ଫେବୃୟାରୀ ୭ ରୁ ୭ ଦିନ ଧରି ହେବ ସମ୍ବଲପୁର୍ ମହୋତ୍ସବ
ସମ୍ବଲପୁର:ସମ୍ବଲ୍ପୁର୍ ମହୋତ୍ସବର ପ୍ରସ୍ତୁତି ବୈଠକରେ ବିଭିନ୍ନ କମିଟିର ଅଗ୍ରଗତି ସମ୍ବନ୍ଧରେ ଆଜି ତର୍ଜମା କରାଯାଇଛି। ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର ବୈଠକରେ ଆଗାମୀ ଫେବୃଆରୀ ୮ ରୁ ୧୪ ତାରିଖ ଧରି ବୀର୍ସା ମଏଦାନ,ପିଏଚ୍ଡ଼ି ପଡ଼ିଆ ଠାରେ ୭ ଦିନ ଧରି ହେବାକୁ ଥିବା ଏହି କଳା ଓ ସଂସ୍କୃତିର ମହାକୁମ୍ବରେ ପଶ୍ଚିମାଂଚଳ ତଥା ରାଜ୍ୟ ବାହାରର ଆଦିବାସୀ,ଲୋକନୃତ୍ୟ ଓ ସାଂପ୍ରତିକ ନୃତ୍ୟ ଦଳ ଯୋଗ ଦେବେ। ମହୋତ୍ସବର ପ୍ରଥମ ଦିନ ଆସନ୍ତା […] The post ଫେବୃୟାରୀ ୭ ରୁ ୭ ଦିନ ଧରି ହେବ ସମ୍ବଲପୁର୍ ମହୋତ୍ସବ appeared first on Odisha.News.

ସମ୍ବଲପୁର:ସମ୍ବଲ୍ପୁର୍ ମହୋତ୍ସବର ପ୍ରସ୍ତୁତି ବୈଠକରେ ବିଭିନ୍ନ କମିଟିର ଅଗ୍ରଗତି ସମ୍ବନ୍ଧରେ ଆଜି ତର୍ଜମା କରାଯାଇଛି। ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର ବୈଠକରେ ଆଗାମୀ ଫେବୃଆରୀ ୮ ରୁ ୧୪ ତାରିଖ ଧରି ବୀର୍ସା ମଏଦାନ,ପିଏଚ୍ଡ଼ି ପଡ଼ିଆ ଠାରେ ୭ ଦିନ ଧରି ହେବାକୁ ଥିବା ଏହି କଳା ଓ ସଂସ୍କୃତିର ମହାକୁମ୍ବରେ ପଶ୍ଚିମାଂଚଳ ତଥା ରାଜ୍ୟ ବାହାରର ଆଦିବାସୀ,ଲୋକନୃତ୍ୟ ଓ ସାଂପ୍ରତିକ ନୃତ୍ୟ ଦଳ ଯୋଗ ଦେବେ। ମହୋତ୍ସବର ପ୍ରଥମ ଦିନ ଆସନ୍ତା ଫେବୃଆରୀ ମାସ ୮ ତାରିଖରେ ମାଁ ସମଲେଇଙ୍କ ପୀଠରେ ପୂଜାର୍ଚ୍ଚନା କରାଯିବ। ସେଦିନ ସାଂସ୍କୃତିକ ଶୋଭାଯାତ୍ରା ଫାଟକ ଓଭର୍ ବ୍ରିଜ୍ ଠାରୁ ବୀର୍ସା ମଏଦାନ,ପିଏଚ୍ଡ଼ି ପଡ଼ିଆ ପର୍ଯ୍ୟନ୍ତ ଆସିବ। ସେଦିନ ପଡ଼ିଆରେ ଷ୍ଟଲ୍ଗୁଡ଼ିକର ଉଦ୍ଘାଟନ ହେବ। ଏଥର ସମ୍ବଲ୍ପୁରୀ ଶାଢ଼ୀ ସହ ଦେଶର ବିଭିନ୍ନ ରାଜ୍ୟର ହସ୍ତତନ୍ତ୍ର ବଜାର ବସିବ। ବିଭିନ୍ନ ଖାଦ୍ୟ ସହ ‘ସୁଆଦ୍ ସମ୍ବଲପୁରୀ’ ଖାଦ୍ୟ ଷ୍ଟଲ୍ ରହିବ। ପ୍ରାୟ ଦୁଇ ଶହ ଷ୍ଟଲ୍ରେ ଅଂଚଳର ଶ୍ରମଜିବୀଙ୍କ ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ବିକ୍ରୀ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରୀ ବହି ସହ ଲେଖକ-ଲେଖିକାଙ୍କୁ ତାଙ୍କ ପ୍ରିୟ ପାଠକ ଭେଟିବାର ବ୍ୟବସ୍ଥା କରାଯାଇଛି।
