ଜଟିଳ ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା, CBIଙ୍କୁ ମିଳିଲା କେସ୍ ଚଳାଇବାକୁ ଅନୁମତି

ନୂଆଦିଲ୍ଲୀ : ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ଆହୁରି ଜଟିଳ ହୋଇପାରେ। କଥିତ ଅବକାରୀ ଦୁର୍ନୀତିରେ ସିବିଆଇକୁ ତାଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ଅନୁମତି ମିଳିଛି। ସିବିଆଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଯାଞ୍ଚ ଏଜେନ୍ସୀ ଶୁକ୍ରବାର ରାଉଜ ଏଭେନ୍ୟୁ କୋର୍ଟଙ୍କୁ କହିଛନ୍ତି ଯେ ଅବକାରୀ ଦୁର୍ନୀତି ସମ୍ପର୍କିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ମଞ୍ଜୁରୀ ମିଳିଛି। ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କେଜରିୱାଲଙ୍କୁ ଜୁନ ୨୬ ତାରିଖ ଦିନ ଗିରଫ କରିଥିଲା। ତେବେ ସେ ୨୭ ଅଗଷ୍ଟ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରହିବେ। ଯାଞ୍ଚ ଏଜେନ୍ସୀ ତାଙ୍କ ବିରୋଧରେ ଜୁଲାଇ ୨୯ ତାରିଖ ଦିନ ଚାର୍ଜସିଟ୍ ଦାଖଲ କରିଥିଲା। ହେଲେ ଅଗଷ୍ଟ ୧୨ ତାରିଖ ଦିନ ଚାର୍ଜସିଟ୍ ମାମଲାରେ ସଂଜ୍ଞାନ ନିଆଯିବା ପରେ ସିବିଆଇ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ପାଇଁ ଏଜେନ୍ସୀକୁ ସ୍ୱୀକୃତି ମିଳି ନାହିଁ। ଏହା ପରେ କୋର୍ଟ ମାମଲାର ଶୁଣାଣିକୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଥିଲେ। ଏବେ ମୋକଦ୍ଦମା ଚଳାଇବା ପାଇଁ ମଞ୍ଜୁରୀ ମିଳିସାରିଥିବାରୁ କେଜରିୱାଲଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍ ଉପରେ ସଂଜ୍ଞାନ ନିଆ ଯାଇପାରିବ। ସୁପ୍ରିମକୋର୍ଟ ଅଗଷ୍ଟ ୧୪ରେ କେଜରିୱାଲଙ୍କ ଅନ୍ତରୀଣ ଜାମିନ ନିବେଦନକୁ ଖାରଜ କରିଦେ

ଜଟିଳ ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା, CBIଙ୍କୁ ମିଳିଲା କେସ୍ ଚଳାଇବାକୁ ଅନୁମତି

ନୂଆଦିଲ୍ଲୀ : ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ଆହୁରି ଜଟିଳ ହୋଇପାରେ। କଥିତ ଅବକାରୀ ଦୁର୍ନୀତିରେ ସିବିଆଇକୁ ତାଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ଅନୁମତି ମିଳିଛି। ସିବିଆଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଯାଞ୍ଚ ଏଜେନ୍ସୀ ଶୁକ୍ରବାର ରାଉଜ ଏଭେନ୍ୟୁ କୋର୍ଟଙ୍କୁ କହିଛନ୍ତି ଯେ ଅବକାରୀ ଦୁର୍ନୀତି ସମ୍ପର୍କିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ମଞ୍ଜୁରୀ ମିଳିଛି। 

ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କେଜରିୱାଲଙ୍କୁ ଜୁନ ୨୬ ତାରିଖ ଦିନ ଗିରଫ କରିଥିଲା। ତେବେ ସେ ୨୭ ଅଗଷ୍ଟ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରହିବେ। ଯାଞ୍ଚ ଏଜେନ୍ସୀ ତାଙ୍କ ବିରୋଧରେ ଜୁଲାଇ ୨୯ ତାରିଖ ଦିନ ଚାର୍ଜସିଟ୍ ଦାଖଲ କରିଥିଲା। ହେଲେ ଅଗଷ୍ଟ ୧୨ ତାରିଖ ଦିନ ଚାର୍ଜସିଟ୍ ମାମଲାରେ ସଂଜ୍ଞାନ ନିଆଯିବା ପରେ ସିବିଆଇ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ପାଇଁ ଏଜେନ୍ସୀକୁ ସ୍ୱୀକୃତି ମିଳି ନାହିଁ। ଏହା ପରେ କୋର୍ଟ ମାମଲାର ଶୁଣାଣିକୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଥିଲେ। 

ଏବେ ମୋକଦ୍ଦମା ଚଳାଇବା ପାଇଁ ମଞ୍ଜୁରୀ ମିଳିସାରିଥିବାରୁ କେଜରିୱାଲଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍ ଉପରେ ସଂଜ୍ଞାନ ନିଆ ଯାଇପାରିବ। ସୁପ୍ରିମକୋର୍ଟ ଅଗଷ୍ଟ ୧୪ରେ କେଜରିୱାଲଙ୍କ ଅନ୍ତରୀଣ ଜାମିନ ନିବେଦନକୁ ଖାରଜ କରିଦେଇଥିଲେ ଏହା ସହିତ ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସିବିଆଇକୁ ଜବାବ ମାଗିଥିଲେ। ତେବେ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୫ ତାରିଖରେ କେଜରିୱାଲଙ୍କ ଗିରଫକୁ ବୈଧ ବୋଲି କହିଥିଲେ। 

ହାଇକୋର୍ଟ କହିଥିଲେ ଯେ ସିବିଆଇ ଏହା ପ୍ରମାଣିତ କରିଛି ଯେ କେଜରିୱାଲ କିପରି ସେହି ସାକ୍ଷମାନଙ୍କୁ ପ୍ରଭାବିତ କରିପାରିବେ, ଯେଉଁମାନେ ତାଙ୍କ ଗିରଫ ପରେ ସାକ୍ଷ ଦେବାକୁ ସାହସ କରିଥିଲେ। ଏଣୁ କୋର୍ଟ ସିବିଆଇ ମାମଲାରେ ନିୟମିତ ଜାମିନ ପାଇଁ  କେଜରିୱାଲଙ୍କୁ ନିମ୍ନ ଅଦାଲତକୁ ଯିବାକୁ କହିଥିଲେ।