ସମସ୍ତଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ: ନବୀନ

ରାଉରକେଲା,୧୬ା୫(ଦିନେଶ ମିଶ୍ର)ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର-୧୩ ମେଲଣ ପଡ଼ିଆରେ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ମିଳିବ ବୋଲି କହିଥିଲେ। ସ୍ବାସ୍ଥ୍ୟକ୍ଷେତ୍ରରେ ବିଏସ୍‌କେୱାଇ, ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ୍‌, କୃଷକ ପାଇଁ କାଳିଆ ଯୋଜନା, ଶିକ୍ଷା ପାଇଁ ୫-ଟି ଯୋଜନା, ମଧୁବାବୁ ପେନ୍‌ସନ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସମାବେଶରେ ଉପସ୍ଥିତ […] The post ସମସ୍ତଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ: ନବୀନ appeared first on Dharitri Odia News.

ସମସ୍ତଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ: ନବୀନ

ରାଉରକେଲା,୧୬ା୫(ଦିନେଶ ମିଶ୍ର)ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର-୧୩ ମେଲଣ ପଡ଼ିଆରେ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ମିଳିବ ବୋଲି କହିଥିଲେ। ସ୍ବାସ୍ଥ୍ୟକ୍ଷେତ୍ରରେ ବିଏସ୍‌କେୱାଇ, ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ୍‌, କୃଷକ ପାଇଁ କାଳିଆ ଯୋଜନା, ଶିକ୍ଷା ପାଇଁ ୫-ଟି ଯୋଜନା, ମଧୁବାବୁ ପେନ୍‌ସନ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସମାବେଶରେ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ। ଶଙ୍ଖ ଚିହ୍ନ ଭଲ କି ନବୀନ ପଟ୍ଟନାୟକ ଭଲ କି କହି ସମାବେଶରେ ଉପସ୍ଥିତ ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ଜୁଲାଇ ମାସରୁ ବିଜୁଳି ବିଲ ମାଗଣା ସାଙ୍ଗକୁ ସମସ୍ତଙ୍କ ପାଇଁ ବିଏସ୍‌କେୱାଇ କାର୍ଡ ଫ୍ରି ମିଳିବ କହିଥିଲେ ନବୀନ। ବିରୋଧୀ ଦଳ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତେଣୁ ଚଳିତ ନିର୍ବାଚନରେ ଶଙ୍ଖଚିହ୍ନକୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟରଙ୍କୁ ଆହ୍ବାନ ଦେଇଥିଲେ। ସେହିଭଳି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ତାଙ୍କ ବକ୍ତବ୍ୟରେ କହିଥିଲେ, ରାଉରକେଲା ଓ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ହେବ ସ୍ବତନ୍ତ୍ର ବିକାଶ। ଏହି ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ବ୍ଲୁପ୍ରିଣ୍ଟ ତିଆରି କରି ସାରିଛନ୍ତି। ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ହୃଦୟରୁ ଭଲ ପାଆନ୍ତି ା ତେଣୁ ବିଶ୍ୱ ଦରବାରରେ ସୁନ୍ଦରଗଡ ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ କରାଇ ସ୍ବତନ୍ତ୍ର ପରିଚୟ ଦେଇସାରିଛନ୍ତି। ତେଣୁ ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଜିଲାରେ ୭ଟି ନିର୍ବାଚନ ମଣ୍ଡଳୀରେ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟଦେଇ ଜୟଯୁକ୍ତ କରାଇବାକୁ ପାଣ୍ଡିଆନ ସଭାରେ ଉପସ୍ଥିତ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ଏହି ସମାବେଶରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାର୍ଥତ୍ନୀ ଅର୍ଚ୍ଚନାରେଖା ବେହେରା, ରାଉରକେଲା ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ବୀରମିତ୍ରପୁର ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ, ରାଜଗାଙ୍ଗପୁର ପ୍ରାର୍ଥୀ ଅନୀଲ ବାରୁଆ, ବଣାଇ ପ୍ରାର୍ଥୀ ଭୀମସେନ୍‌ ଚୌଧୁରୀ, ତଳସରା ପ୍ରାର୍ଥୀ ବିନୟ ଟପ୍ପୋ, ସୁନ୍ଦରଗଡ଼ ପ୍ରାର୍ଥୀ ଯୋଗେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ଜିଲା ସଭାପତି ହାଲୁ ମଣ୍ଡାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଦଳର ବରିଷ୍ଠ ନାରୀନେତ୍ରୀ ଛବି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

The post ସମସ୍ତଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ: ନବୀନ appeared first on Dharitri Odia News.