ପାକିସ୍ତାନକୁ ଏବେ ଅନାହାର ଚିନ୍ତା , କୋଟିଏ ଲୋକ ବିପଦ ଘେରରେ : UNର ରିପୋର୍ଟରେ ଖୁଲାସା
ନୂଆଦିଲ୍ଲୀ : ଗତ ଅନେକ ବର୍ଷରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଏକ ବଡ଼ ସମସ୍ୟାରେ ପଡ଼ିଛି। ଏହାର ଲକ୍ଷ ଲକ୍ଷ ଲୋକଙ୍କ ଉପରେ ତୀବ୍ର ଅନାହାରର କଳାବାଦଲ ଘେରି ରହିଛି। ଏହାର ଖୁଲାସା ଜାତିସଂଘର ଏକ ରିପୋର୍ଟରେ କରାଯାଇଛି। ସଂଯୁକ୍ତ ରାଷ୍ଟ୍ର ନିକଟରେ ଏକ ରିପୋର୍ଟରେ କହିଛି ଯେ, ଦେଶରେ ପାଖାପାଖି ୧.୧ କୋଟି ଅର୍ଥାତ୍ ୧୧ମିଲିୟନ ଲୋକ ଖାଦ୍ୟାଭାବର ସମ୍ମୁଖୀନ। ରିପୋର୍ଟ ମୁତାବିକ , ଅନେକ ଅଞ୍ଚଳରେ ଖାଦ୍ୟଶସ୍ୟର ଖୁବ୍ ଅଭାବ ଏବଂ ଲୋକେ ଦୁର୍ଭିକ୍ଷ ଓ ଅନାହାର ଭଳି ଜରୁରୀ ସ୍ଥିତି ଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି।କହି ରଖୁଛୁ ଯେ, ସଂଯୁକ୍ତ ରାଷ୍ଟ୍ରର ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ (ଏଫଏଓ) ଗତ ଶୁକ୍ରବାର ନିଜର ଗ୍ଲୋବାଲ ରିପୋର୍ଟ ଅନ୍ ଫୁଡ୍ କ୍ରାଇସିସ ୨୦୨୫ ଜାରି କରି ଥିଲା। ରିପୋର୍ଟରେ ପାକିସ୍ତାନରେ ଖାଦ୍ୟ ଅସୁରକ୍ଷାକୁ ନେଇ ଏକ ଭୟାଙ୍କର ଫଟୋ ଉପସ୍ଥାପିତ କରାଯାଇଛି। ଏଥିରେ କୁହାଯାଇଛି ଯେ, ବଲୁଚିସ୍ତାନ , ସିନ୍ଧ ଓ ଖୈବର ପଖତୁନଖ୍ୱା ଭଳି ସଂଘର୍ଷ ପ୍ରଭାବିତ ଓ ଗରିବ କ୍ଷେତ୍ରରେ ସ୍ଥିତି ଆହୁରି ଦୟନୀୟ । ରିପୋର୍ଟ ମୁତାବିକ , ୧.୧ କୋଟି ଲୋକ ଗୁରୁତର ଖାଦ୍ୟ ଅସୁରକ୍ଷାର ସାମ୍ନା କରୁଛନ୍ତି , ଯେଉଁଥିରେ ପାଖାପାଖି ୧୭ଲକ୍ଷ ଏମିତି ଅଛନ୍ତି , ଯାହାଙ୍କୁ FAO ଜରୁରୀକାଳୀନ ସ୍ଥିତି ରୂପେ ଦେଖିଥାଏ, ଅର୍ଥାତ୍ ଅନାହାରରୁ ଗୋଟେ ପାଦ ଦୂରରେ। ରିପୋର୍ଟର ଅନ୍ୟ ଦିଗର କଥା ଯଦି କହିବା ତ
ନୂଆଦିଲ୍ଲୀ : ଗତ ଅନେକ ବର୍ଷରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଏକ ବଡ଼ ସମସ୍ୟାରେ ପଡ଼ିଛି। ଏହାର ଲକ୍ଷ ଲକ୍ଷ ଲୋକଙ୍କ ଉପରେ ତୀବ୍ର ଅନାହାରର କଳାବାଦଲ ଘେରି ରହିଛି। ଏହାର ଖୁଲାସା ଜାତିସଂଘର ଏକ ରିପୋର୍ଟରେ କରାଯାଇଛି। ସଂଯୁକ୍ତ ରାଷ୍ଟ୍ର ନିକଟରେ ଏକ ରିପୋର୍ଟରେ କହିଛି ଯେ, ଦେଶରେ ପାଖାପାଖି ୧.୧ କୋଟି ଅର୍ଥାତ୍ ୧୧ମିଲିୟନ ଲୋକ ଖାଦ୍ୟାଭାବର ସମ୍ମୁଖୀନ। ରିପୋର୍ଟ ମୁତାବିକ , ଅନେକ ଅଞ୍ଚଳରେ ଖାଦ୍ୟଶସ୍ୟର ଖୁବ୍ ଅଭାବ ଏବଂ ଲୋକେ ଦୁର୍ଭିକ୍ଷ ଓ ଅନାହାର ଭଳି ଜରୁରୀ ସ୍ଥିତି ଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି।
କହି ରଖୁଛୁ ଯେ, ସଂଯୁକ୍ତ ରାଷ୍ଟ୍ରର ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ (ଏଫଏଓ) ଗତ ଶୁକ୍ରବାର ନିଜର ଗ୍ଲୋବାଲ ରିପୋର୍ଟ ଅନ୍ ଫୁଡ୍ କ୍ରାଇସିସ ୨୦୨୫ ଜାରି କରି ଥିଲା। ରିପୋର୍ଟରେ ପାକିସ୍ତାନରେ ଖାଦ୍ୟ ଅସୁରକ୍ଷାକୁ ନେଇ ଏକ ଭୟାଙ୍କର ଫଟୋ ଉପସ୍ଥାପିତ କରାଯାଇଛି। ଏଥିରେ କୁହାଯାଇଛି ଯେ, ବଲୁଚିସ୍ତାନ , ସିନ୍ଧ ଓ ଖୈବର ପଖତୁନଖ୍ୱା ଭଳି ସଂଘର୍ଷ ପ୍ରଭାବିତ ଓ ଗରିବ କ୍ଷେତ୍ରରେ ସ୍ଥିତି ଆହୁରି ଦୟନୀୟ ।
ରିପୋର୍ଟ ମୁତାବିକ , ୧.୧ କୋଟି ଲୋକ ଗୁରୁତର ଖାଦ୍ୟ ଅସୁରକ୍ଷାର ସାମ୍ନା କରୁଛନ୍ତି , ଯେଉଁଥିରେ ପାଖାପାଖି ୧୭ଲକ୍ଷ ଏମିତି ଅଛନ୍ତି , ଯାହାଙ୍କୁ FAO ଜରୁରୀକାଳୀନ ସ୍ଥିତି ରୂପେ ଦେଖିଥାଏ, ଅର୍ଥାତ୍ ଅନାହାରରୁ ଗୋଟେ ପାଦ ଦୂରରେ। ରିପୋର୍ଟର ଅନ୍ୟ ଦିଗର କଥା ଯଦି କହିବା ତ ଗ୍ରାମୀଣ ଜିଲ୍ଲା ଗୁଡ଼ିକର ୬୮ଟି କ୍ଷେତ୍ର ଗରିବୀ ଓ ଅନେକ ଦଶକର ରାଜନୀତିକ ଉପେକ୍ଷାରେ ଜର୍ଜରିତ। ଅନ୍ୟପଟେ ଅନେକ ସ୍ଥାନରେ ଭୟାବହ ବନ୍ୟା ପରେ ଏହି ଅଞ୍ଚଳରେ ପାଖାପାଖି ୨୨ ପ୍ରତିଶତ ଜନସଂଖ୍ୟା ଅନାହାରରେ ଅଛନ୍ତି। ବଲୁଚିସ୍ତାନ ଓ ସିନ୍ଧର ଦକ୍ଷିଣୀ ପ୍ରାନ୍ତରେ କୁପୋଷଣ ମଧ୍ୟ ଏକ ବଡ଼ ଚିନ୍ତା ସାଜି ଉଭା ହୋଇଛି।