କାର୍ଯ୍ୟରେ ଯୋଗଦାନ ପରେ ପ୍ରକଳ୍ପ ପରିଦର୍ଶନ କଲେ ପ୍ରକଳ୍ପ ପ୍ରଶାସକ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂତନ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ବୁଧବାର କାର୍ଯ୍ୟରେ ଯୋଗଦାନ କରିବା ପରେ ତାଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ, ଦାରିଙ୍ଗବାଡ଼ି ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଶିଶିର ପାତ୍ର, କନିଷ୍ଠ ଯନ୍ତ୍ରୀ ତୁଷାର ସେଠୀ,ଏପିଓ କେଦାର ଚନ୍ଦ୍ର ପଣ୍ଡା, ବ୍ଲକ ଡବ୍ଲ୍ୟୁଇଓ ବିଶ୍ୱଜିତ ଜାଲିଙ୍କ ସମେତ ଅନ୍ୟମାନେ […] The post କାର୍ଯ୍ୟରେ ଯୋଗଦାନ ପରେ ପ୍ରକଳ୍ପ ପରିଦର୍ଶନ କଲେ ପ୍ରକଳ୍ପ ପ୍ରଶାସକ appeared first on Dharitri Odia News.

କାର୍ଯ୍ୟରେ ଯୋଗଦାନ ପରେ ପ୍ରକଳ୍ପ ପରିଦର୍ଶନ କଲେ ପ୍ରକଳ୍ପ ପ୍ରଶାସକ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂତନ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ବୁଧବାର କାର୍ଯ୍ୟରେ ଯୋଗଦାନ କରିବା ପରେ ତାଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ, ଦାରିଙ୍ଗବାଡ଼ି ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଶିଶିର ପାତ୍ର, କନିଷ୍ଠ ଯନ୍ତ୍ରୀ ତୁଷାର ସେଠୀ,ଏପିଓ କେଦାର ଚନ୍ଦ୍ର ପଣ୍ଡା, ବ୍ଲକ ଡବ୍ଲ୍ୟୁଇଓ ବିଶ୍ୱଜିତ ଜାଲିଙ୍କ ସମେତ ଅନ୍ୟମାନେ ନୂତନ ପ୍ରକଳ୍ପ ପ୍ରଶାସକଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ପରେ ପ୍ରକଳ୍ପ ପ୍ରଶାସକ ପାତ୍ର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ବାଲିଗୁଡ଼ା କଲେଜରେ ଚାଲିଥିବା ନୂତନ କୋଠା କାର୍ଯ୍ୟ ପରିଦର୍ଶନ କରିଥିଲେ। ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ପଦକ୍ଷେପ ନିଆଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ଆଇଟିଡିଏର ସହକାରୀ ନର୍ବାହୀଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଉପସ୍ଥିତ ରହି କାର୍ଯ୍ୟ ସମ୍ପର୍କରେ ନୂତନ ପ୍ରକଳ୍ପ ପ୍ରଶାସକଙ୍କୁ ଅବଗତ କରାଇଥିଲେ।

The post କାର୍ଯ୍ୟରେ ଯୋଗଦାନ ପରେ ପ୍ରକଳ୍ପ ପରିଦର୍ଶନ କଲେ ପ୍ରକଳ୍ପ ପ୍ରଶାସକ appeared first on Dharitri Odia News.