RRB Recruitment: ରେଳବାଇରେ ଅନେକ ପଦବୀ ଲାଗି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା, ସବିଶେଷ ସୂଚନା ଜାଣନ୍ତୁ…

ଭୁବନେଶ୍ୱର,୭।୨: ରେଳବାଇରେ ଚାକିରି ଆଶାୟୀଙ୍କ ଲାଗି ଭଲ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (ଆର୍‌ଆର୍‌ବି) ଏଏଲ୍‌ପି(ALP), ଟେକ୍ନିସିଆନ, ଅଣ ଟେକ୍ନିସିଆନ, ଜେଇ(JE) ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏହାର ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଆଶାୟୀମାନେ ଆର୍‌ଆର୍‌ବିର ଅଫିସିଆଲ ୱେବସାଇଟ rrbajmer.gov.in ପରିଦର୍ଶନ କରି ଏନେଇ ଯାଞ୍ଚ କରିପାରିବେ। ଯଦି କେହି ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଲିଙ୍କ RRB Annual Calendar 2024 Notification ଉପରେ କ୍ଲିକ କରି ଦେଖିପାରିବେ। ଆର୍‌ଆର୍‌ବିର କ୍ୟାଲେଣ୍ଡର […] The post RRB Recruitment: ରେଳବାଇରେ ଅନେକ ପଦବୀ ଲାଗି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା, ସବିଶେଷ ସୂଚନା ଜାଣନ୍ତୁ… appeared first on Dharitri Odia News.

RRB Recruitment: ରେଳବାଇରେ ଅନେକ ପଦବୀ ଲାଗି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା, ସବିଶେଷ ସୂଚନା ଜାଣନ୍ତୁ…
ଭୁବନେଶ୍ୱର,୭।୨: ରେଳବାଇରେ ଚାକିରି ଆଶାୟୀଙ୍କ ଲାଗି ଭଲ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (ଆର୍‌ଆର୍‌ବି) ଏଏଲ୍‌ପି(ALP), ଟେକ୍ନିସିଆନ, ଅଣ ଟେକ୍ନିସିଆନ, ଜେଇ(JE) ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏହାର ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଆଶାୟୀମାନେ ଆର୍‌ଆର୍‌ବିର ଅଫିସିଆଲ ୱେବସାଇଟ rrbajmer.gov.in ପରିଦର୍ଶନ କରି ଏନେଇ ଯାଞ୍ଚ କରିପାରିବେ। ଯଦି କେହି ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଲିଙ୍କ RRB Annual Calendar 2024 Notification ଉପରେ କ୍ଲିକ କରି ଦେଖିପାରିବେ।
ଆର୍‌ଆର୍‌ବିର କ୍ୟାଲେଣ୍ଡର ଅନୁଯାୟୀ, ଏଏଲ୍‌ପି ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାନୁଆରୀରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କରାଯିବ। ଟେକ୍ନିସିଆନମାନଙ୍କର ନିଯୁକ୍ତି ପ୍ରକ୍ରିୟା ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ କରାଯିବ। ନନ-ଟେକ୍ନିସିଆନ ପପୁଲାର୍‌ କାଟାଗୋରୀ  ଗ୍ରାଜୁଏଟ (ସ୍ତର ୪, ୫ ଏବଂ ୬), ନନ-ଟେକ୍ନିସିଆନ ପପୁଲାର୍‌ କାଟାଗୋରୀ  ଅଣ୍ଡର୍‌ ଗ୍ରାଜୁଏଟ (ସ୍ତର ୨, ୩), ଜୁନିୟର ଇଞ୍ଜିନିୟର ଏବଂ ପାରାମେଡିକାଲ ବର୍ଗ ନିଯୁକ୍ତି ପ୍ରକ୍ରିୟା ଜୁଲାଇରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ କରାଯିବ। ସେହିଭଳି ସ୍ତର(ଲେଭଲ୍‌)-୧ ଏବଂ ମିନିଷ୍ଟ୍ରୀଆଲ ଏବଂ ଆଇସୋଲେଟେଡ୍‌ ବର୍ଗ ଲାଗି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ।
ଏଏଲ୍‌ପି ପୋଷ୍ଟ ସିବିଟି ପରୀକ୍ଷା ଜୁନ୍‌ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ (ସିବିଟି୨) ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଛି। ଦକ୍ଷତା ପରୀକ୍ଷା (ସିବିଏଟି) ନଭେମ୍ବର ୨୦୨୪ରେ ଧାର୍ଯ୍ୟ କରାଯାଇଛି। ଦକ୍ଷତା ପରୀକ୍ଷଣ ପରେ, ନଭେମ୍ବର ନଚେତ ଡିସେମ୍ବର ୨୦୨୪ରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କ ସର୍ଟଲିଷ୍ଟ ପ୍ରକାଶ ପାଇବ।

The post RRB Recruitment: ରେଳବାଇରେ ଅନେକ ପଦବୀ ଲାଗି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା, ସବିଶେଷ ସୂଚନା ଜାଣନ୍ତୁ… appeared first on Dharitri Odia News.