କେମୋଥେରାପି ଯୋଗୁଁ ହିନାଙ୍କ ଶରୀରରେ ପଡୁଛି ସାଇଡ୍ ଇଫେକ୍ଟ, ଫଟୋ ଦେଖି ଫ୍ୟାନ୍ସ ଚିନ୍ତିତ

ମୁମ୍ଵାଇ ୧୭।୦୩; ‘ ୟେ ରିସ୍ତା କ୍ୟା କହଲାତା ହୈ’ ରୁ ଘରେ ଘରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହିନା ଖାନ।ବର୍ତ୍ତମାନ ସେ ନିଜର କ୍ୟାନସର ରୋଗକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହିନା ଗତ ବର୍ଷ ବ୍ରେଷ୍ଟ କ୍ୟାନସର ପୀଡିତ ଥିବା ନେଇ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥିଲେ। ଏହି ମଧ୍ୟରେ ଏବେ ହିନା ଖାନ୍ ନିଜର ଏକ ଫଟୋ ସେୟାର କରି କେମୋଥେରାପିରେ ତାଙ୍କ ଶରୀରରେ ହୋଇଥିବା ସାଇଡ୍‌ ଇଫେକ୍ଟକୁ ଦେଖାଇଛନ୍ତି। ଏହି ଫଟୋକୁ ଦେଖି ପ୍ରଶଂସକଙ୍କ ଚିନ୍ତା ପୁଣି ଥରେ ବଢା ଯାଇଛି। ହିନା ଖାନ ନିଜର ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ନିଜ ନଖର ଏକ କ୍ଲୋଜ-ଅପ୍‌ ଫଟୋ ସେୟାର କରିଛନ୍ତି। ଏହାସହ ସେ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ କେମୋଥେରାପି କାରଣରୁ ତାଙ୍କର ନଖର ରଙ୍ଗ ବଦଳି ଯାଇଛି। ଏହି ଫଟୋକୁ ସେୟାର କରି ହିନା ଖାନ ଲେଖିଛନ୍ତି , - ଠିକ୍‌ ଅଛି ,ଆପଣଙ୍କ ମଧ୍ୟରୁ ଅନେକ ଲୋକ ମୋ ନଖ ବିଷୟରେ ପଚାରିଛନ୍ତି , ଯେଉଁଥିରେ ମୋର ବିଲ୍ଡିଂର କିଛି ଲୋକ ବି ସଂପୃକ୍ତ ଅଛନ୍ତି ...ମୁଁ କୌଣସି ନେଲ୍‌ ପଲିସ୍‌ ଲଗାଇ ନାହିଁ...ମୁଁ ନେଲ୍‌ ପେଣ୍ଟ ଲଗାଇ କେମିତି ପ୍ରେୟର କରି ପାରିବି । କିଛି ବୁଦ୍ଧି ଲଗାଅ ମୋର ପ୍ରିୟ ସାଥିମାନେ।ହିନା ଆହୁରି ଲେଖିଛନ୍ତି , ନଖର ରଙ୍ଗ ଉଡ଼ିବା କେମୋଥେରାପିର ସବୁଠୁ ବଡ଼ ସାଇଡ୍‌ ଇଫେକ୍ଟ ମଧ୍ୟରୁ ଗୋଟିଏ। ମୋ ନଖ ଶୁଖି ଯାଇଛି... ଏବଂ କେବେ କେବେ ନଖର ସ୍କିନ୍‌ ଉପର ଉଠିଯାଏ । କ

