ଓ୍ଵାୟରଲେସ୍ ଚାର୍ଜର ସପୋର୍ଟ ସହ ଲଞ୍ଚ ହେଲା ଏହି ଶସ୍ତା ଫୋନ, ରହିଛି ଦମଦାର ଫିଚର୍ସ
ୟୁଜର୍ସଙ୍କ ପାଇଁ Infinix ଆଉ ଏକ ନୂଆ ମିଡ୍ ରେଞ୍ଜର ସ୍ମାର୍ଟଫୋନ୍ Infinix Note 40 5G ଲଞ୍ଚ କରିଛି । ଏହି ଲାଟେଷ୍ଟ ସ୍ମାର୍ଟଫୋନରେ ୟୁଜରମାନେ 5G ସପୋର୍ଟ ସହିତ ୫୦୦୦ mAhର ଦମଦାର ବ୍ୟାଟେରୀ ଏବଂ ୧୦୮ ମେଗାପିକ୍ସେଲ ପ୍ରାଇମେରୀ ରିୟର କ୍ୟାମେରା ସେନ୍ସର ଭଳି ଅନେକ ଫିଚର୍ସ ପାଇବେ । ଜୁନ୍ ୨୬ ଅପରାହ୍ନ ୨ ଟାରୁ ଫ୍ଲିପକାର୍ଟରେ ୟୁଜରଙ୍କ ପାଇଁ ଏହି ଫୋନର ସେଲ୍ ଆରମ୍ଭ ହେବ । ଏହି ଫୋନକୁ […] The post ଓ୍ଵାୟରଲେସ୍ ଚାର୍ଜର ସପୋର୍ଟ ସହ ଲଞ୍ଚ ହେଲା ଏହି ଶସ୍ତା ଫୋନ, ରହିଛି ଦମଦାର ଫିଚର୍ସ appeared first on KNews Odisha.

ୟୁଜର୍ସଙ୍କ ପାଇଁ Infinix ଆଉ ଏକ ନୂଆ ମିଡ୍ ରେଞ୍ଜର ସ୍ମାର୍ଟଫୋନ୍ Infinix Note 40 5G ଲଞ୍ଚ କରିଛି । ଏହି ଲାଟେଷ୍ଟ ସ୍ମାର୍ଟଫୋନରେ ୟୁଜରମାନେ 5G ସପୋର୍ଟ ସହିତ ୫୦୦୦ mAhର ଦମଦାର ବ୍ୟାଟେରୀ ଏବଂ ୧୦୮ ମେଗାପିକ୍ସେଲ ପ୍ରାଇମେରୀ ରିୟର କ୍ୟାମେରା ସେନ୍ସର ଭଳି ଅନେକ ଫିଚର୍ସ ପାଇବେ । ଜୁନ୍ ୨୬ ଅପରାହ୍ନ ୨ ଟାରୁ ଫ୍ଲିପକାର୍ଟରେ ୟୁଜରଙ୍କ ପାଇଁ ଏହି ଫୋନର ସେଲ୍ ଆରମ୍ଭ ହେବ । ଏହି ଫୋନକୁ ଟାଇଟାନ୍ ଗୋଲ୍ଡ ଏବଂ ଓବସିଡିଆନ୍ ବ୍ଲାକ୍ କଲରରେ କିଣିପାରିବେ ।
ଏହି Infinix ସ୍ମାର୍ଟଫୋନର ଗୋଟିଏ ଭାରିଆଣ୍ଟ ଲଞ୍ଚ କରାଯାଇଛି ଯାହାର ଷ୍ଟୋରେଜ୍ ୮ GB / ୨୫୬ GB ରହିଛି । ଏହି ଭାରିଆଣ୍ଟର ଦାମ୍ ୧୯,୯୯୯ ଟଙ୍କା, କିନ୍ତୁ ବ୍ୟାଙ୍କ ଅଫରର ଲାଭ ଉଠାଇବା ପରେ ଏହି ଫୋନ୍ ଆପଣଙ୍କୁ ୧୭,୯୯୯ ଟଙ୍କାରେ ମିଳିଯିବ । ଏହା ବ୍ୟତୀତ ପୁରୁଣା ଫୋନ୍ ଏକ୍ସଚେଞ୍ଜ କଲେ ୨,୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ । ଏକ୍ସଚେଞ୍ଜ୍ ଅଫରର ଲାଭ ଉଠାଇବା ପରେ ଆପଣ ଏହି ଫୋନକୁ ୧୫,୯୯୯ ଟଙ୍କାରେ କିଣି ପାରିବେ ।
ଡିସପ୍ଲେ: ଏହି Infinix ଫୋନରେ ୬.୭୮ ଇଞ୍ଚର ଫୁଲ୍- HD ପ୍ଲସ୍ AMOLED ସ୍କ୍ରିନ ଅଛି ।
ପ୍ରୋସେସର୍: ଫୋନରେ ମିଡିଆ ଟେକ୍ ଡାଇମେନ୍ସନ୍ ୭୦୨୦ ଅକ୍ଟା-କୋର ପ୍ରୋସେସର ବ୍ୟବହାର କରାଯାଇଛି ।
RAM ଏବଂ ଷ୍ଟୋରେଜ୍ : ଫୋନରେ ୮ GB RAM ଅଛି କିନ୍ତୁ ୮ GB ଭର୍ଚୁଆଲ୍ RAM ସାହାଯ୍ୟରେ ଆପଣ RAM କୁ ୧୬ GB ପର୍ଯ୍ୟନ୍ତ ବଢ଼ାଇ ପାରିବେ । ଆପଣ ଏହି ଫୋନରେ ୨୫୬ GBର ଇଣ୍ଟରନାଲ ଷ୍ଟୋରେଜ୍ ପାଇବେ ।
କ୍ୟାମେରା ସେଟଅପ୍: ଫୋନର ପଛ ଭାଗରେ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସେନ୍ସର ସହିତ ଆଉ ଦୁଇଟି କ୍ୟାମେରା ସେନ୍ସର ଯୋଗାଇ ଦିଆଯାଇଛି । ଫୋନର ଫ୍ରଣ୍ଟରେ ୩୨ ମେଗାପିକ୍ସେଲର ସେଲଫି କ୍ୟାମେରା ସେନ୍ସର ରହିଛି ।
ବ୍ୟାଟେରୀ : ଫୋନରେ ୩୩ ୱାଟ ଓ୍ଵାୟର୍ଡ ଏବଂ ୧୫ ୱାଟର ଓ୍ଵାୟରଲେସ୍ ଚାର୍ଜ ସପୋର୍ଟ ସହିତ ୫୦୦୦ mAhର ଦମଦାର ବ୍ୟାଟେରୀ ଅଛି ।
The post ଓ୍ଵାୟରଲେସ୍ ଚାର୍ଜର ସପୋର୍ଟ ସହ ଲଞ୍ଚ ହେଲା ଏହି ଶସ୍ତା ଫୋନ, ରହିଛି ଦମଦାର ଫିଚର୍ସ appeared first on KNews Odisha.