ଆମେରିକା ସାର୍ବଜନିକ ଜୀବନରେ ହ୍ରାସ ହେଉଛି ଧର୍ମର ପ୍ରଭାବ, ନାସ୍ତିକ ହେଉଛନ୍ତି ମୁସଲମାନ
ନୂଆଦିଲ୍ଲୀ ୯।୪: ଆମେରିକା ପବ୍ଲିକ ଲାଇଫରେ ଧର୍ମର ପ୍ରଭାବ ହ୍ରାସ ହେଉଛି। ପାଖାପାଖି ୮୦ ପ୍ରତିଶତ ଆମେରିକୀୟ ମଧ୍ୟ ଏହା ସ୍ୱୀକାର କରୁଛନ୍ତି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଏହି ଦାବି କରିଛି। ଆମେରିକାରେ ଏକ ସଙ୍ଗରେ ବହୁ ସଂଖ୍ୟାରେ ଲୋକେ ସାର୍ବଜନିକ ଜୀବନରେ ଧର୍ମର ପ୍ରଭାବ ହ୍ରାସ ସମ୍ପର୍କରେ ସ୍ୱୀକାର କରିବାର ଏହା ପ୍ରଥମ ଘଟଣା। ଯଦିଓ ଲୋକେ ଧର୍ମର ପ୍ରଭାବ କମ ହେଉଥିବା କଥା କହୁଛନ୍ତି ତେବେ ଏହା ଭଲ ନୁହେଁ ବୋଲି ମଧ୍ୟ ଅନେକ କହୁଛନ୍ତି। ତେବେ ମାତ୍ର ୮ ପ୍ରତିଶତ ଆମେରିକୀୟ ବୟଷ୍କ ଦେଶରେ ଧର୍ମର ପ୍ରଭାବ ବଢୁଥିବାର ଅନୁମାନ କରୁଛନ୍ତି। ସେମାନେ ଲୋକେ ଧାର୍ମିକ ହେବା ଭଲ କଥା ବୋଲି କହୁଛନ୍ତି। ଏହି ସର୍ଭେରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏହି ଦୁଇ ନେତାଙ୍କ ଉପରେ ଧର୍ମର କୌଣସି ପ୍ରଭାବ ରହୁଛି କି ବୋଲି ଲୋକଙ୍କୁ ପଚରା ଯାଇଥିଲା। ଏଥିରୁ ବାଇଡେନଙ୍କ ଉପରେ ଧର୍ମର ଗଭୀର ପ୍ରଭାବ ରହୁଥିବା ଜଣାପଡିଛି। ୧୩ ପ୍ରତିଶତ ଲୋକେ ଭାବୁଛନ୍ତି ବାଇଡେନଙ୍କ ଉପରେ ଧର୍ମର ପ୍ରଭାବ ରହୁଛି। ତେବେ ୪ ପ୍ରତିଶତ ଲୋକେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଖ୍ରୀଷ୍ଟ ଧର୍ମର ପ୍ରଭା ରହିଥାଇପାରେ ବୋଲି ଅନୁମାନ କରୁଛନ୍ତି। ତେବେ ଏହି ସର୍ଭେରୁ ସର୍ବମୋଟ ଯେଉଁ ଗୋଟିଏ କଥା ସାମ୍ନାକୁ ଆସୁଛି ତାହା ହେଉଛି ଆମେରିକୀୟ ସାର୍ବଜନିକ ଜୀବନରେ ଧର୍ମର ପ୍ରଭାବ ହ୍ରାସ ହ
ନୂଆଦିଲ୍ଲୀ ୯।୪: ଆମେରିକା ପବ୍ଲିକ ଲାଇଫରେ ଧର୍ମର ପ୍ରଭାବ ହ୍ରାସ ହେଉଛି। ପାଖାପାଖି ୮୦ ପ୍ରତିଶତ ଆମେରିକୀୟ ମଧ୍ୟ ଏହା ସ୍ୱୀକାର କରୁଛନ୍ତି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଏହି ଦାବି କରିଛି। ଆମେରିକାରେ ଏକ ସଙ୍ଗରେ ବହୁ ସଂଖ୍ୟାରେ ଲୋକେ ସାର୍ବଜନିକ ଜୀବନରେ ଧର୍ମର ପ୍ରଭାବ ହ୍ରାସ ସମ୍ପର୍କରେ ସ୍ୱୀକାର କରିବାର ଏହା ପ୍ରଥମ ଘଟଣା। ଯଦିଓ ଲୋକେ ଧର୍ମର ପ୍ରଭାବ କମ ହେଉଥିବା କଥା କହୁଛନ୍ତି ତେବେ ଏହା ଭଲ ନୁହେଁ ବୋଲି ମଧ୍ୟ ଅନେକ କହୁଛନ୍ତି।
