ସର୍ବସ୍ୱାନ୍ତ କରିଦେଲା ନିଆଁ: ସିଲିଣ୍ଡର ଫାଟି ଜଳିଗଲା ଘର, ଜୀବନ୍ତ ଜଳିଗଲେ ଗୃହପାଳିତ ପଶୁ

କୋଣାର୍କ ୦୮/୦୪:  ଗୋପ ବ୍ଲକ ବିରତୁଙ୍ଗ ପଞ୍ଚାୟତରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ପରିବାର ସର୍ବସ୍ୱାନ୍ତ । ଘର ପୋଡିବା ସହ ଗୃହପାଳିତ ପଶୁ ବି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଥାଉକି, ରବିବାର ବିଳମ୍ୱିତ ରାତିରେ ବାବୁଲି ମଲିକଙ୍କ ଘରେ ନିଆଁ ଲାଗି ଯାଇଥିଲା । ଯାହା ଅନୁମାନ କରାଯାଉଛି ଯେ, ସିଲଣ୍ଡର ଫାଟି ଘରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ତିନି ବଖରା ଘର ସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏମିତିକି ଘରର ସବୁ ଜଳି ପାଉଁଶ ହେବାରୁ ବାସହରା ହୋଇ ଦାଣ୍ଡରେ ପରିବାର । ପରିବାର ଲୋକଙ୍କ କହିବା କଥା ବାବୁଲି ପ୍ରତ୍ୟେକ ଦିନ ପରି ଗୁହାଳରେ ଧୂଆଁ ଦେଇ ଘରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ହଟାତ ଗୁହାଳରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରଭାବ ଏତେ ଥିଲା ଯେ ପରିବାର ସହିତ ବାବୁଲି ଜୀବନ ବଞ୍ଚାଇ ଘର ବାହାରକୁ ପଳାଇ ଆସିଥିଲେ । ହେଲେ ପରିବାର ଆଗରେ ଚାହୁଁ ଚାହୁଁ ଗୁହାଳ ସହିତ ତିନି ବଖରା ଘର ଜଳି ପାଉଁଶ ହୋଇଯାଇଥିଲା । ଦୁଇଟି ଗାଈ ନିଆଁରେ ପୋଡି ମରିଯାଇଥିବା ବେଳେ ଲକ୍ଷାଧିକ ଧନ ସମ୍ପତ୍ତି ନଷ୍ଟ ହୋଯାଇଛି । ତେବେ ନିଆଁ ଲାଗିବା ଦ୍ୱାରା ଶ୍ରୀ ମାଲିକଙ୍କ ପରିବାର ବାସହରା ହୋଇଯାଇଛନ୍ତି । ଏମିତିକି ଯାହା ଶୁଣିବାକୁ ମିଳୁଛି ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ସୁନା ବି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାର ପହଞ୍ଚି ନାହାଁନ୍ତି । 

ସର୍ବସ୍ୱାନ୍ତ କରିଦେଲା ନିଆଁ: ସିଲିଣ୍ଡର ଫାଟି ଜଳିଗଲା ଘର, ଜୀବନ୍ତ ଜଳିଗଲେ ଗୃହପାଳିତ ପଶୁ

କୋଣାର୍କ ୦୮/୦୪:  ଗୋପ ବ୍ଲକ ବିରତୁଙ୍ଗ ପଞ୍ଚାୟତରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ପରିବାର ସର୍ବସ୍ୱାନ୍ତ । ଘର ପୋଡିବା ସହ ଗୃହପାଳିତ ପଶୁ ବି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । 

ସୂଚନା ଥାଉକି, ରବିବାର ବିଳମ୍ୱିତ ରାତିରେ ବାବୁଲି ମଲିକଙ୍କ ଘରେ ନିଆଁ ଲାଗି ଯାଇଥିଲା । ଯାହା ଅନୁମାନ କରାଯାଉଛି ଯେ, ସିଲଣ୍ଡର ଫାଟି ଘରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ତିନି ବଖରା ଘର ସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏମିତିକି ଘରର ସବୁ ଜଳି ପାଉଁଶ ହେବାରୁ ବାସହରା ହୋଇ ଦାଣ୍ଡରେ ପରିବାର । 

ପରିବାର ଲୋକଙ୍କ କହିବା କଥା ବାବୁଲି ପ୍ରତ୍ୟେକ ଦିନ ପରି ଗୁହାଳରେ ଧୂଆଁ ଦେଇ ଘରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ହଟାତ ଗୁହାଳରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରଭାବ ଏତେ ଥିଲା ଯେ ପରିବାର ସହିତ ବାବୁଲି ଜୀବନ ବଞ୍ଚାଇ ଘର ବାହାରକୁ ପଳାଇ ଆସିଥିଲେ । ହେଲେ ପରିବାର ଆଗରେ ଚାହୁଁ ଚାହୁଁ ଗୁହାଳ ସହିତ ତିନି ବଖରା ଘର ଜଳି ପାଉଁଶ ହୋଇଯାଇଥିଲା । 

ଦୁଇଟି ଗାଈ ନିଆଁରେ ପୋଡି ମରିଯାଇଥିବା ବେଳେ ଲକ୍ଷାଧିକ ଧନ ସମ୍ପତ୍ତି ନଷ୍ଟ ହୋଯାଇଛି । ତେବେ ନିଆଁ ଲାଗିବା ଦ୍ୱାରା ଶ୍ରୀ ମାଲିକଙ୍କ ପରିବାର ବାସହରା ହୋଇଯାଇଛନ୍ତି । ଏମିତିକି ଯାହା ଶୁଣିବାକୁ ମିଳୁଛି ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ସୁନା ବି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାର ପହଞ୍ଚି ନାହାଁନ୍ତି ।