ଜାତୀୟ ରାଜପଥ କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଜବତ: ମୁହଁରେ ରହିଛି କ୍ଷତଚିହ୍ନ

ଗୋପାଳପୁର,୧ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ରୁ ରବିବାର ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଜବତ କରିଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ଭାଲିଆଗଡ଼ ଗ୍ରାମ ନିକଟ ୧୬ନଂ ଜାତୀୟ ରାଜପଥ କଡ଼ରେ ଏକ ମୃତଦେହ ପଡ଼ିରହିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ଗୋଳନ୍ଥରା ଥାନା ପୋଲିସକୁ ଖବର […] The post ଜାତୀୟ ରାଜପଥ କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଜବତ: ମୁହଁରେ ରହିଛି କ୍ଷତଚିହ୍ନ appeared first on Dharitri Odia News.

ଜାତୀୟ ରାଜପଥ କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଜବତ: ମୁହଁରେ ରହିଛି କ୍ଷତଚିହ୍ନ

ଗୋପାଳପୁର,୧ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ରୁ ରବିବାର ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଜବତ କରିଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ଭାଲିଆଗଡ଼ ଗ୍ରାମ ନିକଟ ୧୬ନଂ ଜାତୀୟ ରାଜପଥ କଡ଼ରେ ଏକ ମୃତଦେହ ପଡ଼ିରହିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ଗୋଳନ୍ଥରା ଥାନା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଯୁବକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ମୁହଁରେ ଦୁଇଟି ସ୍ଥାନରେ କ୍ଷତଚିହ୍ନ ରହିଛି। ସେ ଏକ ଟି ଶର୍ଟ ଓ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ପୋଲିସ କହିଛି। ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ବ୍ୟବଚ୍ଛେଦ ପରେ ଶବଗୃହରେ ରଖାଯିବ ବୋଲି ସୂଚନା ମିଳିଛି। ଅଜଣା ଯୁବକଙ୍କ ମୃତଦେହ ଏଠାକୁ କେମିତି ଆସିଲା ସେ ନେଇ ପୋଲିସ ତଦନ୍ତ କରିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି।

The post ଜାତୀୟ ରାଜପଥ କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଜବତ: ମୁହଁରେ ରହିଛି କ୍ଷତଚିହ୍ନ appeared first on Dharitri Odia News.