କୋଲକାତା କାଣ୍ଡ: ସେଦିନ ଥିଲା ଏତେ ଭୟଙ୍କର, ସାରା ଶରୀରକୁ କାମୁଡି ଦେଇଥିଲା ନୃଶଂସ ସଞ୍ଜୟ ରୟ
କୋଲକାତା,୧୩।୯: ଆରଜି କର ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ ବଳାତ୍କାର ମାମଲାର ମୁଖ୍ୟ ଦୋଷୀ ହୋଇଥିବା ଜଣାପଡିଛି। ତେବେ ଏହି ମାମଲାରେ ଆଉ ଏକ ପ୍ରମାଣର ପର୍ଦ୍ଦାଫାଶ ହୋଇଛି। ସୂଚନାନୁସାରେ, ସିବିଆଇକୁ ମୃତ ଡାକ୍ତରଙ୍କ ଶରୀରରେ କାମୁଡିବା ଚିହ୍ନ ମିଳିଛି। ଏହି ଚିହ୍ନ ସଞ୍ଜୟ ରୟର ବୋଲି ଜଣାପଡିଛି। ସିବିଆଇ ସଞ୍ଜୟଙ୍କ ଦାନ୍ତର ଚିହ୍ନ ପ୍ରମାଣ ହିସାବରେ ନେଇଛି। ଏହାପରେ […] The post କୋଲକାତା କାଣ୍ଡ: ସେଦିନ ଥିଲା ଏତେ ଭୟଙ୍କର, ସାରା ଶରୀରକୁ କାମୁଡି ଦେଇଥିଲା ନୃଶଂସ ସଞ୍ଜୟ ରୟ appeared first on Dharitri Odia News.
କୋଲକାତା,୧୩।୯: ଆରଜି କର ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ ବଳାତ୍କାର ମାମଲାର ମୁଖ୍ୟ ଦୋଷୀ ହୋଇଥିବା ଜଣାପଡିଛି। ତେବେ ଏହି ମାମଲାରେ ଆଉ ଏକ ପ୍ରମାଣର ପର୍ଦ୍ଦାଫାଶ ହୋଇଛି। ସୂଚନାନୁସାରେ, ସିବିଆଇକୁ ମୃତ ଡାକ୍ତରଙ୍କ ଶରୀରରେ କାମୁଡିବା ଚିହ୍ନ ମିଳିଛି। ଏହି ଚିହ୍ନ ସଞ୍ଜୟ ରୟର ବୋଲି ଜଣାପଡିଛି।
ସିବିଆଇ ସଞ୍ଜୟଙ୍କ ଦାନ୍ତର ଚିହ୍ନ ପ୍ରମାଣ ହିସାବରେ ନେଇଛି। ଏହାପରେ ଏହି ଦାନ୍ତର ନମୁନାକୁ ସିଏଫଏସଏଲକୁ ପଠାଯିବ। ସୂଚନାନୁସାରେ, ମୃତ ଡାକ୍ତରଙ୍କ ଶରୀର ସାରା କାମୁଡିବାର ବହୁତ ଚିହ୍ନ ଦେଖିବାକୁ ମିଳିଥିଲା। ଏବେ ଫରେନ୍ସିକ ଯାଞ୍ଚରେ ଏହି ଦାନ୍ତର ନମୁନାକୁ ତୁଳନା କରାଯିବ। ଯାହାଦ୍ୱାରା ସ୍ପଷ୍ଟ ହୋଇପାରିବ କି, ସଞ୍ଜୟ ଏହି ମାମଲାରେ ସିଧାସଳଖ ସାମିଲ୍ ଅଛନ୍ତି କି ନାହିଁ।
The post କୋଲକାତା କାଣ୍ଡ: ସେଦିନ ଥିଲା ଏତେ ଭୟଙ୍କର, ସାରା ଶରୀରକୁ କାମୁଡି ଦେଇଥିଲା ନୃଶଂସ ସଞ୍ଜୟ ରୟ appeared first on Dharitri Odia News.