କାନ୍ସ ରେଡ୍ କାର୍ପେଟ୍‌ରେ ଲାଲ୍ ପରୀ ହୋଇ ଚମକିଲେ ଅଦିତି, ଲୁକ୍ ଦେଖି ୟୁଜର୍ସ କରୁଛନ୍ତି ପ୍ରଶଂସା

ମୁମ୍ଵାଇ ୨୨।୦୫; କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ବଲିଉଡ୍‌ ଅଭିନେତ୍ରୀମାନଙ୍କର ଅନେକ ଗ୍ଲାମରସ୍‌ ଲୁକ୍ ସାମ୍ନାକୁ ଆସୁଛି। ଏହି ସମୟରେ ଅଦିତି ରାଓ ହାଇଦରୀ ପୁଣି ଥରେ କାନ୍ସରେ ନିଜର ଜଲ୍‌ୱା ଦେଖାଇଛନ୍ତି। ଏଥର ତାଙ୍କର ସବୁଠାରୁ ଭିନ୍ନ ଏବଂ ଟ୍ରାଡିସନାଲ୍‌ ଲୁକ୍ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ, ସେ ତାଙ୍କ ମଥାରେ ସିନ୍ଦୁର ଲଗାଇଥିବା ନଜର ଆସିଛନ୍ତି।ଏଥର ଅଦିତି ରାଓ ହାଇଦରୀ କାନ୍ସ ପାଇଁ ଏକ ଦେଶୀ  ଲୁକ୍ ବାଛିଛନ୍ତି। ତାଙ୍କୁ ଏକ ସିମ୍ପଲ ଲାଲ ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଛି। ଅଭିନେତ୍ରୀ ଏକ ଲାଲ ରଙ୍ଗର ଶାଢ଼ି ସହିତ ଏକ ମ୍ୟାଚିଂ ସ୍ଲିଭଲେସ୍ ବ୍ଲାଉଜ୍ ପିନ୍ଧିଛନ୍ତି। ଏହି ଶାଢ଼ି ଡିଜାଇନର୍ ଅନାମିକା ଖାନ୍ନାଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଏହା ସହିତ, ଅଦିତ ଏକ ଗୋଲ୍‌ଡେନ୍ ନେକଲେସ୍‌ ଏବଂ କାନରେ ଗୋଲ୍‌ଡେନ୍ ଷ୍ଟଡ୍ ପିନ୍ଧିଛନ୍ତି। ଏହି ଅଳଙ୍କାର ତାଙ୍କ ଶାଢ଼ି ସହିତ ମେଳ ଖାଉଛି।ଏତିକି ହିଁ ନୁହେଁ ଏସବୁ ଲୁକ୍‌କୁ ବେଶୀ ଆକର୍ଷ କରୁଛି ଲାଲ ବିନ୍ଦି ଏବଂ ମଥାରେ ଥିବା ସିନ୍ଦୂର । ଯାହାକୁ ଲଗାଇ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅଦିତି ଏକ ଷ୍ଟାଇଲିସ୍ ବନ୍ ହେୟାରଷ୍ଟାଇଲ୍ ସହିତ ତାଙ୍କର ଲୁକ୍ ସମାପ୍ତ କରିଛନ୍ତି। ତାଙ୍କର ଏହି ଲୁକ୍ ପାଇଁ ପ୍ରଶଂସକମାନଙ୍କୁ ଦିୱାନା କରିଛି।ବିଶେଷ କଥା ହେଉଛି ସିଦ୍ଧାର୍ଥଙ୍କ ସହ ବିବାହ ପରେ, ଏହା ପ୍ରଥମ ଥର ପାଇଁ ଅଦିତିଙ୍କୁ ସର୍ବସାଧାରଣରେ ସିନ୍ଦୁର ପିନ

କାନ୍ସ ରେଡ୍ କାର୍ପେଟ୍‌ରେ ଲାଲ୍ ପରୀ ହୋଇ ଚମକିଲେ ଅଦିତି, ଲୁକ୍ ଦେଖି ୟୁଜର୍ସ କରୁଛନ୍ତି ପ୍ରଶଂସା

