ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବେହରଣ ଦ୍ବାର ଠାରେ ପଡିଥିଲା ରକ୍ତଛିଟା
ପୁରୀ ୨୩।୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ବେହରଣ ଦ୍ବାର ଠାରେ ରକ୍ତଛିଟା ପଡ଼ିଥିବାରୁ ହୋଇଛି ବଡ଼ ମହାସ୍ନାନ। ଏହି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଥିଲା । ଖବର ଅନୁଯାୟୀ, ଭିତର ଶୋଧ ବାଜା ବନ୍ଦ ହେବା ପରେ ବେହରଣ ଦ୍ଵାର ଠାରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ମନ୍ଦିର ପରିସରରେ ଧୁଆଧୋଇ ହୋଇ ଚୂନ ପାଣି ପଡିବା ପରେ ନୀତିକାନ୍ତି ହୋଇଛି । ସେହିପରି ଗତ ରବିବାର ଦିନ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ଚାଙ୍ଗଡ଼ା ଦ୍ୱାର ଠାରୁ ବେହରଣ ଦ୍ୱାର ପର୍ଯ୍ୟନ୍ତ ରକ୍ତଛିଟା ପଡିଥିବାରୁ ବଡ଼ ମହାସ୍ନାନ କରାଯାଇଥିଲା । ସକାଳ ଧୂପ ଭୋଗ ଶେଷ ହେବା ପରେ ଭିତର କାଠ ଦର୍ଶନ ସମୟରେ ରକ୍ତଛିଟା ଦେଖିବାକୁ ମିଳିଥିଲା ।
ପୁରୀ ୨୩।୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ବେହରଣ ଦ୍ବାର ଠାରେ ରକ୍ତଛିଟା ପଡ଼ିଥିବାରୁ ହୋଇଛି ବଡ଼ ମହାସ୍ନାନ। ଏହି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଥିଲା ।
ଖବର ଅନୁଯାୟୀ, ଭିତର ଶୋଧ ବାଜା ବନ୍ଦ ହେବା ପରେ ବେହରଣ ଦ୍ଵାର ଠାରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ମନ୍ଦିର ପରିସରରେ ଧୁଆଧୋଇ ହୋଇ ଚୂନ ପାଣି ପଡିବା ପରେ ନୀତିକାନ୍ତି ହୋଇଛି ।
ସେହିପରି ଗତ ରବିବାର ଦିନ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ଚାଙ୍ଗଡ଼ା ଦ୍ୱାର ଠାରୁ ବେହରଣ ଦ୍ୱାର ପର୍ଯ୍ୟନ୍ତ ରକ୍ତଛିଟା ପଡିଥିବାରୁ ବଡ଼ ମହାସ୍ନାନ କରାଯାଇଥିଲା । ସକାଳ ଧୂପ ଭୋଗ ଶେଷ ହେବା ପରେ ଭିତର କାଠ ଦର୍ଶନ ସମୟରେ ରକ୍ତଛିଟା ଦେଖିବାକୁ ମିଳିଥିଲା ।