ଅଭିନୟରୁ ରାଜନୀତି ମୈଦାନରେ ପାଦ ଥାପିଲେ ଥାଲାପତି ବିଜୟ, ଗଠନ କଲେ ନିଜର ନୂଆ ଦଳ

ଚେନ୍ନାଇ: ରାଜନୀତିରେ ପାଦ ଥାପିଲେ ପ୍ରଖ୍ୟାତ ତାମିଲ ଅଭିନେତା ଥାଲାପତି ବିଜୟ । ଅଭିନୟ ଜଗତରୁ ରାଜନୀତି ମୈଦାନରେ ଏଣ୍ଟ୍ରି କରିଛନ୍ତି ଥାଲାପତି ବିଜୟ । ଆଜି ସେ ତାଙ୍କର ନୂଆ ଦଳ ଗଠନ କରିଥିବା ନେଇ ଘୋଷଣା କରିଛନ୍ତି। ରାଜନୈତିକ ଦଳ ‘ତମିଝଗା ଭେତ୍ରି କଞ୍ଜଗମ’ ଗଠନ କରି ଥଲପତି କହିଛନ୍ତି, ସ୍ୱଚ୍ଛ, ଜାତିବାଦମୁକ୍ତ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଗଢିବା ଆମର ମୂଳ ଲକ୍ଷ୍ୟ ରହିଛି। ବିଜୟ ତାଙ୍କର ଏହି ଦଳ ସହ ୨୦୨୬ ତାମିଲନାଡୁ […]

ଅଭିନୟରୁ ରାଜନୀତି ମୈଦାନରେ ପାଦ ଥାପିଲେ ଥାଲାପତି ବିଜୟ, ଗଠନ କଲେ ନିଜର ନୂଆ ଦଳ
Thalapathy Vijay enters politics with Tamizhaga Vetri Kazhagam party

ଚେନ୍ନାଇ: ରାଜନୀତିରେ ପାଦ ଥାପିଲେ ପ୍ରଖ୍ୟାତ ତାମିଲ ଅଭିନେତା ଥାଲାପତି ବିଜୟ । ଅଭିନୟ ଜଗତରୁ ରାଜନୀତି ମୈଦାନରେ ଏଣ୍ଟ୍ରି କରିଛନ୍ତି ଥାଲାପତି ବିଜୟ । ଆଜି ସେ ତାଙ୍କର ନୂଆ ଦଳ ଗଠନ କରିଥିବା ନେଇ ଘୋଷଣା କରିଛନ୍ତି। ରାଜନୈତିକ ଦଳ ‘ତମିଝଗା ଭେତ୍ରି କଞ୍ଜଗମ’ ଗଠନ କରି ଥଲପତି କହିଛନ୍ତି, ସ୍ୱଚ୍ଛ, ଜାତିବାଦମୁକ୍ତ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଗଢିବା ଆମର ମୂଳ ଲକ୍ଷ୍ୟ ରହିଛି। ବିଜୟ ତାଙ୍କର ଏହି ଦଳ ସହ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ। ବିଜୟ ଏକ ବିବୃତ୍ତିରେ କହିଛନ୍ତି, ରାଜନୀତି ଏକ ପେସା ନୁହେଁ ବରଂ ଏକ ‘ପବିତ୍ର ଜନସେବା’।

ବିଜୟଙ୍କ ରାଜନୀତିରେ ଏଣ୍ଟ୍ରି ନେଇ ଗତ କିଛି ସମୟ ଧରି ଚର୍ଚ୍ଚା ହେଉଥିଲା । ନିକଟରେ ଏନେଇ ତାଙ୍କର ଏକ ଫ୍ୟାନ୍ କ୍ଲବ ପକ୍ଷରୁ ଘୋଷଣା କରାଯାଇଥିଲା। ଗତ ସପ୍ତାହରେ ଚେନ୍ନାଇରେ ଅନୁଷ୍ଠିତ ଏକ ସଭାରେ ରାଜନୈତିକ ଦଳ ଗଠନ ପାଇଁ ତାଙ୍କ ଫ୍ୟାନ୍ କ୍ଲବ ବିଜୟ ମକ୍କାଲ ଆଇୟାକ୍କମ୍ ଏକ ବଡ଼ ଘୋଷଣା କରିଥିଲା। ଅତୀତରେ ତାମିଲନାଡୁର ବହୁ ଅଭିନେତା ରାଜନୀତିରେ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରେ ସବୁଠୁ ବଡ଼ ଚେହେରା ହେଉଛନ୍ତି ଏମଜି. ରାମଚନ୍ଦ୍ରନ୍ ଏବଂ ଜେ.ଜୟଲଳିତା । ଉଭୟ ବହୁ ବର୍ଷ ଧରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ରହିଥିଲେ।

ବିଜୟ କହିଛନ୍ତି ଯେ ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ କିମ୍ବା କାହାକୁ ସମର୍ଥନ କରିବ ନାହିଁ। ନିକଟରେ ଅନୁଷ୍ଠିତ ସାଧାରଣ ପରିଷଦ ଏବଂ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ମୁଁ ଦଳର କାମ ପ୍ରଭାବିତ ନକରି ଯେଉଁ ଫିଲ୍ମ ସାଇନ୍ କରିସାରିଛି ତାହା ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛି। ବିଜୟ କହିଛନ୍ତି ଯେ ସେ ନିଜକୁ ଜନସେବା ରାଜନୀତିରେ ଉତ୍ସର୍ଗ କରିବେ। ସେ ତାମିଲନାଡୁବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।