ସଂଧ୍ୟାରେ ମଂଚପୂଜା ପୂର୍ବକ ମହୋତ୍ସବର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟହ ଗୀତନୃତ୍ୟବାଦ୍ୟ ସହ ସମ୍ବଲ୍ପୁରୀ ଫେଶନ୍ ଶୋ’ ହେବ। ଏଥର ନୁଆଁ କରି ଆଦିବାସୀ ବେଶଭୂଷାର ଫେଶନ୍ ୱାକ୍ ହେବ। ଏହାଛଡ଼ା ବିବାହିତ ମହିଳା ଓ ଶିଶୁମାନକଙ୍କ ପାଇଁ ସ୍ବତନ୍ତ୍ର ପିନ୍ଧନପଟା ଚାଲି ହେବ। ଜାତୀୟ ନୃତ୍ୟ ଭାଙ୍ଗଡ଼ା,ବିହୁ,ରାଜସ୍ଥାନୀ,ଲାୱଣୀ,ଆଦି ନୃତ୍ୟ ସହ ପାରଂପାରିକ ବିକଶିତ ନୃତ୍ୟ ମଧ୍ୟ ପରିବେଷଣ କରାଯିବ।
ସର୍ବସମ୍ମତି କ୍ରମେ ପଦ୍ମଶ୍ରୀ ଡ଼. ଜିତେନ୍ଦ୍ର ହରିପାଲ୍ଙ୍କୁ ଅଭ୍ୟର୍ଥନା କମିଟୀର ଅଧ୍ୟକ୍ଷ,ପଦ୍ମଶ୍ରୀ ଡ଼. କ୍ରୀଷ୍ନା ପଟେଲଙ୍କୁ ପରିଚାଳନା କମିଟୀର ଅଧ୍ୟକ୍ଷା,ଡ଼. ଅଶୋକ ଶତପଥୀଙ୍କୁ ସମନ୍ବୟ ସମିତିର ଆବାହକ,ଅବସରପ୍ରାପ୍ତ ପ୍ରଶାସିକା ପାର୍ବତୀ ସେଠ୍ଙ୍କୁ ଶୃଂଖଳା କମିଟୀର ଅଧ୍ୟକ୍ଷା,ହୀରାଲାଲ ବେହେରାଙ୍କୁ ଷ୍ଟିଅରିଂ କମିଟୀର ଆବାହକ ଭାବେ ମନୋନିତ କରାଯାଇଛି।
ଆଜି ଉଦ୍ଘୋଷଣା କମିଟୀର ଉଦ୍ଘୋଷକ-ଉଦ୍ଘୋଷିକାମାନେ ଯୋଗ ଦେଇ ମଂଚରେ ଅଭିନବଭାବରେ ପରିବେଷଣ କରିବାକୁ ଆବାହକ ରାମାଶିଷ ତ୍ରିପାଠୀ,ଅଧ୍ୟାପକ ତୁଷାର ରଂଜନ ବାରିକ ଓ ଅଂଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅଭ୍ୟାସ ଆରମ୍ଭ କରିଥିଲେ। ଗୁରୁ ଦୁର୍ଗା ଦାଶ ବିଭିନ୍ନ ନୃତ୍ୟକାରୀ ଦଳ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଗାୟକ ରବିନ୍ଦ୍ର ପଣ୍ଡା ଓ ଗାୟକ ରାଜକୁମାର ଜାଲ ଅନ୍ୟାନ୍ୟ ଗାୟକମାନଙ୍କ ଚୟନରେ ସହାୟତା କରିଥିଲେ। ସେହିପରି ସ୍ମରଣିକା,ସେମିନାର,ଚିତ୍ରକଳା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା।
The post ଫେବୃୟାରୀ ୭ ରୁ ୭ ଦିନ ଧରି ହେବ ସମ୍ବଲପୁର୍ ମହୋତ୍ସବ appeared first on Odisha.News.