାରେ ସହାୟକ ହେବ। ଏ ସମ୍ପର୍କରେ ଏସବିଆଇର ଚେୟାରମ୍ୟାନ (ଅଧ୍ୟକ୍ଷ) ଚାଲା ଶ୍ରୀନିବାସୁଲୁ ସେଟ୍ଟି କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ସମ୍ଭାରକୁ ଉନ୍ମୋଚନ(ଶୁଭାରମ୍ଭ) କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଦେଶର ପ୍ରଥମ ଏମ୍ଟିଏସ୍ କାର୍ଡ, ୱାନ୍ଭିଉ ମୋବାଇଲ୍ ଆପ୍ଲିକେଶନ୍ ଓ ନୂତନ ଡିଜାଇନ୍ ଏସବିଆଇ ଫାଷ୍ଟଟ୍ୟାଗ୍ର ଶୁଭାରମ୍ଭ ଡିଜିଟାଲ୍ ସମାଧାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏସବିଆଇର ନେତୃତ୍ୱ ଓ ସାର୍ବଜନୀନ ପରିବହନରେ ଉନ୍ନତି ଆଣିବା ପାଇଁ ଆମ ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଏହି ନବସୃଜନଗୁଡ଼ିକୁ ଉପସ୍ଥାପନ କରି ଆମେ ଗର୍ବିତ, ଯାହା ଆମ ଗ୍ରାହକମାନଙ୍କ ପାଇଁ ସୁବିଧା, ନିରାପତ୍ତା ଓ ଦକ୍ଷତାରେ ଉନ୍ନତି ଆଣିବ।
The post ଏସ୍ବିଆଇର ନୂତନ ଉତ୍ପାଦ ସମ୍ଭାର appeared first on Dharitri Odia News.