ନୂଆ ସ୍ଲୋଗାନ ସହ ଭାଜପା-ସମାଜବାଦୀ ପାର୍ଟିକୁ ଜବାବ ଦେଲେ ମାୟାବତୀ 

ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶରେ ଭାଜପାର ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ସମାଜବାଦୀ ପାର୍ଟି ‘ଜୁଡେଙ୍ଗେ ତୋ ଜିତେଙ୍ଗେ’ ସ୍ଲୋଗାନ ଦେବାକୁ ନେଇ ବିଏସ୍‌ପି ମୁଖ୍ୟ ମାୟାବତୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଭଳି ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି। ଏଭଳି ପରିସ୍ଥିତିରେ ଭୋଟରଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଏହି ଲୋକମାନେ ନିଜର ଅଭାବରୁ ଧ୍ୟାନ ହଟାଇବା ଲାଗି ସ୍ଲୋଗାନ ଦେଉଥିବା ସେ କହିଛନ୍ତି। ଏଥିସହ ସମାଜବାଦୀ ପାର୍ଟି-ଭାଜପାର ମୁକାବିଲା ଲାଗି ବିଏସ୍‌ପି ମଧ୍ୟ ଏକ ନୂଆ ସ୍ଲୋଗାନ […] The post ନୂଆ ସ୍ଲୋଗାନ ସହ ଭାଜପା-ସମାଜବାଦୀ ପାର୍ଟିକୁ ଜବାବ ଦେଲେ ମାୟାବତୀ  appeared first on Dharitri Odia News.

ନୂଆ ସ୍ଲୋଗାନ ସହ ଭାଜପା-ସମାଜବାଦୀ ପାର୍ଟିକୁ ଜବାବ ଦେଲେ ମାୟାବତୀ 
ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶରେ ଭାଜପାର ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ସମାଜବାଦୀ ପାର୍ଟି ‘ଜୁଡେଙ୍ଗେ ତୋ ଜିତେଙ୍ଗେ’ ସ୍ଲୋଗାନ ଦେବାକୁ ନେଇ ବିଏସ୍‌ପି ମୁଖ୍ୟ ମାୟାବତୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଭଳି ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି। ଏଭଳି ପରିସ୍ଥିତିରେ ଭୋଟରଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଏହି ଲୋକମାନେ ନିଜର ଅଭାବରୁ ଧ୍ୟାନ ହଟାଇବା ଲାଗି ସ୍ଲୋଗାନ ଦେଉଥିବା ସେ କହିଛନ୍ତି। ଏଥିସହ ସମାଜବାଦୀ ପାର୍ଟି-ଭାଜପାର ମୁକାବିଲା ଲାଗି ବିଏସ୍‌ପି ମଧ୍ୟ ଏକ ନୂଆ ସ୍ଲୋଗାନ ଦେଇଛି।
ବିଧାନସଭା ନିର୍ବାଚନ ନେଇ ଘୋଷଣା ହୋଇଥିବା ବେଳେ ଏଥର ବିଏସ୍‌ପି ଏକାକି ନିର୍ବାଚନ ଲଢ଼ଇବାକୁ ଯାଉଛି। ଏଣୁ ଭାଜପା ଏବଂ ସମାଜବାଦୀ ପାର୍ଟିର ନିଦ ହଜିଛି। ଅତୀତରେ ଅନେକ ଉପ ନିର୍ବାଚନରେ ବିଏସ୍‌ପି ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲା। ଫଳରେ ଭାଜପା-ସମାଜବାଦୀ ପାର୍ଟି ମିଳିମିଶି ନିର୍ବାଚନକୁ ଓହ୍ଲାଇଥିଲେ। ହେଲେ ଏଥର ବିଏସ୍‌ପି ଲଢ଼ିବା ନେଇ ଘୋଷଣା କରିଥିବା ଯୋଗୁ ଚିନ୍ତା ବଢ଼ିଛି।
ବିଏସ୍‌ପି ମୁଖ୍ୟ ମାୟାବତୀ କହିଛନ୍ତି, ‘ବିଏସ୍‌ପି ସେ ଜୁଡେଙ୍ଗେ ତୋ ଆଗେ ବଢ଼େଙ୍ଗେ ଔର ସୁରକ୍ଷିତ ରହେଙ୍ଗେ’, ଏହା ସ୍ଲୋଗାନ ହେବା ଉଚିତ। ସମାଜବାଦୀ ପାର୍ଟି ସରକାର ଗୁଣ୍ଡା, ମାଫିଆ, ବଦମାସମାନଙ୍କୁ ଏକାଠି ରହିଲେ ହିଁ ସରକାର ଗଢ଼ିହେବ ବୋଲି କହୁଛନ୍ତି। ତେଣୁ ଏହି ନିର୍ବାଚନରେ ଆମେ ଲୋକଙ୍କୁ ନିବେଦନ କରୁଛୁ ଯେ ବିରୋଧି ଦଳର ପ୍ରତାରଣାର ଶିକାର ହୁଅନ୍ତୁ ନାହିଁ। ନିଜର ଭୋଟ୍‌ ବିଏସ୍‌ପିକୁ ଦିଅନ୍ତୁ।

The post ନୂଆ ସ୍ଲୋଗାନ ସହ ଭାଜପା-ସମାଜବାଦୀ ପାର୍ଟିକୁ ଜବାବ ଦେଲେ ମାୟାବତୀ  appeared first on Dharitri Odia News.