ମୁମ୍ଵାଇ ୨୨।୦୫; କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ବଲିଉଡ୍‌ ଅଭିନେତ୍ରୀମାନଙ୍କର ଅନେକ ଗ୍ଲାମରସ୍‌ ଲୁକ୍ ସାମ୍ନାକୁ ଆସୁଛି। ଏହି ସମୟରେ ଅଦିତି ରାଓ ହାଇଦରୀ ପୁଣି ଥରେ କାନ୍ସରେ ନିଜର ଜଲ୍‌ୱା ଦେଖାଇଛନ୍ତି। ଏଥର ତାଙ୍କର ସବୁଠାରୁ ଭିନ୍ନ ଏବଂ ଟ୍ରାଡିସନାଲ୍‌ ଲୁକ୍ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ, ସେ ତାଙ୍କ ମଥାରେ ସିନ୍ଦୁର ଲଗାଇଥିବା ନଜର ଆସିଛନ୍ତି।

ଏଥର ଅଦିତି ରାଓ ହାଇଦରୀ କାନ୍ସ ପାଇଁ ଏକ ଦେଶୀ  ଲୁକ୍ ବାଛିଛନ୍ତି। ତାଙ୍କୁ ଏକ ସିମ୍ପଲ ଲାଲ ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଛି। ଅଭିନେତ୍ରୀ ଏକ ଲାଲ ରଙ୍ଗର ଶାଢ଼ି ସହିତ ଏକ ମ୍ୟାଚିଂ ସ୍ଲିଭଲେସ୍ ବ୍ଲାଉଜ୍ ପିନ୍ଧିଛନ୍ତି। ଏହି ଶାଢ଼ି ଡିଜାଇନର୍ ଅନାମିକା ଖାନ୍ନାଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଏହା ସହିତ, ଅଦିତ ଏକ ଗୋଲ୍‌ଡେନ୍ ନେକଲେସ୍‌ ଏବଂ କାନରେ ଗୋଲ୍‌ଡେନ୍ ଷ୍ଟଡ୍ ପିନ୍ଧିଛନ୍ତି। ଏହି ଅଳଙ୍କାର ତାଙ୍କ ଶାଢ଼ି ସହିତ ମେଳ ଖାଉଛି।

ଏତିକି ହିଁ ନୁହେଁ ଏସବୁ ଲୁକ୍‌କୁ ବେଶୀ ଆକର୍ଷ କରୁଛି ଲାଲ ବିନ୍ଦି ଏବଂ ମଥାରେ ଥିବା ସିନ୍ଦୂର । ଯାହାକୁ ଲଗାଇ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅଦିତି ଏକ ଷ୍ଟାଇଲିସ୍ ବନ୍ ହେୟାରଷ୍ଟାଇଲ୍ ସହିତ ତାଙ୍କର ଲୁକ୍ ସମାପ୍ତ କରିଛନ୍ତି। ତାଙ୍କର ଏହି ଲୁକ୍ ପାଇଁ ପ୍ରଶଂସକମାନଙ୍କୁ ଦିୱାନା କରିଛି।

ବିଶେଷ କଥା ହେଉଛି ସିଦ୍ଧାର୍ଥଙ୍କ ସହ ବିବାହ ପରେ, ଏହା ପ୍ରଥମ ଥର ପାଇଁ ଅଦିତିଙ୍କୁ ସର୍ବସାଧାରଣରେ ସିନ୍ଦୁର ପିନ୍ଧିଥିବାର ନଜର ଆସିଛନ୍ତି । ଏହାକୁ ଦେଖି ପ୍ରଶସଂକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି । ଜଣେ ଲେଖିଛନ୍ତି- 'ଲାଲ ପରୀ'। ଆଉ ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି -ଏହି ଲୁକ୍‌ରେ ଆମେ ଫିଦା।' ଏହା ବ୍ୟତୀତ, ପ୍ରଶଂସକମାନେ ତାଙ୍କର ସିନ୍ଦୁରକୁ ବହୁତ ପ୍ରଶଂସା କରୁଛନ୍ତି।