କୋଟିଆରେ ମତଦାନ ପାଇଁ ପୋଲିଂ ବୁଥ୍ କରିବ ଆନ୍ଧ୍ର, ସୂଚନା ଦେଲେ ଆନ୍ଧ୍ର ପାର୍ବତୀପୁରମ୍ ଜିଲ୍ଲାପାଳ
ନାରାୟଣପାଟଣା ୨୬।୩: ଆସନ୍ତା ମେ’ ୧୨ ତାରିଖରେ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଗୋଟିଏ ଦିନରେ ସାଧାରଣ ନର୍ବାଚନ ହେବାକୁ ଯାଉଥିବା ବେଳେ ବିବାଦୀୟ କୋଟିଆ ଅଞ୍ଚଳରେ କିପରି ନିର୍ବାଚନ ହେବ ସେ ନେଇ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ ନିଶାନ୍ତ କୁମାର ଏକ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଥିଲେ I ସୀମାନ୍ତ ଅଞ୍ଚଳର ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବା ଲାଗି ଏହି ସମ୍ମିଳନୀରେ କହିଥିବା ବେଳେ ବିବାଦୀୟ କୋଟିଆ ଅଞ୍ଚଳର ନିର୍ବାଚନ ସମ୍ପର୍କରେ କହିଥିଲେ I ଉଭୟ ରାଜ୍ୟର ପୋଲିଂ ବୁଥ ଗୁଡିକର ଆୟୋଜନ କରାଯିବ ବୋଲି ସେ କହିଛନ୍ତି I କୋରାପୁଟ ଜିଲ୍ଲାପାଳଙ୍କ ସହ ମଧ୍ୟ ସେ ଏନେଇ ଆଲୋଚନା କରିଥିବା କହିଛନ୍ତି I ଆନ୍ଧ୍ର ଦ୍ୱାରା ୬ରୁ ୮ଟି ଭୋଟ ଗ୍ରହଣ କେନ୍ଦ୍ର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଓଡିଶା ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକର ବ୍ୟବସ୍ଥା କରିବ I ତେବେ ଭୋଟର ମାନେ ଯେଉଁଠି ଇଚ୍ଛା ସେଇଠି ମତଦାନ ସାବ୍ୟସ୍ତ କରିପାରିବେ ବୋଲି ସେ କହିଛନ୍ତି I ପ୍ରାର୍ଥୀମାନେ ମଧ୍ୟ ପ୍ରଚାର କରିବାକୁ ଗଲାବେଳେ ଆଗରୁ ସୂଚନା ଦେଇ ଯିବେ ଯେପରି ଶାନ୍ତି ଶୃଙ୍ଖଳା ଭଙ୍ଗ ନ ହୁଏ ସେଥିପ୍ରତି ଉଭୟ ରାଜ୍ୟର ସହଯୋଗର ଜରୁରୀ ବୋଲି ସେ କହିଛନ୍ତି I ତେବେ ବିବାଦୀୟ କୋଟିଆରେ ଭୋଟରମାନଙ୍କୁ ଏପରି ସୁଯୋଗ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଥିବା ବେଳେ ଭୋଟରମାନେ କେଉଁ ରାଜ୍ୟକୁ ଚାହୁଁ
ନାରାୟଣପାଟଣା ୨୬।୩: ଆସନ୍ତା ମେ’ ୧୨ ତାରିଖରେ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଗୋଟିଏ ଦିନରେ ସାଧାରଣ ନର୍ବାଚନ ହେବାକୁ ଯାଉଥିବା ବେଳେ ବିବାଦୀୟ କୋଟିଆ ଅଞ୍ଚଳରେ କିପରି ନିର୍ବାଚନ ହେବ ସେ ନେଇ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ ନିଶାନ୍ତ କୁମାର ଏକ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଥିଲେ I ସୀମାନ୍ତ ଅଞ୍ଚଳର ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବା ଲାଗି ଏହି ସମ୍ମିଳନୀରେ କହିଥିବା ବେଳେ ବିବାଦୀୟ କୋଟିଆ ଅଞ୍ଚଳର ନିର୍ବାଚନ ସମ୍ପର୍କରେ କହିଥିଲେ I ଉଭୟ ରାଜ୍ୟର ପୋଲିଂ ବୁଥ ଗୁଡିକର ଆୟୋଜନ କରାଯିବ ବୋଲି ସେ କହିଛନ୍ତି I କୋରାପୁଟ ଜିଲ୍ଲାପାଳଙ୍କ ସହ ମଧ୍ୟ ସେ ଏନେଇ ଆଲୋଚନା କରିଥିବା କହିଛନ୍ତି I ଆନ୍ଧ୍ର ଦ୍ୱାରା ୬ରୁ ୮ଟି ଭୋଟ ଗ୍ରହଣ କେନ୍ଦ୍ର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଓଡିଶା ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକର ବ୍ୟବସ୍ଥା କରିବ I ତେବେ ଭୋଟର ମାନେ ଯେଉଁଠି ଇଚ୍ଛା ସେଇଠି ମତଦାନ ସାବ୍ୟସ୍ତ କରିପାରିବେ ବୋଲି ସେ କହିଛନ୍ତି I ପ୍ରାର୍ଥୀମାନେ ମଧ୍ୟ ପ୍ରଚାର କରିବାକୁ ଗଲାବେଳେ ଆଗରୁ ସୂଚନା ଦେଇ ଯିବେ ଯେପରି ଶାନ୍ତି ଶୃଙ୍ଖଳା ଭଙ୍ଗ ନ ହୁଏ ସେଥିପ୍ରତି ଉଭୟ ରାଜ୍ୟର ସହଯୋଗର ଜରୁରୀ ବୋଲି ସେ କହିଛନ୍ତି I ତେବେ ବିବାଦୀୟ କୋଟିଆରେ ଭୋଟରମାନଙ୍କୁ ଏପରି ସୁଯୋଗ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଥିବା ବେଳେ ଭୋଟରମାନେ କେଉଁ ରାଜ୍ୟକୁ ଚାହୁଁଛନ୍ତି ତାହା ଏକ ପ୍ରକାରେ ସ୍ପଷ୍ଟ ହୋଇଯିବ I ପ୍ରକୃତରେ ଭୋଟର ଚାହୁଁଛି ସେ କେଉଁ ରାଜ୍ୟକୁ ଭଲ ପାଇବ ଏହି ମତଦାନ ସ୍ପଷ୍ଟ କରିବ I କିନ୍ତୁ ପ୍ରକୃତରେ ଭୋଟର କେଉଁଠି ମତଦାନ କରବେ ଏବଂ ଏକ ସ୍ପଷ୍ଟ ଛବି କିପରି ଲୋକ ଲୋଚନକୁ ଆସିବ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଅନ୍ୟପଟେ ଏ ନେଇ କୋରାପୁଟ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I
You Can Read :
ସାଙ୍ଗମାନଙ୍କ ସହ ହୋଲି ଖେଳି ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