ଜନ୍‌ କି ବାତ୍ ଏକ୍‌ଜିଟ୍ ପୋଲ୍: ରେକର୍ଡ କରିବ ବିଜେପି, ଇଣ୍ଡିଆ ମେଣ୍ଟକୁ ଝଟ୍‌କା

ନୂଆଦିଲ୍ଲୀ: ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍ ପୋଲ୍ ପ୍ରକାଶ ପାଇଛି। ଗତ ୯ ବର୍ଷ ହେଲା ୩୭ଟି ନିର୍ବାଚନରେ ଏକ୍‌ଜିଟ୍‌ ପୋଲ୍‌ କରି ନାଁ କରିଥିବା ‘ଜନ୍‌ କି ବାତ୍’ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆକଳନ ରିପୋର୍ଟ ପ୍ରକାଶ କରିଛି। ଜନ କି ବାତ୍‌ର ଏକ୍‌ଜିଟ୍ ପୋଲ୍‌ ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଏଥର ୩୭୭ ଆସନ ମିଳିବ। ତେବେ ଏଥିରେ ୧୫ ଆସନ ଏପାଖସେପାଖ ହୋଇପାରେ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ ୧୫୧+ ମିଳିବ। ଏଥିରେ ୧୦ଟି ଆସନ ଏପାଖା ସେପାଖ ହୋଇପାରେ। ସେହିରି ଅନ୍ୟକୁ ୧୫ଟି ଆସନ ମିଳିବ ବୋଲି ଜନକି ବାତ୍ ଅନୁମାନ କରିଛି। ସେହିପରି ଭୋଟ୍ ଶେୟାରରେ ଏନ୍‌ଡିଏକୁ ୫୦ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୩୫ ପ୍ରତିଶତ, ଅଦର ୧୫ ପ୍ରତିଶତ ରହିଛି। ଶିଟ୍ ଶେୟାରିଂରେ ବିଜେପିକୁ ୩୨୭ ଆସନ ମିଳିଥିବା ବେଳେ କଂଗ୍ରେସକୁ ୫୨ସିଟ୍ ମିଳିବ ବୋଲି ଜନ୍‌କି ବାତ୍ କହିଛି।ସୂଚନା ଥାଉକି ଜନ କି ବାତ୍ ଗତ ୯ ବର୍ଷ ହେଲା ବିଭିନ୍ନ ନିର୍ବାଚନରେ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ଦେଉଛି। ୨୦୨୪ ନିର୍ବାଚନ ମଧ୍ୟରେ ସଂସ୍ଥା ରାଜ୍ୟ, ନିର୍ବାଚନ ପର୍ଯ୍ୟାୟ, ନିର୍ବାଚନ ମଣ୍ଡଳି ଅନୁସାରେ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରକାଶ କରିଛି। ଜନ୍‌ କି ବାତ୍‌ର ଏହି ସର୍ଭେର୍ ୩.୫ ଲକ୍ଷ ଲୋକ ଭାଗ ନେଇଥିଲେ ବୋଲି

ଜନ୍‌ କି ବାତ୍ ଏକ୍‌ଜିଟ୍ ପୋଲ୍: ରେକର୍ଡ କରିବ ବିଜେପି, ଇଣ୍ଡିଆ ମେଣ୍ଟକୁ ଝଟ୍‌କା

ନୂଆଦିଲ୍ଲୀ: ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍ ପୋଲ୍ ପ୍ରକାଶ ପାଇଛି। ଗତ ୯ ବର୍ଷ ହେଲା ୩୭ଟି ନିର୍ବାଚନରେ ଏକ୍‌ଜିଟ୍‌ ପୋଲ୍‌ କରି ନାଁ କରିଥିବା ‘ଜନ୍‌ କି ବାତ୍’ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆକଳନ ରିପୋର୍ଟ ପ୍ରକାଶ କରିଛି। 

ଜନ କି ବାତ୍‌ର ଏକ୍‌ଜିଟ୍ ପୋଲ୍‌ ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଏଥର ୩୭୭ ଆସନ ମିଳିବ। ତେବେ ଏଥିରେ ୧୫ ଆସନ ଏପାଖସେପାଖ ହୋଇପାରେ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ ୧୫୧+ ମିଳିବ। ଏଥିରେ ୧୦ଟି ଆସନ ଏପାଖା ସେପାଖ ହୋଇପାରେ। ସେହିରି ଅନ୍ୟକୁ ୧୫ଟି ଆସନ ମିଳିବ ବୋଲି ଜନକି ବାତ୍ ଅନୁମାନ କରିଛି। 

ସେହିପରି ଭୋଟ୍ ଶେୟାରରେ ଏନ୍‌ଡିଏକୁ ୫୦ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୩୫ ପ୍ରତିଶତ, ଅଦର ୧୫ ପ୍ରତିଶତ ରହିଛି। ଶିଟ୍ ଶେୟାରିଂରେ ବିଜେପିକୁ ୩୨୭ ଆସନ ମିଳିଥିବା ବେଳେ କଂଗ୍ରେସକୁ ୫୨ସିଟ୍ ମିଳିବ ବୋଲି ଜନ୍‌କି ବାତ୍ କହିଛି।

ସୂଚନା ଥାଉକି ଜନ କି ବାତ୍ ଗତ ୯ ବର୍ଷ ହେଲା ବିଭିନ୍ନ ନିର୍ବାଚନରେ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ଦେଉଛି। ୨୦୨୪ ନିର୍ବାଚନ ମଧ୍ୟରେ ସଂସ୍ଥା ରାଜ୍ୟ, ନିର୍ବାଚନ ପର୍ଯ୍ୟାୟ, ନିର୍ବାଚନ ମଣ୍ଡଳି ଅନୁସାରେ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରକାଶ କରିଛି। ଜନ୍‌ କି ବାତ୍‌ର ଏହି ସର୍ଭେର୍ ୩.୫ ଲକ୍ଷ ଲୋକ ଭାଗ ନେଇଥିଲେ ବୋଲି ସଂସ୍ଥା କହିଛି।