ଡିଏଲ୍‌ଏସ୍‌ ନିୟମର ସହ-ଉଦ୍ଭାବକ ଫ୍ରାଙ୍କ୍‌ ଡକ୍‌ୱର୍ଥଙ୍କ ପରଲୋକ, ୮୪ ବର୍ଷ ବୟସର କହିଲେ ଅଲବିଦା

ଲଣ୍ଡନ ୨୬/୦୬: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବ୍ୟବହାର ହେଉଥିବା ଡକ୍‌ୱର୍ଥ-ଲୁଇସ୍‌-ଷ୍ଟର୍ନ (ଡିଏଲ୍‌ଏସ୍‌) ନିୟମର ସହ-ଉଦ୍ଭାବକ ବ୍ରିଟିଶ ପରିସଂଖ୍ୟାନବିତ ଫ୍ରାଙ୍କ୍‌ ଡକ୍‌ୱର୍ଥଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଡକ୍‌ୱର୍ଥ ଓ ତାଙ୍କ ସାଥୀ ଟୋନି ଲୁଇସ୍‌ ପ୍ରଥମେ ଡିଏଲ୍‌ (ଡକ୍‌ୱର୍ଥ-ଲୁଇସ୍‌) ନିୟମ ବାହାର କରିଥିଲେ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଫଳାଫଳ ନିର୍ଣ୍ଣୟ ପାଇଁ ଉଭୟ ଏହାର ବ୍ୟବହାର କରିଥିଲେ । ୧୯୯୭ରେ ପ୍ରଥମ ଥର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ନିୟମ ଲାଗୁ କରାଯାଇଥିଲା । ମାତ୍ର ୨୦୦୧ରେ ଏହାକୁ ଗ୍ରହଣ କରିଥିଲା ଆଇସିସି । ବର୍ଷା ଦ୍ୱାରା ପ୍ରଭାବିତ ମ୍ୟାଚ୍‌ରେ ପରିବର୍ତ୍ତିତ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ଏହି ନିୟମକୁ ମାପଦଣ୍ଡ ଭାବେ ଗ୍ରହଣ କରାଯାଇଥିଲା । କେବଳ ଅନ୍ତର୍ଜାତୀୟ କ୍ରିକେଟ୍‌ ନୁହେଁ, ଘରୋଇ କ୍ରିକେଟରେ ମଧ୍ୟ ଏହାର ବ୍ୟବହାର ହେଉଛି । ଡକ୍‌ୱର୍ଥ ଓ ଲୁଇସ୍‌ଙ୍କ ଅବସର ପରେ ଅଷ୍ଟ୍ରେଲିଆର ପରିସଂଖ୍ୟାନବିତ ଷ୍ଟିଭେନ ଷ୍ଟର୍ନ ଏହି ନିୟମରେ କିଛିଟା ପରିବର୍ତ୍ତନ କରିଥିଲେ । ଫଳରେ ଏହି ନିୟମକୁ ଡକ୍‌ୱର୍ଥ-ଲୁଇସ୍‌-ଷ୍ଟର୍ନ ନାମରେ ନାମିତ କରାଯାଇଥିଲା । କ୍ରିକେଟ୍‌ ପ୍ରତି ଅବଦାନ ପାଇଁ ଡକ୍‌ୱର୍ଥ ଓ ଲୁଇସ୍‌ଙ୍କୁ ୨୦୧୦ରେ ଏମ୍‌ବିଇଏସ୍‌ରେ (ମେମ୍ବର ଅଫ୍‌ ଦ ଅର୍ଡର ଅଫ୍‌ ଦ ବ୍ରିଟିଶ ଏମ୍ପାୟାର) ଭୂଷିତ କରାଯାଇଥିଲା । 

ଡିଏଲ୍‌ଏସ୍‌ ନିୟମର ସହ-ଉଦ୍ଭାବକ ଫ୍ରାଙ୍କ୍‌ ଡକ୍‌ୱର୍ଥଙ୍କ ପରଲୋକ, ୮୪ ବର୍ଷ ବୟସର କହିଲେ ଅଲବିଦା

ଲଣ୍ଡନ ୨୬/୦୬: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବ୍ୟବହାର ହେଉଥିବା ଡକ୍‌ୱର୍ଥ-ଲୁଇସ୍‌-ଷ୍ଟର୍ନ (ଡିଏଲ୍‌ଏସ୍‌) ନିୟମର ସହ-ଉଦ୍ଭାବକ ବ୍ରିଟିଶ ପରିସଂଖ୍ୟାନବିତ ଫ୍ରାଙ୍କ୍‌ ଡକ୍‌ୱର୍ଥଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଡକ୍‌ୱର୍ଥ ଓ ତାଙ୍କ ସାଥୀ ଟୋନି ଲୁଇସ୍‌ ପ୍ରଥମେ ଡିଏଲ୍‌ (ଡକ୍‌ୱର୍ଥ-ଲୁଇସ୍‌) ନିୟମ ବାହାର କରିଥିଲେ । 

ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଫଳାଫଳ ନିର୍ଣ୍ଣୟ ପାଇଁ ଉଭୟ ଏହାର ବ୍ୟବହାର କରିଥିଲେ । ୧୯୯୭ରେ ପ୍ରଥମ ଥର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ନିୟମ ଲାଗୁ କରାଯାଇଥିଲା । ମାତ୍ର ୨୦୦୧ରେ ଏହାକୁ ଗ୍ରହଣ କରିଥିଲା ଆଇସିସି । ବର୍ଷା ଦ୍ୱାରା ପ୍ରଭାବିତ ମ୍ୟାଚ୍‌ରେ ପରିବର୍ତ୍ତିତ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ଏହି ନିୟମକୁ ମାପଦଣ୍ଡ ଭାବେ ଗ୍ରହଣ କରାଯାଇଥିଲା । କେବଳ ଅନ୍ତର୍ଜାତୀୟ କ୍ରିକେଟ୍‌ ନୁହେଁ, ଘରୋଇ କ୍ରିକେଟରେ ମଧ୍ୟ ଏହାର ବ୍ୟବହାର ହେଉଛି । 

ଡକ୍‌ୱର୍ଥ ଓ ଲୁଇସ୍‌ଙ୍କ ଅବସର ପରେ ଅଷ୍ଟ୍ରେଲିଆର ପରିସଂଖ୍ୟାନବିତ ଷ୍ଟିଭେନ ଷ୍ଟର୍ନ ଏହି ନିୟମରେ କିଛିଟା ପରିବର୍ତ୍ତନ କରିଥିଲେ । ଫଳରେ ଏହି ନିୟମକୁ ଡକ୍‌ୱର୍ଥ-ଲୁଇସ୍‌-ଷ୍ଟର୍ନ ନାମରେ ନାମିତ କରାଯାଇଥିଲା । କ୍ରିକେଟ୍‌ ପ୍ରତି ଅବଦାନ ପାଇଁ ଡକ୍‌ୱର୍ଥ ଓ ଲୁଇସ୍‌ଙ୍କୁ ୨୦୧୦ରେ ଏମ୍‌ବିଇଏସ୍‌ରେ (ମେମ୍ବର ଅଫ୍‌ ଦ ଅର୍ଡର ଅଫ୍‌ ଦ ବ୍ରିଟିଶ ଏମ୍ପାୟାର) ଭୂଷିତ କରାଯାଇଥିଲା ।