ବାରମୁଲା ଉରି ସେକ୍ଟରରେ ଏନକାଉଣ୍ଟର; ଦୁଇ ଆତଙ୍କବାଦୀ ମୃତ, ଅନୁପ୍ରବେଶ ପଣ୍ଡ
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ । ବାରମୁଲା ଜିଲ୍ଲା ଉରି ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ଘଣ୍ଟାର ଗୁଳିବିନିମୟ ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନାନୁସାରେ, ଉରି ସେକ୍ଟର ଏଲଓସିରେ ଅନୁପ୍ରବେଶ ନେଇ ଇନପୁଟ୍ ମିଳିବା ପରେ ସତର୍କ ହୋଇଥିଲା ସୁରକ୍ଷା ବାହିନୀ । ପରେ ଲାଇନ ଅଫ୍ କଣ୍ଟ୍ରୋଲର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖି ଆତଙ୍କୀବାଦୀମାନେ ଗୁଳିମାଡ଼ କରିଥିଲେ । ସୁରକ୍ଷା ବାହିନୀର ପାଲଟା ଆକ୍ରମଣରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଏହା ପୂର୍ବରୁ ଜୁନ୍ ୨୧ ତାରିଖରେ ବାରମୁଲାରେ ଭାରତୀୟ ସେନାର ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କୀ ପ୍ରାଣ ହରାଇଥିଲେ । ଉଭୟ ଲସ୍କର-ଏ-ତୈବା ସହିତ ଜଡ଼ିତ ଥିଲେ ।
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ । ବାରମୁଲା ଜିଲ୍ଲା ଉରି ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ଘଣ୍ଟାର ଗୁଳିବିନିମୟ ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସୂଚନାନୁସାରେ, ଉରି ସେକ୍ଟର ଏଲଓସିରେ ଅନୁପ୍ରବେଶ ନେଇ ଇନପୁଟ୍ ମିଳିବା ପରେ ସତର୍କ ହୋଇଥିଲା ସୁରକ୍ଷା ବାହିନୀ । ପରେ ଲାଇନ ଅଫ୍ କଣ୍ଟ୍ରୋଲର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖି ଆତଙ୍କୀବାଦୀମାନେ ଗୁଳିମାଡ଼ କରିଥିଲେ । ସୁରକ୍ଷା ବାହିନୀର ପାଲଟା ଆକ୍ରମଣରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଏହା ପୂର୍ବରୁ ଜୁନ୍ ୨୧ ତାରିଖରେ ବାରମୁଲାରେ ଭାରତୀୟ ସେନାର ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କୀ ପ୍ରାଣ ହରାଇଥିଲେ । ଉଭୟ ଲସ୍କର-ଏ-ତୈବା ସହିତ ଜଡ଼ିତ ଥିଲେ ।