ଓବିସି ବର୍ଗଙ୍କ ପାଇଁ ତେଲଙ୍ଗାନା ସରକାରଙ୍କ ବଡ଼ ଘୋଷଣା, ଚାକିରି ଓ ରାଜନୀତିରେ ମିଳିବ ୪୨% ସଂରକ୍ଷଣ
ନୂଆଦିଲ୍ଲୀ: ତେଲଙ୍ଗାନା ସରକାର ଓବିସି ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷା, ଚାକିରି, ନିଯୁକ୍ତି ଏବଂ ରାଜନୈତିକ ପ୍ରତିନିଧିତ୍ୱରେ ଓବିସିଙ୍କୁ ୪୨ ପ୍ରତିଶତ ସଂରକ୍ଷଣ ଦିଆଯିବ । ଓବିସିଙ୍କ ପାଇଁ ଥିବା ୨୩ ପ୍ରତିଶତ ସଂରକ୍ଷଣକୁ ବଢାଇ ୪୨ ପ୍ରତିଶତ କରିବା ଲାଗି ଏକ ବିଲ୍ ରାଜ୍ୟ ବିଧାନସଭାରେ ସୋମବାର ପାରିତ ହୋଇଛି ।ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ତେଲଙ୍ଗାନା ବିଧାନସଭାର ନେତା ଏବଂ ମୁଖ୍ୟମନ୍ତ୍ରୀ ଭାବରେ ବୈଜ୍ଞାନିକ ପଦ୍ଧତିକୁ ଆଧାର କରି ମୁଁ ଘୋଷଣା କରୁଛି ଯେ ତେଲଙ୍ଗାନାରେ ଓବିସି ଜନସଂଖ୍ୟା ୫୬.୩୬ ପ୍ରତିଶତ । ଆମେ ଏବେ ଶିକ୍ଷା, ଚାକିରି, ନିଯୁକ୍ତି ଏବଂ ରାଜନୈତିକ ପ୍ରତିନିଧିତ୍ୱରେ ଓବିସି ବର୍ଗଙ୍କ ୪୨ ପ୍ରତିଶତ ସଂରକ୍ଷଣ ସ୍ଥିର କରିବାକୁ ସଂକଳ୍ପ ନେଉଛୁ ।ସେ ଲେଖିଛନ୍ତି, ଭାରତରେ ସାମାଜିକ କ୍ରାନ୍ତିର ନେତୃତ୍ୱ କରିଥିବାରୁ ତେଲଙ୍ଗାନା ଗର୍ବିତ । ଭାରତର ସ୍ୱାଧୀନତା ପରେ ପଛୁଆ ବର୍ଗଙ୍କ ଦୀର୍ଘ ସମୟ ଯାଏର ଦାବି, ପଛୁଆ ଜାତିରୁ ଆସୁଥିବା ଆଣ ଭାଇ ଓ ଭଉଣୀଙ୍କ ସରକାରୀ ଜଣଗଣନାରେ ଗଣତି ଓ ମାନ୍ୟତାର ଇଚ୍ଛା ଶେଷରେ ପୂରଣ ହୋଇଛି ।Telangana is proud to lead the social revolution in #IndiaIt is my honour to announce the longest pending demand of the subaltern grou
ନୂଆଦିଲ୍ଲୀ: ତେଲଙ୍ଗାନା ସରକାର ଓବିସି ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷା, ଚାକିରି, ନିଯୁକ୍ତି ଏବଂ ରାଜନୈତିକ ପ୍ରତିନିଧିତ୍ୱରେ ଓବିସିଙ୍କୁ ୪୨ ପ୍ରତିଶତ ସଂରକ୍ଷଣ ଦିଆଯିବ । ଓବିସିଙ୍କ ପାଇଁ ଥିବା ୨୩ ପ୍ରତିଶତ ସଂରକ୍ଷଣକୁ ବଢାଇ ୪୨ ପ୍ରତିଶତ କରିବା ଲାଗି ଏକ ବିଲ୍ ରାଜ୍ୟ ବିଧାନସଭାରେ ସୋମବାର ପାରିତ ହୋଇଛି ।
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ତେଲଙ୍ଗାନା ବିଧାନସଭାର ନେତା ଏବଂ ମୁଖ୍ୟମନ୍ତ୍ରୀ ଭାବରେ ବୈଜ୍ଞାନିକ ପଦ୍ଧତିକୁ ଆଧାର କରି ମୁଁ ଘୋଷଣା କରୁଛି ଯେ ତେଲଙ୍ଗାନାରେ ଓବିସି ଜନସଂଖ୍ୟା ୫୬.୩୬ ପ୍ରତିଶତ । ଆମେ ଏବେ ଶିକ୍ଷା, ଚାକିରି, ନିଯୁକ୍ତି ଏବଂ ରାଜନୈତିକ ପ୍ରତିନିଧିତ୍ୱରେ ଓବିସି ବର୍ଗଙ୍କ ୪୨ ପ୍ରତିଶତ ସଂରକ୍ଷଣ ସ୍ଥିର କରିବାକୁ ସଂକଳ୍ପ ନେଉଛୁ ।
