କୁପୱାଡାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ୩ ମୃତ, ରିୟାସୀ ଆକ୍ରମଣର ସହଯୋଗକାରୀ ଗିରଫ

ଜମ୍ମୁ ୧୪।୭: ଜମ୍ମୁ-କାଶ୍ମୀର କୁପୱାଡାର କେରନ ସେକ୍ଟର ଏଲଓସିରେ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି। ଅନୁପ୍ରବେଶ କରିଥିବା ୩ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି। ଅପରେସନ ଏବେବି ଜାରି ରହିଛି। ସୂଚନା ଅନୁସାରେ ଏକ ସମୂହକୁ ଭାରତୀୟ ସେନା ଜବାନ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ଅନୁପ୍ରବେଶକାରୀ ଗୁଳି ଚଳାଇ ପଳାଇବାକୁ ଉଦ୍ୟମ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ସୁରକ୍ଷାବଳ ଅନୁପ୍ରବେଶ ଉଦ୍ୟମ କରିଥିବା ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହା ପୂର୍ବରୁ ଗତଜୁନ ୨୨ ତାରିଖ ଦିନ ଜମ୍ମୁ-କାଶ୍ମୀରର ଉରୀ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ଆତଙ୍କବାଦୀଙ୍କୁ ସେନା ଏନକାଉଣ୍ଟର କରିଥିଲା। ଏହି ଘଟଣା ଗୋହଲତ ଅଞ୍ଚଳରେ ହୋଇଥିଲା। ସେହିପରି ଜୁନ ୧୯ ତାରିଖ ଦିନ ବାରାମୂଲାର ହାଦିପୋରାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଏହା ଛଡା ଜମ୍ମୁ-କାଶ୍ମୀର ପୋଲିସ ରବିବାର ରିୟାସୀରୁ ହକିମ ଉଦ୍ଦିନ (୪୫)କୁ ଗିରଫ କରିଛି। ହକିମ ରିୟାସୀ ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀଙ୍କୁ ସହାୟତା କରିଥିଲା। ପୋଲିସ ଅନୁସାରେ ଅଭିଯୁକ୍ତ ୬ ହଜାର ଟଙ୍କା ବଦଳରେ ଆତଙ୍କବାଦୀଙ୍କୁ ଶରଣ ଦେବା ସହ ଖାଇବା ପିଇବାକୁ ମଧ୍ୟ ଦେଉଥିଲା ଓ ସେମାନଙ୍କୁ ଘଟଣାସ୍ଥଳକୁ ବାଟ କଢେଇ ନେ

କୁପୱାଡାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ୩ ମୃତ, ରିୟାସୀ ଆକ୍ରମଣର ସହଯୋଗକାରୀ ଗିରଫ

ଜମ୍ମୁ ୧୪।୭: ଜମ୍ମୁ-କାଶ୍ମୀର କୁପୱାଡାର କେରନ ସେକ୍ଟର ଏଲଓସିରେ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି। ଅନୁପ୍ରବେଶ କରିଥିବା ୩ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି। ଅପରେସନ ଏବେବି ଜାରି ରହିଛି। ସୂଚନା ଅନୁସାରେ ଏକ ସମୂହକୁ ଭାରତୀୟ ସେନା ଜବାନ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ଅନୁପ୍ରବେଶକାରୀ ଗୁଳି ଚଳାଇ ପଳାଇବାକୁ ଉଦ୍ୟମ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ସୁରକ୍ଷାବଳ ଅନୁପ୍ରବେଶ ଉଦ୍ୟମ କରିଥିବା ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। 

ମୃତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହା ପୂର୍ବରୁ ଗତଜୁନ ୨୨ ତାରିଖ ଦିନ ଜମ୍ମୁ-କାଶ୍ମୀରର ଉରୀ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ଆତଙ୍କବାଦୀଙ୍କୁ ସେନା ଏନକାଉଣ୍ଟର କରିଥିଲା। ଏହି ଘଟଣା ଗୋହଲତ ଅଞ୍ଚଳରେ ହୋଇଥିଲା। ସେହିପରି ଜୁନ ୧୯ ତାରିଖ ଦିନ ବାରାମୂଲାର ହାଦିପୋରାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ। 

ଏହା ଛଡା ଜମ୍ମୁ-କାଶ୍ମୀର ପୋଲିସ ରବିବାର ରିୟାସୀରୁ ହକିମ ଉଦ୍ଦିନ (୪୫)କୁ ଗିରଫ କରିଛି। ହକିମ ରିୟାସୀ ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀଙ୍କୁ ସହାୟତା କରିଥିଲା। ପୋଲିସ ଅନୁସାରେ ଅଭିଯୁକ୍ତ ୬ ହଜାର ଟଙ୍କା ବଦଳରେ ଆତଙ୍କବାଦୀଙ୍କୁ ଶରଣ ଦେବା ସହ ଖାଇବା ପିଇବାକୁ ମଧ୍ୟ ଦେଉଥିଲା ଓ ସେମାନଙ୍କୁ ଘଟଣାସ୍ଥଳକୁ ବାଟ କଢେଇ ନେଇଥିଲା। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।