କାର୍ଯ୍ୟରେ ଯୋଗଦେଲେ ବୌଦ୍ଧ ଜିଲ୍ଲାର ନୂଆ ଜିଲ୍ଲାପାଳ, କହିଲେ- ଅଧୁରା କାମ ସମ୍ପୂର୍ଣ୍ଣ କରାଯିବ
ବୌଦ୍ଧ ୧୪।୮: ବୌଦ୍ଧ ଜିଲ୍ଲାରେ ଅଧୁରା ହୋଇ ରହିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ବୋଲି ନୂତନ ଭାବେ ଜିଲ୍ଲାରେ ଯୋଗ ଦେଇଥିବା ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଗତ ଅଗଷ୍ଟ ୧୧ ତାରିଖରେ ବୌଦ୍ଧ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିବା ସୁବ୍ରତ କୁମାର ପଣ୍ଡା ତାଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜନ କରିଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଥିଲେ l ଜିଲ୍ଲାରେ ଚାଲିଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଭଳି ପ୍ରମୁଖ ପ୍ରକଳ୍ପ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ସୌନ୍ଦର୍ଯ୍ୟକରଣ, ପରିମଳ, ପାନୀୟ ଜଳ ଭଳି ମୌଳିକ ବିଷୟ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ l ସେହିପରି ଇକୋ ଟୁରିଜିମ ପ୍ରକଳ୍ପ ନନ୍ଦନବନ, ମହାନଦୀ ଆଳତୀ ଘାଟ ଇତ୍ୟାଦି ଅଧାରୁ ବନ୍ଦ ପଡ଼ିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ପ୍ରଚେଷ୍ଟା କରାଯିବ l ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି
ବୌଦ୍ଧ ୧୪।୮: ବୌଦ୍ଧ ଜିଲ୍ଲାରେ ଅଧୁରା ହୋଇ ରହିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ବୋଲି ନୂତନ ଭାବେ ଜିଲ୍ଲାରେ ଯୋଗ ଦେଇଥିବା ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଗତ ଅଗଷ୍ଟ ୧୧ ତାରିଖରେ ବୌଦ୍ଧ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିବା ସୁବ୍ରତ କୁମାର ପଣ୍ଡା ତାଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜନ କରିଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଥିଲେ l ଜିଲ୍ଲାରେ ଚାଲିଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଭଳି ପ୍ରମୁଖ ପ୍ରକଳ୍ପ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ସୌନ୍ଦର୍ଯ୍ୟକରଣ, ପରିମଳ, ପାନୀୟ ଜଳ ଭଳି ମୌଳିକ ବିଷୟ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ l ସେହିପରି ଇକୋ ଟୁରିଜିମ ପ୍ରକଳ୍ପ ନନ୍ଦନବନ, ମହାନଦୀ ଆଳତୀ ଘାଟ ଇତ୍ୟାଦି ଅଧାରୁ ବନ୍ଦ ପଡ଼ିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ପ୍ରଚେଷ୍ଟା କରାଯିବ l ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଉପସ୍ଥିତ ଥିଲେ l
You Can Read:
ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ବାଡ଼ିରେ ଝୁଲଣ ପ୍ରସ୍ତୁତି ଆରମ୍ଭ, ୭ଦିନ ଧରି ଚାଲିବ ଯାତ୍ରା