କେମୋଥେରାପି ଯୋଗୁଁ ହିନାଙ୍କ ଶରୀରରେ ପଡୁଛି ସାଇଡ୍ ଇଫେକ୍ଟ, ଫଟୋ ଦେଖି ଫ୍ୟାନ୍ସ ଚିନ୍ତିତ

ମୁମ୍ଵାଇ ୧୭।୦୩; ‘ ୟେ ରିସ୍ତା କ୍ୟା କହଲାତା ହୈ’ ରୁ ଘରେ ଘରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହିନା ଖାନ।ବର୍ତ୍ତମାନ ସେ ନିଜର କ୍ୟାନସର ରୋଗକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହିନା ଗତ ବର୍ଷ ବ୍ରେଷ୍ଟ କ୍ୟାନସର ପୀଡିତ ଥିବା ନେଇ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥିଲେ। ଏହି ମଧ୍ୟରେ ଏବେ ହିନା ଖାନ୍ ନିଜର ଏକ ଫଟୋ ସେୟାର କରି କେମୋଥେରାପିରେ ତାଙ୍କ ଶରୀରରେ ହୋଇଥିବା ସାଇଡ୍‌ ଇଫେକ୍ଟକୁ ଦେଖାଇଛନ୍ତି। ଏହି ଫଟୋକୁ ଦେଖି ପ୍ରଶଂସକଙ୍କ ଚିନ୍ତା ପୁଣି ଥରେ ବଢା ଯାଇଛି। 

ହିନା ଖାନ ନିଜର ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ନିଜ ନଖର ଏକ କ୍ଲୋଜ-ଅପ୍‌ ଫଟୋ ସେୟାର କରିଛନ୍ତି। ଏହାସହ ସେ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ କେମୋଥେରାପି କାରଣରୁ ତାଙ୍କର ନଖର ରଙ୍ଗ ବଦଳି ଯାଇଛି। ଏହି ଫଟୋକୁ ସେୟାର କରି ହିନା ଖାନ ଲେଖିଛନ୍ତି , - ଠିକ୍‌ ଅଛି ,ଆପଣଙ୍କ ମଧ୍ୟରୁ ଅନେକ ଲୋକ ମୋ ନଖ ବିଷୟରେ ପଚାରିଛନ୍ତି , ଯେଉଁଥିରେ ମୋର ବିଲ୍ଡିଂର କିଛି ଲୋକ ବି ସଂପୃକ୍ତ ଅଛନ୍ତି ...ମୁଁ କୌଣସି ନେଲ୍‌ ପଲିସ୍‌ ଲଗାଇ ନାହିଁ...ମୁଁ ନେଲ୍‌ ପେଣ୍ଟ ଲଗାଇ କେମିତି ପ୍ରେୟର କରି ପାରିବି । କିଛି ବୁଦ୍ଧି ଲଗାଅ ମୋର ପ୍ରିୟ ସାଥିମାନେ।

ହିନା ଆହୁରି ଲେଖିଛନ୍ତି , ନଖର ରଙ୍ଗ ଉଡ଼ିବା କେମୋଥେରାପିର ସବୁଠୁ ବଡ଼ ସାଇଡ୍‌ ଇଫେକ୍ଟ ମଧ୍ୟରୁ ଗୋଟିଏ। ମୋ ନଖ ଶୁଖି ଯାଇଛି... ଏବଂ କେବେ କେବେ ନଖର ସ୍କିନ୍‌ ଉପର ଉଠିଯାଏ । କିନ୍ତୁ ଆପଣ ଜାଣନ୍ତି ଯେ , ଭଲ କଥା ... ଏସବୁ ଟେମ୍ପୋରେରୀ ଏବଂ ମନେରଖ କି ଆମେ ଠିକ ହେଉଛୁ ...। ହିନାଙ୍କ ଏମିତି ସ୍ଥିତି ଦେଖି ପ୍ରଶଂସକ ଖୁବ୍‌ ଚିନ୍ତିତ ହୋଇ ଯାଇଛନ୍ତି । ସମସ୍ତେ ହିନାଙ୍କର ଆଶୁ ଆରୋଗ୍ୟ କାମନା କରି ତାଙ୍କୁ ସାହସ ଦେଉଛନ୍ତି। ଅନେକ ୟୁଜର୍ସ ଇମୋସନାଲ ହେବାର ମଧ୍ୟ ନଜର ଆସୁଛି।