ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା, ଜାଣନ୍ତୁ କାହାକୁ କଲେ ଜୀବନସଙ୍ଗିନୀ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଜେପିର ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟା । ଶାସ୍ତ୍ରୀୟ ସଙ୍ଗୀତ କଳାକାର ଶିଭାଶ୍ରୀ ସ୍କନ୍ଦପ୍ରସାଦଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ହିନ୍ଦୁ ନୀତିନୀତି ଓ କନ୍ନଡ ପରମ୍ପରା ଅନୁସାରେ ଦୁହିଁଙ୍କ ବିବାହ ହୋଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭି.ସୋମନ୍ନା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ, ପ୍ରତାପ ସିହ୍ମା, ବିୱାଇ ବିଜୟେନ୍ଦ୍ରଙ୍କ ସମେତ ଅନେକ ନେତା ଉପସ୍ଥିତ ରହିଥିଲେ । ଅନେକ ନେତା ବିବାହ ସମାରୋହର ଫଟୋ ସୋସିଆଲ୍ ମିଡିଆରେ ସେୟାର କରି ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ ବେଙ୍ଗାଲୁରୁ ସଂସଦୀୟ କ୍ଷେତ୍ରରୁ ଦୁଇ ଥର ସାଂସଦ । ସେ ବର୍ତ୍ତମାନ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ଅନ୍ୟପଟେ ଶିଭାଶ୍ରୀ ଭାରତନାଟ୍ୟମର ନୃତ୍ୟଶିଳ୍ପୀ ଅଛନ୍ତି । ସେ ବାୟୋଇଞ୍ଜିନିୟରିଂରେ ବ୍ୟାଚଲର୍ସ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ସେ ଡ୍ୟାନ୍ସକୁ ନିଜର ପେଶା କରିଥିଲ । ୟୁନିଭର୍ସିଟି ଅଫ୍ ମାଦ୍ରାସରେ ଶିଭାଶ୍ରୀ ସ୍କନ୍ଦପ୍ରସାଦ ଭାରତନାଟ୍ୟମରେ ବି ଡିଗ୍ରୀ କରିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଶିଭାଶ୍ରୀଙ୍କ ୧.୧୩ ଲକ୍ଷ ଫୋଲୋଅର୍ସ ଅଛନ୍ତି । ସେହିପରି ୟୁଟ୍ୟୁବରେ ୨ ଲକ୍ଷ ଫୋଲୋଅର୍ସ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବି ଶିଭାଶ୍ରୀଙ୍କୁ

ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା, ଜାଣନ୍ତୁ କାହାକୁ କଲେ ଜୀବନସଙ୍ଗିନୀ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଜେପିର ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟା । ଶାସ୍ତ୍ରୀୟ ସଙ୍ଗୀତ କଳାକାର ଶିଭାଶ୍ରୀ ସ୍କନ୍ଦପ୍ରସାଦଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ହିନ୍ଦୁ ନୀତିନୀତି ଓ କନ୍ନଡ ପରମ୍ପରା ଅନୁସାରେ ଦୁହିଁଙ୍କ ବିବାହ ହୋଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭି.ସୋମନ୍ନା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ, ପ୍ରତାପ ସିହ୍ମା, ବିୱାଇ ବିଜୟେନ୍ଦ୍ରଙ୍କ ସମେତ ଅନେକ ନେତା ଉପସ୍ଥିତ ରହିଥିଲେ । ଅନେକ ନେତା ବିବାହ ସମାରୋହର ଫଟୋ ସୋସିଆଲ୍ ମିଡିଆରେ ସେୟାର କରି ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ ବେଙ୍ଗାଲୁରୁ ସଂସଦୀୟ କ୍ଷେତ୍ରରୁ ଦୁଇ ଥର ସାଂସଦ । ସେ ବର୍ତ୍ତମାନ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ଅନ୍ୟପଟେ ଶିଭାଶ୍ରୀ ଭାରତନାଟ୍ୟମର ନୃତ୍ୟଶିଳ୍ପୀ ଅଛନ୍ତି । ସେ ବାୟୋଇଞ୍ଜିନିୟରିଂରେ ବ୍ୟାଚଲର୍ସ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ସେ ଡ୍ୟାନ୍ସକୁ ନିଜର ପେଶା କରିଥିଲ । ୟୁନିଭର୍ସିଟି ଅଫ୍ ମାଦ୍ରାସରେ ଶିଭାଶ୍ରୀ ସ୍କନ୍ଦପ୍ରସାଦ ଭାରତନାଟ୍ୟମରେ ବି ଡିଗ୍ରୀ କରିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଶିଭାଶ୍ରୀଙ୍କ ୧.୧୩ ଲକ୍ଷ ଫୋଲୋଅର୍ସ ଅଛନ୍ତି । ସେହିପରି ୟୁଟ୍ୟୁବରେ ୨ ଲକ୍ଷ ଫୋଲୋଅର୍ସ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବି ଶିଭାଶ୍ରୀଙ୍କୁ ପ୍ରଶଂସା କରିସାରିଛନ୍ତି ।

ଗତ ବର୍ଷ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଭାଶ୍ରୀ ସ୍କନ୍ଦପ୍ରସାଦଙ୍କୁ ପ୍ରଶଂସା କରିଥିଲେ । ସେ ଶିଭାଶ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଗୀତରକୁ ପ୍ରଶଂସା କରିଥିଲେ । ପିଏମ୍ ଲେଖିଥିଲେ, 'ଶିଭାଶ୍ରୀ ସ୍କନ୍ଦପ୍ରସାଦ କନ୍ନଡ ଭାଷାରେ ଭଗବାନ ଶ୍ରୀରାମଙ୍କ ଆରାଧନା କରି ଗୀତ ରଚନା କରିଛନ୍ତି । ତାଙ୍କର ଏହି ଉଦ୍ୟମ ଭାରତର ସଂସ୍କୃତିକୁ ସଂରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ।' ଉଲ୍ଲେଖଯୋଗ୍ୟ ଯେ ତେଜସ୍ୱୀ ସୂର୍ଯ୍ୟାଙ୍କ ବିବାହ ସମାରୋହକୁ ନେଇ ସୀମିତ ଲୋକଙ୍କ ପାଖରେ ହିଁ ସୂଚନା ଥିଲା । ବିବାହରେ ସାମିଲ ରାଜନେତାମାନେ ସୋସିଆଲ୍ ମିଡିଆରେ ବିବାହ ବେଳର ଫଟୋ ସେୟାର କରିବା ପରେ ଖବର ସାର୍ବଜନୀନ ହୋଇଥିଲା ।