ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ରିକ୍ଟର ସ୍କେଲରେ ତୀବ୍ରତା ୫.୯
ମମ୍ଵାଇ ୧୨।୦୩; ପୁଣି ଥରେ ଭୂକମ୍ପରେ ଥରିଲା ଆଣ୍ଡାମାନ ଦ୍ୱୀପପୁଞ୍ଜ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ରେ ମାପ କରାଯାଇଛି। ବଙ୍ଗୋପସାଗରରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ବଙ୍ଗୋପସାଗରରେ ଘଟିଥିବା ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୫.୬ ମାପ କରାଯାଇଥିଲା।ସମୁଦ୍ର ତଳେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ଯଦିଓ ଉଭୟ ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଜାତୀୟ ଭୂକମ୍ପ କେନ୍ଦ୍ର ଭୂକମ୍ପକୁ ନିଶ୍ଚିତ କରିଛି ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।EQ of M: 5.6, On: 12/03/2025 11:12:10 IST, Lat: 6.95 N, Long: 92.41 E, Depth: 10 Km, Location: Bay of Bengal.For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/1pFDykBQtU— National Center for Seismology (@NCS_Earthquake) March 12, 2025ଗତକାଲି ଗୁଜୁରାଟରେ ଦୁଇଥର ଭୂକମ୍ପ ଘଟିଥିଲାକହିବାକୁ ଗଲେ ଗତକାଲି ମଧ୍ୟ ଭାରତରେ ଭୂକମ୍ପ ହୋଇଥିଲା। ଗୁଜୁରାଟର କୁଚ୍ ଜିଲ୍ଲାରେ ଦୁଇଥର ଭୂକମ୍
ମମ୍ଵାଇ ୧୨।୦୩; ପୁଣି ଥରେ ଭୂକମ୍ପରେ ଥରିଲା ଆଣ୍ଡାମାନ ଦ୍ୱୀପପୁଞ୍ଜ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ରେ ମାପ କରାଯାଇଛି। ବଙ୍ଗୋପସାଗରରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ବଙ୍ଗୋପସାଗରରେ ଘଟିଥିବା ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୫.୬ ମାପ କରାଯାଇଥିଲା।
ସମୁଦ୍ର ତଳେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ଯଦିଓ ଉଭୟ ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଜାତୀୟ ଭୂକମ୍ପ କେନ୍ଦ୍ର ଭୂକମ୍ପକୁ ନିଶ୍ଚିତ କରିଛି ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।
EQ of M: 5.6, On: 12/03/2025 11:12:10 IST, Lat: 6.95 N, Long: 92.41 E, Depth: 10 Km, Location: Bay of Bengal.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/1pFDykBQtU— National Center for Seismology (@NCS_Earthquake) March 12, 2025
ଗତକାଲି ଗୁଜୁରାଟରେ ଦୁଇଥର ଭୂକମ୍ପ ଘଟିଥିଲା
କହିବାକୁ ଗଲେ ଗତକାଲି ମଧ୍ୟ ଭାରତରେ ଭୂକମ୍ପ ହୋଇଥିଲା। ଗୁଜୁରାଟର କୁଚ୍ ଜିଲ୍ଲାରେ ଦୁଇଥର ଭୂକମ୍ପରେ କମ୍ପନ ଘଟିଛି। ମଙ୍ଗଳବାର ସକାଳ ୧୧.୧୨ରେ କଚ୍ଛ ଜିଲ୍ଲାରେ ଏକ ଭୂକମ୍ପ ଘଟିଥିଲା ଯାହା ଗାନ୍ଧିନଗରରେ ଅବସ୍ଥିତ ଭୂକମ୍ପ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା ନିଶ୍ଚିତ କରାଯାଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୩ ମାପ କରାଯାଇଥିଲା ।