ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାନ୍ତୁ ସାବଧାନ: ନରେତ୍ ହୋପାରେ…
ଆଙ୍ଗୁଠି ଫୁଟାଇଲେ ଟିକେ ଆରାମ ଲାଗେ। କିନ୍ତୁ କେତେକ ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସର ପରିଣତ ହୋଇଯାଇଥାଏ। ତେବେ ଏଭଳି ଅଭ୍ୟାସର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିବାର ଆଶଙ୍କା ରହିଛି ବୋଲି ବର୍ଲିନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏପରି ଅଭ୍ୟାସ ଲାଗି ରହିଲେ ସଂପୃକ୍ତ ବ୍ୟକ୍ତି ଭବିଷ୍ୟତରେ ଆଣ୍ଠୁଗଣ୍ଠିଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଆଙ୍ଗୁଠି ଫୁଟାଇବା ଏକ ଅଭ୍ୟାସରେ […] The post ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାନ୍ତୁ ସାବଧାନ: ନରେତ୍ ହୋପାରେ… appeared first on Dharitri Odia News.
ଆଙ୍ଗୁଠି ଫୁଟାଇଲେ ଟିକେ ଆରାମ ଲାଗେ। କିନ୍ତୁ କେତେକ ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସର ପରିଣତ ହୋଇଯାଇଥାଏ। ତେବେ ଏଭଳି ଅଭ୍ୟାସର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିବାର ଆଶଙ୍କା ରହିଛି ବୋଲି ବର୍ଲିନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏପରି ଅଭ୍ୟାସ ଲାଗି ରହିଲେ ସଂପୃକ୍ତ ବ୍ୟକ୍ତି ଭବିଷ୍ୟତରେ ଆଣ୍ଠୁଗଣ୍ଠିଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଆଙ୍ଗୁଠି ଫୁଟାଇବା ଏକ ଅଭ୍ୟାସରେ ପରିଣତ ହୋଇଥିବା କେତେକ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ଆଣ୍ଠୁଗଣ୍ଠିଜନିତ ସମସ୍ୟାର ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଏଭଳି ଅଭ୍ୟାସରୁ ବିରତ ରହିବା ସହ ଆଇରନ୍, ପୋଟାସିୟମ୍ ଏବଂ କ୍ୟାଲସିୟମ୍ଯୁକ୍ତ ଖାଦ୍ୟ ଖାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି।
The post ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାନ୍ତୁ ସାବଧାନ: ନରେତ୍ ହୋପାରେ… appeared first on Dharitri Odia News.