ବାରବାଟୀ ଦିନିକିଆ ପାଇଁ ବଢୁଛି ଉତ୍ସାହ, ଅଧଘଣ୍ଟାରେ ସରିଗଲା ଅନଲାଇନ୍ ଟିକେଟ୍

କଟକ, ୨ା୨: ଫେବ୍ରୁଆରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ଅପରାହ୍ଣ ୪ଟାରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ବେଳେ ମାତ୍ର ଅଧଘଣ୍ଟାରେ ଟିକେଟ୍ ସରିଯାଇଛି। ପ୍ରାୟ ୪,୦୦୦ ଟିକେଟ ଅନଲାଇନ୍‌ରେ ବିକ୍ରି ହେବାକୁ ଥିବା ବେଳେ ଅଧଘଣ୍ଟାରେ ୨ ଓ ୪ ନଂ ଗ୍ୟାଲେରି ଟିକେଟ୍ ସରିଯାଇଥିଲା। ତେବେ ୫ ଓ ୬ ତାରିଖରେ କାଉଁଟରରେ ମିଳିବ ଟିକେଟ୍। ଅନ୍ୟପଟେ ଅନଲାଇନ୍ […] The post ବାରବାଟୀ ଦିନିକିଆ ପାଇଁ ବଢୁଛି ଉତ୍ସାହ, ଅଧଘଣ୍ଟାରେ ସରିଗଲା ଅନଲାଇନ୍ ଟିକେଟ୍ appeared first on Dharitri Odia News.

ବାରବାଟୀ ଦିନିକିଆ ପାଇଁ ବଢୁଛି ଉତ୍ସାହ, ଅଧଘଣ୍ଟାରେ ସରିଗଲା ଅନଲାଇନ୍ ଟିକେଟ୍

କଟକ, ୨ା୨: ଫେବ୍ରୁଆରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ଅପରାହ୍ଣ ୪ଟାରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ବେଳେ ମାତ୍ର ଅଧଘଣ୍ଟାରେ ଟିକେଟ୍ ସରିଯାଇଛି।

ପ୍ରାୟ ୪,୦୦୦ ଟିକେଟ ଅନଲାଇନ୍‌ରେ ବିକ୍ରି ହେବାକୁ ଥିବା ବେଳେ ଅଧଘଣ୍ଟାରେ ୨ ଓ ୪ ନଂ ଗ୍ୟାଲେରି ଟିକେଟ୍ ସରିଯାଇଥିଲା। ତେବେ ୫ ଓ ୬ ତାରିଖରେ କାଉଁଟରରେ ମିଳିବ ଟିକେଟ୍।

ଅନ୍ୟପଟେ ଅନଲାଇନ୍ ଟିକେଟ ବିକ୍ରିରେ ଦର୍ଶକଙ୍କ ପସନ୍ଦଯୋଗ୍ୟ ୧ ଓ ୩ ଗ୍ୟାଲେରୀ ସହିତ କର୍ପୋରେଟ ବକ୍ସ ଟିକେଟ୍ ଉପଲବ୍ଧ ହେବ ନ ଥିଲା। ୧ ଓ ୩ ନମ୍ବର ଗ୍ୟାଲେରୀ ପଡିଆ ପାର୍ଶ୍ଵରେ ରହିଥିବାରୁ କ୍ରିକେଟପ୍ରେମୀ ଏହି ଗ୍ୟାଲେରୀ ଟିକେଟ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି। କିନ୍ତୁ ଏଥର ଏହି ଦୁଇ ଗ୍ୟାଲେରୀ ଟିକେଟ ନଥିବାରୁ କ୍ରିକେଟପ୍ରେମୀ ଅସନ୍ତୋଷ ପ୍ରକଟ କରିଛନ୍ତି।

The post ବାରବାଟୀ ଦିନିକିଆ ପାଇଁ ବଢୁଛି ଉତ୍ସାହ, ଅଧଘଣ୍ଟାରେ ସରିଗଲା ଅନଲାଇନ୍ ଟିକେଟ୍ appeared first on Dharitri Odia News.