ଶନିବାର ଲୋକାର୍ପିତ ହେବ କଟକ ରେଳ ଷ୍ଟେସନ ପୂର୍ବ ଫାଟକ, ଏକକାଳୀନ ବସିପାରିବେ ୨ ଶହରୁ ଉର୍ଦ୍ଧ୍ବ ଯାତ୍ରୀ
କଟକ ୭।୧୨: ଶନିବାର ଲୋକାର୍ପିତ ହେବ କଟକ ରେଳ ଷ୍ଟେସନ ପୂର୍ବ ଫାଟକ । ଏହି ଅତ୍ୟାଧୁନିକ ପ୍ରକଳ୍ପକୁ ଉଦଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବୃହତ ପ୍ରକଳ୍ପ, ଯେଉଁଠି ରେଳଯାତ୍ରୀ ମାନେ ଅତ୍ୟାଧୁନିକ ସେବା ପାଇବେ, ପ୍ରତୀକ୍ଷାଳୟରେ ସେଣ୍ଟ୍ରାଲ ଏସିର ବ୍ୟବସ୍ଥା ରହିଛି, ଯେଉଁଠି ଏକକାଳୀନ ୨ ଶହରୁ ଉର୍ଦ୍ଧ୍ବ ଯାତ୍ରୀ ବସିପାରିବେ । ପ୍ଲାଟଫର୍ମକୁ ଯିବା ଆସିବା କରିବା ଉଦ୍ଦେଶ୍ୟରେ ଏସ୍କଲେଟର, ପାହାଚ ସହିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ଲିଫ୍ଟର ବ୍ୟବସ୍ଥା ରହିଛି । ସେହିପରି ୩ଟି ପୃଥକ ଟିକେଟ କାଉଣ୍ଟର ଏବଂ ଟିକେଟ ଏଟିଏମ୍ର ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ହେବ । ଏହା ବ୍ୟତୀତ ଅତ୍ୟାଧୁନିକ ଶୌଚାଳୟ ଏବଂ ଶତାଧିକ ଲୋକ ଏକାକାଳୀନ ବସି ଖାଇପରିବା ଭଳି ଭୋଜନାଳୟର ମଧ୍ୟ ସୁବିଧା ଏଠାରେ ରହିଛି । ତା ସହିତ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଏବଂ ସ୍ୱତନ୍ତ୍ର ମିଲେଟ କ୍ୟାଫେ ରହିଛି ଏହି ପ୍ରବେଶ ଦ୍ୱାରରେ । ତେବେ ବିଶେଷ କଥା ହେଲା ଏହି ପୂର୍ବ ଦ୍ୱାର ଖୋଲିବା ପରେ ଜାତୀୟ ରାଜପଥକୁ କଟକ ରେଳ ଷ୍ଟେସନ ସିଧା ସଳଖ ଭାବେ ଯୋଡି ହେବ, ଯାହା ଦ୍ୱାରା ଯାତ୍ରୀ ମାନଙ୍କୁ ଆଉ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡିବ ନାହିଁ । କଟକ ଷ୍ଟେସନ ଇଷ୍ଟ ଗେଟ୍ ନିକଟରେ ୫ଶହ ଗାଡି ରହିବା ଭଳି ପାର୍କିଂ ପ୍ଲେସର ସୁବିଧା ରହିଛି । ସ୍ୱଚ୍ଛତା ବଜାୟ ରଖିବା ଲାଗି ମଧ୍ୟ ବିଶେଷ ପଦକ୍ଷେପ
କଟକ ୭।୧୨: ଶନିବାର ଲୋକାର୍ପିତ ହେବ କଟକ ରେଳ ଷ୍ଟେସନ ପୂର୍ବ ଫାଟକ । ଏହି ଅତ୍ୟାଧୁନିକ ପ୍ରକଳ୍ପକୁ ଉଦଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବୃହତ ପ୍ରକଳ୍ପ, ଯେଉଁଠି ରେଳଯାତ୍ରୀ ମାନେ ଅତ୍ୟାଧୁନିକ ସେବା ପାଇବେ, ପ୍ରତୀକ୍ଷାଳୟରେ ସେଣ୍ଟ୍ରାଲ ଏସିର ବ୍ୟବସ୍ଥା ରହିଛି, ଯେଉଁଠି ଏକକାଳୀନ ୨ ଶହରୁ ଉର୍ଦ୍ଧ୍ବ ଯାତ୍ରୀ ବସିପାରିବେ । ପ୍ଲାଟଫର୍ମକୁ ଯିବା ଆସିବା କରିବା ଉଦ୍ଦେଶ୍ୟରେ ଏସ୍କଲେଟର, ପାହାଚ ସହିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ଲିଫ୍ଟର ବ୍ୟବସ୍ଥା ରହିଛି । ସେହିପରି ୩ଟି ପୃଥକ ଟିକେଟ କାଉଣ୍ଟର ଏବଂ ଟିକେଟ ଏଟିଏମ୍ର ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ହେବ । ଏହା ବ୍ୟତୀତ ଅତ୍ୟାଧୁନିକ ଶୌଚାଳୟ ଏବଂ ଶତାଧିକ ଲୋକ ଏକାକାଳୀନ ବସି ଖାଇପରିବା ଭଳି ଭୋଜନାଳୟର ମଧ୍ୟ ସୁବିଧା ଏଠାରେ ରହିଛି । ତା ସହିତ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଏବଂ ସ୍ୱତନ୍ତ୍ର ମିଲେଟ କ୍ୟାଫେ ରହିଛି ଏହି ପ୍ରବେଶ ଦ୍ୱାରରେ । ତେବେ ବିଶେଷ କଥା ହେଲା ଏହି ପୂର୍ବ ଦ୍ୱାର ଖୋଲିବା ପରେ ଜାତୀୟ ରାଜପଥକୁ କଟକ ରେଳ ଷ୍ଟେସନ ସିଧା ସଳଖ ଭାବେ ଯୋଡି ହେବ, ଯାହା ଦ୍ୱାରା ଯାତ୍ରୀ ମାନଙ୍କୁ ଆଉ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡିବ ନାହିଁ । କଟକ ଷ୍ଟେସନ ଇଷ୍ଟ ଗେଟ୍ ନିକଟରେ ୫ଶହ ଗାଡି ରହିବା ଭଳି ପାର୍କିଂ ପ୍ଲେସର ସୁବିଧା ରହିଛି । ସ୍ୱଚ୍ଛତା ବଜାୟ ରଖିବା ଲାଗି ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି । ଅପରାହ୍ନ ୪ଟା ୪୫ମିନିଟ୍ରେ ଏହି ପ୍ରତୀକ୍ଷିତ ପ୍ରକଳ୍ପକୁ ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
You Can Read:
ରାଜ୍ୟରେ ବଢୁଛି ମଦ ବିକ୍ରି, ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ୧୨୫ କୋଟିର ଅବକାରୀ ରାଜସ୍ୱ