କାହିଁକି ଡେରି ହେଉଛି ରତ୍ନଭଣ୍ଡାର ଗଣତି ମଣତି ? ଉତ୍ତର ରଖିଲେ ଆଇନ ମନ୍ତ୍ରୀ
ପୁରୀ ୨୪/୨: ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ବଡ ବୟାନ । ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି । ଡେଡ୍ଲାଇନରୁ ବିଳମ୍ବ ହେଉଥିବାର କାରଣ ହେଉଛି ମରାମତି କାମ ଏବେ ଯାଏ ସରିନି । ଯେତିକି ଆକଳନ କରାଯାଇଥିଲା ତା ଠୁ ଅଧିକ ମରାମତି କାମର ଆବଶ୍ୟକତା ରହିଛି।ପୁରା ଆକଳନ ଏପର୍ଯ୍ୟନ୍ତ ହୋଇପାରିନି।ଆଉ ମାସେ କିମ୍ବା ଦୁଇ ମାସ ମରାମତି ପାଇଁ ଲାଗିବ । ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ। ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ। ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି, ରୀତିନୀତି ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି। ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ASIର ସହମତିରେ କାମ ଚାଲିଥିବା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ।
ପୁରୀ ୨୪/୨: ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ବଡ ବୟାନ । ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି । ଡେଡ୍ଲାଇନରୁ ବିଳମ୍ବ ହେଉଥିବାର କାରଣ ହେଉଛି ମରାମତି କାମ ଏବେ ଯାଏ ସରିନି । ଯେତିକି ଆକଳନ କରାଯାଇଥିଲା ତା ଠୁ ଅଧିକ ମରାମତି କାମର ଆବଶ୍ୟକତା ରହିଛି।ପୁରା ଆକଳନ ଏପର୍ଯ୍ୟନ୍ତ ହୋଇପାରିନି।ଆଉ ମାସେ କିମ୍ବା ଦୁଇ ମାସ ମରାମତି ପାଇଁ ଲାଗିବ ।
ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ। ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ। ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି, ରୀତିନୀତି ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି। ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ASIର ସହମତିରେ କାମ ଚାଲିଥିବା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ।