କଂଗ୍ରେସ ବିକ୍ଷୋଭ ଘଟଣା:୩ ମାମଲା ରୁଜୁ କଲା ପୋଲିସ
ଭୁବନେଶ୍ୱର,୨୮।୩(ସତ୍ୟଜିତ୍ ରାଉତ): ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ବିଧାନସଭା ପରିସରରେ ପ୍ରତିବାଦ, ବିଧାନସଭା ଘେରାଉ ଉଦ୍ୟମ ସହ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ ଘଟଣାରେ କମିଶନରେଟ୍ ପୋଲିସ ଶୁକ୍ରବାର ୩ ଆପରାଧିକ ମାମଲା ରୁଜୁ କରିଛି। କ୍ୟାପିଟାଲ ଥାନା ପକ୍ଷରୁ ଏସବୁ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ବୁଧବାର ବିଧାନସଭାର ପୂର୍ବ ଗେଟ୍ ପରିସରରେ କଂଗ୍ରେସ କର୍ମୀମାନେ ହୋହାଲ୍ଲା କରିବା ସହ ଭିତରକୁ ପଶିବାକୁ ଉଦ୍ୟମ କରିବା ସହ ବିଶୃଙ୍ଖଳା […] The post କଂଗ୍ରେସ ବିକ୍ଷୋଭ ଘଟଣା:୩ ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.
ଭୁବନେଶ୍ୱର,୨୮।୩(ସତ୍ୟଜିତ୍ ରାଉତ): ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ବିଧାନସଭା ପରିସରରେ ପ୍ରତିବାଦ, ବିଧାନସଭା ଘେରାଉ ଉଦ୍ୟମ ସହ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ ଘଟଣାରେ କମିଶନରେଟ୍ ପୋଲିସ ଶୁକ୍ରବାର ୩ ଆପରାଧିକ ମାମଲା ରୁଜୁ କରିଛି। କ୍ୟାପିଟାଲ ଥାନା ପକ୍ଷରୁ ଏସବୁ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ବୁଧବାର ବିଧାନସଭାର ପୂର୍ବ ଗେଟ୍ ପରିସରରେ କଂଗ୍ରେସ କର୍ମୀମାନେ ହୋହାଲ୍ଲା କରିବା ସହ ଭିତରକୁ ପଶିବାକୁ ଉଦ୍ୟମ କରିବା ସହ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ବିଏନ୍ଏସ୍ ଦଫା ୧୮୯(୨), ୨୨୧, ୨୯୬, ୧୩୨, ୧୯୦ ଏବଂ ଓଡିଶା ଅର୍ବାନ୍ ପୋଲିସ୍ ଆକ୍ଟର ଦଫା ୯୬ରେ ମାମଲା (ନଂ.୧୨୮/୨୦୨୫) ରୁଜୁ ହୋଇଛି। ଅନ୍ୟ ଦୁଇଟି ଶୁକ୍ରବାର ବିକ୍ଷୋଭ ଘଟଣାରେ ରୁଜୁ ହୋଇଛି। ବିକ୍ଷୋଭ ସମୟରେ ଗାନ୍ଧୀମାର୍ଗ କଡ଼ରେ ପାର୍କିଂ ହୋଇଥିବା ପୋଲିସ ଗାଡ଼ିରେ ନିଆଁ ଲଗାଇବା ଘଟଣାରେ ବିଏନ୍ଏସ ଦଫା ୩୨୭ରେ ମାମଲା (ନଂ.୧୨୯/୨୦୨୫) ରୁଜୁ ହୋଇଥିବା ବେଳେ ବିକ୍ଷୋଭ ବେଳେ ଆଇନକୁ ହାତକୁ ନେଇ ପୋଲିସ ଉପରେ ଆକ୍ରମଣ ଆଦି ଘଟଣାରେ ବିଏନ୍ଏସ ଦଫା ୧୮୯(୨), ୧୯୧(୨), ୧୨୬(୨), ୧୩୨, ୧୨୧(୧), ୩୨୪(୪), ୨୯୬, ୩୫୧(୨), ୧୯୦ ଏବଂ ଓଡିଶା ଅର୍ବାନ୍ ପୋଲିସ୍ ଆକ୍ଟର ଦଫା ୯୬ରେ ମାମଲା (ନଂ.୧୩୦/୨୦୨୫) ରୁଜୁ ହୋଇଛି। ଏସବୁ ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ, ବିକ୍ଷୋଭ ଘଟଣାରେ ସମ୍ପୃକ୍ତ ଅସାମାଜିକ କଂଗ୍ରେସ କର୍ମୀଙ୍କୁ ଜେଲରେ ପୁରାଇବାକୁ ବୋଲି ଡିଜିପି ଗଣମାଧ୍ୟମରେ କହିଥିଲେ।
The post କଂଗ୍ରେସ ବିକ୍ଷୋଭ ଘଟଣା:୩ ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.