ତେବେ ମାତ୍ର ୮ ପ୍ରତିଶତ ଆମେରିକୀୟ ବୟଷ୍କ ଦେଶରେ ଧର୍ମର ପ୍ରଭାବ ବଢୁଥିବାର ଅନୁମାନ କରୁଛନ୍ତି। ସେମାନେ ଲୋକେ ଧାର୍ମିକ ହେବା ଭଲ କଥା ବୋଲି କହୁଛନ୍ତି। ଏହି ସର୍ଭେରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏହି ଦୁଇ ନେତାଙ୍କ ଉପରେ ଧର୍ମର କୌଣସି ପ୍ରଭାବ ରହୁଛି କି ବୋଲି ଲୋକଙ୍କୁ ପଚରା ଯାଇଥିଲା। ଏଥିରୁ ବାଇଡେନଙ୍କ ଉପରେ ଧର୍ମର ଗଭୀର ପ୍ରଭାବ ରହୁଥିବା ଜଣାପଡିଛି।
୧୩ ପ୍ରତିଶତ ଲୋକେ ଭାବୁଛନ୍ତି ବାଇଡେନଙ୍କ ଉପରେ ଧର୍ମର ପ୍ରଭାବ ରହୁଛି। ତେବେ ୪ ପ୍ରତିଶତ ଲୋକେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଖ୍ରୀଷ୍ଟ ଧର୍ମର ପ୍ରଭା ରହିଥାଇପାରେ ବୋଲି ଅନୁମାନ କରୁଛନ୍ତି। ତେବେ ଏହି ସର୍ଭେରୁ ସର୍ବମୋଟ ଯେଉଁ ଗୋଟିଏ କଥା ସାମ୍ନାକୁ ଆସୁଛି ତାହା ହେଉଛି ଆମେରିକୀୟ ସାର୍ବଜନିକ ଜୀବନରେ ଧର୍ମର ପ୍ରଭାବ ହ୍ରାସ ହେଉଛି। କେବଳ ଖ୍ରୀଷ୍ଟାଧର୍ମାବଲମ୍ବୀ ନୁହଁନ୍ତି ଆମେରିକାରେ ବସାବାସ କରୁଥିବା ଅନ୍ୟ ଧର୍ମର ଲୋକଙ୍କ ଠାରେ ମଧ୍ୟ ଧର୍ମର ପ୍ରଭାବ ହ୍ରାସ ହେଉଥିବା ଦେଖାଯାଉଛି।

ଲୋକେ ଏବେ ଯେଉଁ ଧର୍ମର ହୋଇଥାନ୍ତୁ ନା କାହିଁକି ସାର୍ବଜନିକ ଜୀବନରେ ସେମାନେ ଆଉ ଧର୍ମର ପ୍ରଦର୍ଶନ କରିବାକୁ ଆଗ୍ରହୀ ହେଉ ନାହାନ୍ତି। ଆମେରିକାକୁ ନେଇ ୨୦୧୭ ମସିହାରେ ମଧ୍ୟ ଏକ ସର୍ଭେ ହୋଇଥିଲା। ସେତେବେଳେ ୨୩ ପ୍ରତିଶତ ଆମେରିକୀୟ ମୁସଲମାନ ସେମାନଙ୍କ ଧର୍ମରୁ ସମ୍ପର୍କ ତୁଟାଉଥିବାର ଜଣାପଡିଥିଲା। ଏହାକୁ ଏକ୍ସ-ମୁସ୍ଲିମ ମୁଭମେଣ୍ଟ କୁହାଯାଇଥିଲା। ସେହିପରି ୨୨ ପ୍ରତିଶତ ଖ୍ରୀଷ୍ଟିଆନ ଏପରି ଥିଲେ ଯେଉଁମାନେ ନିଜ ଧର୍ମ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁନଥିଲେ।
ତେବେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୩ ପ୍ରତିଶତ ମୂସଲମାନ ଧର୍ମରୁ ଦୂରଉଥିବା ବେଳେ ଧର୍ମାନ୍ତରିତ ହୋଇ ମୁସଲମାନ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୨୩ ପ୍ରତିଶତ। ଏଣୁ ଇସ୍ଲାମ ଛାଡୁଥିବା ଓ ଯୋଡି ହେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ସମାନ। ହେଲେ ଏଥିଯୋଗୁ ଖ୍ରୀଷ୍ଟ ଧର୍ମକୁ କ୍ଷତି ହେଉଥିବା ଦେଖାଯାଇଛି। ଏହି ଧର୍ମର ୨୨ ପ୍ରତିଶତ ଲୋକେ ଧର୍ମାନ୍ତରିତ ହେଉଥିବା ବେଳେ ମାତ୍ର ୬ ପ୍ରତିଶତ ଲୋକେ ଖ୍ରୀଷ୍ଟଧର୍ମ ଗ୍ରହଣ କରୁଛନ୍ତି।