ସେ ଲେଖିଛନ୍ତି, ଭାରତରେ ସାମାଜିକ କ୍ରାନ୍ତିର ନେତୃତ୍ୱ କରିଥିବାରୁ ତେଲଙ୍ଗାନା ଗର୍ବିତ । ଭାରତର ସ୍ୱାଧୀନତା ପରେ ପଛୁଆ ବର୍ଗଙ୍କ ଦୀର୍ଘ ସମୟ ଯାଏର ଦାବି, ପଛୁଆ ଜାତିରୁ ଆସୁଥିବା ଆଣ ଭାଇ ଓ ଭଉଣୀଙ୍କ ସରକାରୀ ଜଣଗଣନାରେ ଗଣତି ଓ ମାନ୍ୟତାର ଇଚ୍ଛା ଶେଷରେ ପୂରଣ ହୋଇଛି ।
Telangana is proud to lead the social revolution in #India
It is my honour to announce the longest pending demand of the subaltern groups since Indian Independence, the yearning of our brothers & sisters belonging to the Backward Castes, on being counted & recognised in an…— Revanth Reddy (@revanth_anumula) March 17, 2025
ଏହା ପୂର୍ବରୁ ସିଏମ୍ ରେଭନ୍ତ ରେଡ୍ଡୀ ବିଧାନସଭାରେ କହିଥିଲେ ଯେ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଓବିସି ସଂରକ୍ଷଣକୁ ୪୨ ପ୍ରତିଶତ କରାଯିବ । କ୍ଷମତାକୁ ଆସିବା ପରେ ସରକାରୀ ସ୍ତରରେ ୨୦୨୪ ଫେବ୍ରୁଆରୀ ୪ରୁ ଜାତି ଜନଗଣନା ଆରମ୍ଭ କରାଯାଇଥିଲା । ପୂର୍ବ ସରକାର ଓବିସି ସଂରକ୍ଷଣକୁ ୩୭ ପ୍ରତିଶତ ଯାଏ ବଢାଇବା ଲାଗି ରାଜ୍ୟପାଳଙ୍କୁ ପ୍ରସ୍ତାବ ପଠାଇଥିଲା । ଆମ ସରକାର ପୂର୍ବ ପ୍ରସ୍ତାବକୁ ଫେରାଇ ଆଣିଛନ୍ତି ।
ତେଲଙ୍ଗାନା ସିଏମ୍ କହିଛନ୍ତି ଯେ ଆମ ସରକାର ଶିକ୍ଷା, ରୋଜଗାର ଓ ରାଜନୀତିରେ ଓବିସିଙ୍କ ପାଇଁ ୪୨ ପ୍ରତିଶତ ସଂରକ୍ଷଣର ନୂଆ ପ୍ରସ୍ତାବ ପଠାଇବ । ଗୃହର ନେତା ଭାବେ ମୁଁ ଭରସା ଦେଉଛି ଯେ ସକ୍ରିୟ ପଦକ୍ଷେପ ନିଆଯିବ ଓ ୪୨ ପ୍ରତିଶତ ଓବିସି ସଂରକ୍ଷଣ ହାସଲ କରିବୁ । ସେହିପରି ପାରିତ ବିଲ୍ ଅନୁସାରେ ଅନୁସୂଚିତ ଜାତିକୁ ୩ଟି ଗ୍ରୁପରେ ବିଭକ୍ତ କରାଯିବ ଏବଂ ୧୫ ପ୍ରତିଶତ ସଂରକ୍ଷଣ ମିଳିବ ।
ଉଲ୍ଲେଖଯୋଗ୍ୟ ଯେ ଯଦି ଏହା ଲାଗୁ ହୋଇଯାଏ, ତେବେ ରାଜ୍ୟରେ ସଂରକ୍ଷଣ ସୀମା ୬୨ ପ୍ରତିଶତ ହୋଇଯିବ । ଯାହା ସୁପ୍ରିମକୋର୍ଟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୫୦ ପ୍ରତିଶତ ସଂରକ୍ଷଣ ସୀମାର ଉଲ୍ଲଂଘନ କରିବ ।