୨୪ ଘଣ୍ଟା ଭିତରେ ଭାରତ ଛାଡ଼, ପାକିସ୍ତାନ ହାଇ କମିଶନର ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନ ସହ ଜାରି ଉତ୍ତେଜନା ଭିତରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ସରକାର ଆକ୍ସନ ନେଇଛନ୍ତି । ପାକିସ୍ତାନ ହାଇ କମିଶନରେ କାମ କରୁଥିବା ଜଣେ ପାକିସ୍ତାନୀ ଅଧିକାରୀଙ୍କୁ "persona non grata" ଘୋଷଣା କରାଯାଇଛି । ସରକାର ଭାରତରେ ରହିବା ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ପାକିସ୍ତାନ ଅଧିକାରୀ ଜଣକ ଗୁପ୍ତଚର କାମର ଲିପ୍ତ ଥିବା ଜଣାପଡ଼ିଛି । ସରକାର କହିଛନ୍ତି ଯେ ଅଧିକାରୀ ଜଣକ ଏପରି କିଛି କାର୍ଯ୍ୟକଳାପରେ ଜଡିତ ଥିଲେ ଯାହା ତାଙ୍କ ପଦବୀ ଅନୁଯାୟୀ ଠିକ୍ ନଥିଲା । ପାକିସ୍ତାନୀ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ପାକିସ୍ତାନ ହାଇ କମିଶନର ଚାର୍ଜ ଡି' ଆଫେୟାର୍ସଙ୍କୁ ଏ ସମ୍ପର୍କରେ ଏକ "demarche" ଜାରି କରାଯାଇଛି । "demarche" ଅର୍ଥ ହେଉଛି ସରକାର ଏହି ବିଷୟରେ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟଗୁଡ଼ିକୁ ସହ୍ୟ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।ପର୍ସୋନା ନନ୍ ଗ୍ରାଟା ଏକ କୂଟନୈତିକ ଶବ୍ଦ, ଯାହାର ଅର୍ଥ କୌଣସି ବିଦେଶ କୂଟନୀତିଜ୍ଞଙ୍କୁ ଗୋଟିଏ ଦେଶ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯିବ । ଏଭଳି ନିଷ୍ପତ୍ତି ସାଧାରଣତଃ ସେତେବେଳେ ନିଆଯାଇଥାଏ, ଯେତେବେଳେ କୌଣସି କୂଟନୀତିଜ୍ଞ ରହୁଥିବା ଦେଶର ସୁରକ୍ଷା, ସାର୍ବଭୌମତ୍ୱ କ

୨୪ ଘଣ୍ଟା ଭିତରେ ଭାରତ ଛାଡ଼, ପାକିସ୍ତାନ ହାଇ କମିଶନର ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନ ସହ ଜାରି ଉତ୍ତେଜନା ଭିତରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ସରକାର ଆକ୍ସନ ନେଇଛନ୍ତି । ପାକିସ୍ତାନ ହାଇ କମିଶନରେ କାମ କରୁଥିବା ଜଣେ ପାକିସ୍ତାନୀ ଅଧିକାରୀଙ୍କୁ "persona non grata" ଘୋଷଣା କରାଯାଇଛି । ସରକାର ଭାରତରେ ରହିବା ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ପାକିସ୍ତାନ ଅଧିକାରୀ ଜଣକ ଗୁପ୍ତଚର କାମର ଲିପ୍ତ ଥିବା ଜଣାପଡ଼ିଛି । 

ସରକାର କହିଛନ୍ତି ଯେ ଅଧିକାରୀ ଜଣକ ଏପରି କିଛି କାର୍ଯ୍ୟକଳାପରେ ଜଡିତ ଥିଲେ ଯାହା ତାଙ୍କ ପଦବୀ ଅନୁଯାୟୀ ଠିକ୍ ନଥିଲା । ପାକିସ୍ତାନୀ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ପାକିସ୍ତାନ ହାଇ କମିଶନର ଚାର୍ଜ ଡି' ଆଫେୟାର୍ସଙ୍କୁ ଏ ସମ୍ପର୍କରେ ଏକ "demarche" ଜାରି କରାଯାଇଛି । "demarche" ଅର୍ଥ ହେଉଛି ସରକାର ଏହି ବିଷୟରେ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟଗୁଡ଼ିକୁ ସହ୍ୟ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ପର୍ସୋନା ନନ୍ ଗ୍ରାଟା ଏକ କୂଟନୈତିକ ଶବ୍ଦ, ଯାହାର ଅର୍ଥ କୌଣସି ବିଦେଶ କୂଟନୀତିଜ୍ଞଙ୍କୁ ଗୋଟିଏ ଦେଶ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯିବ । ଏଭଳି ନିଷ୍ପତ୍ତି ସାଧାରଣତଃ ସେତେବେଳେ ନିଆଯାଇଥାଏ, ଯେତେବେଳେ କୌଣସି କୂଟନୀତିଜ୍ଞ ରହୁଥିବା ଦେଶର ସୁରକ୍ଷା, ସାର୍ବଭୌମତ୍ୱ କିମ୍ୱା ହିତ ବିରୋଧ କାର୍ଯ୍ୟରେ ଲିପ୍ତ ରୁହନ୍ତି । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଦର୍ଶାଉଛି ଯେ ପାକିସ୍ତାନୀ ଅଧିକାରୀ ଏପରି ଗତିବିଧିରେ ସାମିଲ ଥାଇପାରନ୍ତି, ଯାହା ଭାରତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବ ।