ଓଡ଼ିଆ ପୁଅ ନମ୍ବର ୱାନ୍: ଲଗାତର ଦ୍ୱିତୀୟ ଥର ପାଇଁ ବିଶ୍ୱର ଟପ୍‌ ସେଣ୍ଟ୍ରାଲ ବ୍ୟାଙ୍କର ହେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ସାରା ବିଶ୍ୱରେ ନମ୍ବର ୱାନ୍ ଓଡ଼ିଆ ପୁଅ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ବିଶ୍ୱର ଟପ୍ ସେଣ୍ଟ୍ରାଲ ବେଙ୍କର ଭାବେ ଏଥର ବି ଶକ୍ତିକାନ୍ତ ଦାସ ନମ୍ବର ୱାନ୍‌ରେ ରହିଛନ୍ତି। ୨୦୨୪ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡରେ ତାଙ୍କୁ ଏପ୍ଲସ ରେଟିଂ ମିଳିଛି।ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରା ସ୍ଥିରତା ଏବଂ ସୁଧ ହାର ପରିଚାଳନା ଭଳି ପ୍ରମୁଖ କ୍ଷେତ୍ରରେ ଗଭର୍ଣ୍ଣଙ୍କର କାର୍ଯ୍ୟକାରିତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।୧୯୯୯ରୁ ପ୍ରକାଶିତ ଗ୍ଲୋବାଲ ଫାଇନାସନ୍ସ ମାଗାଜିନ ୧୦୧ ଦେଶ ତଥା ଅଞ୍ଚଳର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଗଭର୍ଣ୍ଣରଙ୍କ ମୂଲ୍ୟାୟନ କରିଥିଲା। ଏଥିରେ ୟୁରୋପିୟନ ୟୁନିୟନ ଏବଂ ଏକାଧିକ ଆଞ୍ଚଳିକ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ରହିଥିଲା। ଏହି ରିପୋର୍ଟରେ, ଗ୍ରେଡ୍ A ରୁ F ରେଟିଂ ଦିଆଯାଇଥାଏ। ଗୋଟିଏ ବର୍ଷରେ କେଉଁ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରଦର୍ଶନ କ’ଣ, ଗ୍ଲୋବାଲ ଫାଇନାନ୍ସ ମ୍ୟାଗେଜିନ ଏହାର ବିଶ୍ଳେଷଣ କରିଥାଏ। ଯେଉଁ ବ୍ୟାଙ୍କରମାନେ ନୂତନତ୍ୱ ଓ ଦକ୍ଷତା ଓ ଦୃଢ଼ ମନୋବଳ ସହିତ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଏହି ସଂସ୍ଥା ନମ୍ବର ୱାନ୍ ବାଛିଥାଏ। ଏହା ପୂର୍ବରୁ ଗତବର୍ଷ ୨୦୨୩ରେ ଲଣ୍ଡନରେ ଆୟୋଜିତ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଆୱାର୍ଡରେ ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇଅର ପୁରସ୍କାର ମିଳିଥିଲା। ଆଉ ଏବେ ଦ୍ୱିତୀୟ ଥର ପାଇଁ

ଓଡ଼ିଆ ପୁଅ ନମ୍ବର ୱାନ୍: ଲଗାତର ଦ୍ୱିତୀୟ ଥର ପାଇଁ ବିଶ୍ୱର ଟପ୍‌ ସେଣ୍ଟ୍ରାଲ ବ୍ୟାଙ୍କର ହେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ସାରା ବିଶ୍ୱରେ ନମ୍ବର ୱାନ୍ ଓଡ଼ିଆ ପୁଅ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ବିଶ୍ୱର ଟପ୍ ସେଣ୍ଟ୍ରାଲ ବେଙ୍କର ଭାବେ ଏଥର ବି ଶକ୍ତିକାନ୍ତ ଦାସ ନମ୍ବର ୱାନ୍‌ରେ ରହିଛନ୍ତି। ୨୦୨୪ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡରେ ତାଙ୍କୁ ଏପ୍ଲସ ରେଟିଂ ମିଳିଛି।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରା ସ୍ଥିରତା ଏବଂ ସୁଧ ହାର ପରିଚାଳନା ଭଳି ପ୍ରମୁଖ କ୍ଷେତ୍ରରେ ଗଭର୍ଣ୍ଣଙ୍କର କାର୍ଯ୍ୟକାରିତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।

୧୯୯୯ରୁ ପ୍ରକାଶିତ ଗ୍ଲୋବାଲ ଫାଇନାସନ୍ସ ମାଗାଜିନ ୧୦୧ ଦେଶ ତଥା ଅଞ୍ଚଳର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଗଭର୍ଣ୍ଣରଙ୍କ ମୂଲ୍ୟାୟନ କରିଥିଲା। ଏଥିରେ ୟୁରୋପିୟନ ୟୁନିୟନ ଏବଂ ଏକାଧିକ ଆଞ୍ଚଳିକ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ରହିଥିଲା। ଏହି ରିପୋର୍ଟରେ, ଗ୍ରେଡ୍ A ରୁ F ରେଟିଂ ଦିଆଯାଇଥାଏ। ଗୋଟିଏ ବର୍ଷରେ କେଉଁ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରଦର୍ଶନ କ’ଣ, ଗ୍ଲୋବାଲ ଫାଇନାନ୍ସ ମ୍ୟାଗେଜିନ ଏହାର ବିଶ୍ଳେଷଣ କରିଥାଏ। ଯେଉଁ ବ୍ୟାଙ୍କରମାନେ ନୂତନତ୍ୱ ଓ ଦକ୍ଷତା ଓ ଦୃଢ଼ ମନୋବଳ ସହିତ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଏହି ସଂସ୍ଥା ନମ୍ବର ୱାନ୍ ବାଛିଥାଏ। 

ଏହା ପୂର୍ବରୁ ଗତବର୍ଷ ୨୦୨୩ରେ ଲଣ୍ଡନରେ ଆୟୋଜିତ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଆୱାର୍ଡରେ ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇଅର ପୁରସ୍କାର ମିଳିଥିଲା। ଆଉ ଏବେ ଦ୍ୱିତୀୟ ଥର ପାଇଁ ତାଙ୍କୁ ସମ୍ମାନ ମିଳିବାରୁ ଶକ୍ତିକାନ୍ତ ଦାସ ବିଶ୍ୱର ଜଣେ ନମ୍ବର ୱାନ୍ ବ୍ୟାଙ୍କର ଭାବେ ନିଜର ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି।

ସୂଚନା ଥାଉକି ଶକ୍ତିକାନ୍ତ ଦାସ ହେଉଛନ୍ତି ଆରବିଆଇର ୨୫ ତମ ଗଭର୍ଣ୍ଣର। ଜି -୨୦ ସମ୍ମିଳନୀରେ ତାଙ୍କୁ ଭାରତର ଶେର୍ପା ମଧ୍ୟ ନିଯୁକ୍ତ କରାଯାଇଥିଲା। ଏଥିସହିତ ସେ ୧୫ ତମ ଅର୍ଥ କମିଶନର ସଦସ୍ୟ ମଧ୍ୟ ଥିଲେ। ୧୯୮୦ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ IAS ଅଧିକାରୀ ହେଉଛନ୍ତି ଶକ୍ତିକାନ୍ତ ଦାସ। ସେ ୨୬ ଫେବୃଆରୀ ୧୯୫୭ ରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଆରବିଆଇ ପ୍ରାୟ ଦେଢ଼ ବର୍ଷ ହେବ ସୁଧ ହାର ସ୍ଥିର ରଖିଛି। ଏହା ବ୍ୟତୀତ ମୁଦ୍ରାସ୍ଫୀତି ମଧ୍ୟ ନିୟନ୍ତ୍ରଣ କରାଯାଇଛି। ଏହି ଅବଧି ମଧ୍ୟରେ ଦେଶ ୮ ପ୍ରତିଶତରୁ ମଧ୍ୟ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି।