ଚଳନ୍ତା ବସ୍‌ରୁ ଗର୍ଭବତୀ ସ୍ତ୍ରୀକୁ ଠେଲିଦେଲା ସ୍ୱାମୀ

୮ ମାସ ପୂର୍ବେ ୧୯ ବର୍ଷୀୟ ବଲାରମଥୀଙ୍କ ବିବାହ ୨୪ ବର୍ଷୀୟ ପାଣ୍ଡିଆନଙ୍କ ସହ ହୋଇଥିଲା। ମିଡିଆ ରିପୋର୍ଟ ଅନୁସାରେ, ପାଣ୍ଡିଆନ୍‌ ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଚଳନ୍ତା ବସ୍‌ରୁ ଠେଲି ଦେଇଛନ୍ତି।

ଚଳନ୍ତା ବସ୍‌ରୁ ଗର୍ଭବତୀ ସ୍ତ୍ରୀକୁ ଠେଲିଦେଲା ସ୍ୱାମୀ

ଚଳନ୍ତା ବସ୍‌ରୁ ଗର୍ଭବତୀ ସ୍ତ୍ରୀକୁ ଠେଲିଦେଲା ସ୍ୱାମୀ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲାରେ। ସୂଚନା ଅନୁସାରେ ଏକ ବସ୍‌ରେ ଗର୍ଭବତୀ ସ୍ତ୍ରୀକୁ ନେଇ ଯାଉଥିବାବେଳେ ହଠାତ୍‌ ଚଳନ୍ତା ବସ୍‌ରୁ ସ୍ତ୍ରୀକୁ ଠେଲିଦେଇଥିଲା ସ୍ୱାମୀ। ବସ୍‌ରୁ ଖସିପଡ଼ିବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁବରଣ କରିଥିବା ମହିଳାଜଣକ ହେଉଛନ୍ତି ୧୯ ବର୍ଷୀୟ ବଲାରମଥୀ। ତେବେ ଏହି ଘଟଣା ପରେ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, ୮ ମାସ ପୂର୍ବେ ୧୯ ବର୍ଷୀୟ ବଲାରମଥୀଙ୍କ ବିବାହ ୨୪ ବର୍ଷୀୟ ପାଣ୍ଡିଆନଙ୍କ ସହ ହୋଇଥିଲା। ମିଡିଆ ରିପୋର୍ଟ ଅନୁସାରେ, ପାଣ୍ଡିଆନ୍‌ ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଚଳନ୍ତା ବସ୍‌ରୁ ଠେଲି ଦେଇଛନ୍ତି। ତେବେ ବସ୍‌ରେ ଦୁଇ ଜଣ ଯାଉଥିବାବେଳେ କିଛି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାରି ମଧ୍ୟରେ ପାଣ୍ଡିଆନ୍‌ ରାଗିଯାଇ ତାଙ୍କ ସ୍ତ୍ରୀ ବଲାରମଥୀଙ୍କୁଚଳନ୍ତା ବସ୍‌ରୁ ଠେଲି ଦେଇଥିଲେ। ଚଳନ୍ତା ବସ୍‌ରୁ ପଡ଼ି ତାଙ୍କ ମୃତ୍ୟୁ ହୋଇଛି।