ଓଡିଶା ଜିଲ୍ଲା ରାଜସ୍ୱ ସେବା ପୁନର୍ଗଠନ ଦାବି ରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ରେ କୋକସରା ରାଜସ୍ୱ କର୍ମଚାରୀ।

କୋକସରା:୧୯/୦୨ ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ଓ କଳାହାଣ୍ଡି ଜିଲ୍ଲା ଶାଖା ର ମିଳିତ ଡାକରା ରେ ସୋମବାର ଠାରୁ ରାଜ୍ୟର ସମସ୍ତ ବ୍ଲକ ରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ମାନେ ରାଜସ୍ୱ କ୍ଷେତ୍ର କର୍ମଚାରୀ ଙ୍କ କ୍ୟାଡର ପୁନର୍ଗଠନ ଓ ଅନ୍ୟାନ୍ୟ ଦାବି ରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି କ୍ରମ ରେ କୋକସରା ବ୍ଲକ ତହସିଲ କାର୍ଯ୍ୟାଳୟ ଅଧୀନରେ ଥିବା ୭ ଗୋଟି ରାଜସ୍ୱ ସର୍କଲ କୋକସରା, ଆମପାଣି, […] The post ଓଡିଶା ଜିଲ୍ଲା ରାଜସ୍ୱ ସେବା ପୁନର୍ଗଠନ ଦାବି ରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ରେ କୋକସରା ରାଜସ୍ୱ କର୍ମଚାରୀ। appeared first on Odisha.News.

ଓଡିଶା ଜିଲ୍ଲା ରାଜସ୍ୱ ସେବା ପୁନର୍ଗଠନ ଦାବି ରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ରେ କୋକସରା ରାଜସ୍ୱ କର୍ମଚାରୀ।

କୋକସରା:୧୯/୦୨
ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ଓ କଳାହାଣ୍ଡି ଜିଲ୍ଲା ଶାଖା ର ମିଳିତ ଡାକରା ରେ ସୋମବାର ଠାରୁ ରାଜ୍ୟର ସମସ୍ତ ବ୍ଲକ ରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ମାନେ ରାଜସ୍ୱ କ୍ଷେତ୍ର କର୍ମଚାରୀ ଙ୍କ କ୍ୟାଡର ପୁନର୍ଗଠନ ଓ ଅନ୍ୟାନ୍ୟ ଦାବି ରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି କ୍ରମ ରେ କୋକସରା ବ୍ଲକ ତହସିଲ କାର୍ଯ୍ୟାଳୟ ଅଧୀନରେ ଥିବା ୭ ଗୋଟି ରାଜସ୍ୱ ସର୍କଲ କୋକସରା, ଆମପାଣି, କାଶିବାହଲ, ଲଡୁଗାଁ, କୁସୁମଖୁଣ୍ଟି,ଡ଼ହଗାଁ ଗୋତୋମୁଣ୍ଡା ର ରାଜସ୍ୱ ନିରୀକ୍ଷକ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।ଫଳରେ ରାଜସ୍ୱ ବିଭାଗ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ ଜନସାଧାରଣ ଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ରେ ବାଧାପ୍ରାପ୍ତ ହୋଇଛି। ଏହି ଆନ୍ଦୋଳନ ରେ କୋକସରା ବ୍ଲକ ରାଜସ୍ୱ ବିଭାଗ ର ଛନ୍ଦା ଚରଣ ଖମାରି, ଅଜୟ ରାଜ ଶିଖା,ବୈଷ୍ଣବ ଗୁରୁ,ବିମଲ ପୁଝାରି, କୃଷ୍ଣ ଚନ୍ଦ୍ର ଭୋଇ, ଅଗ୍ନି କୁମାର ନାଏକ, ରାଧା ଗୋବିନ୍ଦ ପଟ୍ଟନାୟକ,ଦ୍ରୋଣ କୁମାର ମାଝୀ, ଶୀତଳ ବେହେରା, ଜୟସିଂ ଶବର, ମମତା ସାଏ ପ୍ରମୁଖ କର୍ମଚାରୀ ଧାରଣା ରେ ସାମିଲ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

The post ଓଡିଶା ଜିଲ୍ଲା ରାଜସ୍ୱ ସେବା ପୁନର୍ଗଠନ ଦାବି ରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ରେ କୋକସରା ରାଜସ୍ୱ କର୍ମଚାରୀ। appeared first on Odisha.News.