ଆଳୁ ଗୋଦାମରେ ଯୋଗାଣ ବିଭାଗର ଚଢାଉ, ଦର ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ପୋଲିସକୁ ଦାୟୀ କଲେ ଗୋଦାମ ମାଲିକ

ଦେବଗଡ ୨୮।୭: ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଁ ସରକାର ଆକ୍ସନ ମୋଡକୁ ଆସିଥିବା ବେଳେ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ରବିବାର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଳୁ ଗୋଦାମ ଓ ଖୁଚୁରା ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଛି । ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ କେଦାରନାଥ ନାୟକଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଆଳୁର ଗଚ୍ଛିତ ପରିମାଣ ଯାଞ୍ଚ କରିଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ଖରିଦ କରାଯାଇଥିବା  ଦର, ଟ୍ରାନ୍ସପୋର୍ଟେସନ ଚାର୍ଜ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ଖର୍ଚ୍ଚ ପରେ ହୋଲସେଲର  କେଉଁ ଦରରେ ଆଳୁ ବିକ୍ରୟ କରୁଛନ୍ତି, ସେ ସମ୍ପର୍କରେ ଯାଞ୍ଚ କରିଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ହୋଲସେଲର ଓ ରିଟେଲର ମାନଙ୍କୁ ବିକ୍ରି ଦର ଧାର୍ଯ୍ୟ କରି ଦୋକାନ ସମ୍ମୁଖରେ ବୋର୍ଡରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଅମାନିଆ ଦୋକାନୀଙ୍କୁ ତାଗିଦ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ଆଳୁର ବର୍ଦ୍ଧିତ ଦର ଉପରେ ଆଳୁ ହୋଲସେଲରଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଦେବଗଡ ସହରର ଅନ୍ୟତମ ଆଳୁ ଗୋଦାମ ଶିବଶଙ୍କର ଆଳୁ ଗୋଦାମର ମାଲିକ ଶିବ ଶଙ୍କର ସାହୁ ଆଳୁର ବର୍ଦ୍ଧିତ ଦର ପାଇଁ ପଶ୍ଚିମବଙ୍ଗ ପୋଲିସକୁ ସିଧାସ

ଆଳୁ ଗୋଦାମରେ ଯୋଗାଣ ବିଭାଗର ଚଢାଉ, ଦର ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ପୋଲିସକୁ ଦାୟୀ କଲେ ଗୋଦାମ ମାଲିକ

ଦେବଗଡ ୨୮: ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଁ ସରକାର ଆକ୍ସନ ମୋଡକୁ ଆସିଥିବା ବେଳେ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ରବିବାର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଳୁ ଗୋଦାମ ଓ ଖୁଚୁରା ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଛି । ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ କେଦାରନାଥ ନାୟକଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଆଳୁର ଗଚ୍ଛିତ ପରିମାଣ ଯାଞ୍ଚ କରିଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ଖରିଦ କରାଯାଇଥିବା  ଦର, ଟ୍ରାନ୍ସପୋର୍ଟେସନ ଚାର୍ଜ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ଖର୍ଚ୍ଚ ପରେ ହୋଲସେଲର  କେଉଁ ଦରରେ ଆଳୁ ବିକ୍ରୟ କରୁଛନ୍ତି, ସେ ସମ୍ପର୍କରେ ଯାଞ୍ଚ କରିଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ହୋଲସେଲର ଓ ରିଟେଲର ମାନଙ୍କୁ ବିକ୍ରି ଦର ଧାର୍ଯ୍ୟ କରି ଦୋକାନ ସମ୍ମୁଖରେ ବୋର୍ଡରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଅମାନିଆ ଦୋକାନୀଙ୍କୁ ତାଗିଦ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ଆଳୁର ବର୍ଦ୍ଧିତ ଦର ଉପରେ ଆଳୁ ହୋଲସେଲରଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଦେବଗଡ ସହରର ଅନ୍ୟତମ ଆଳୁ ଗୋଦାମ ଶିବଶଙ୍କର ଆଳୁ ଗୋଦାମର ମାଲିକ ଶିବ ଶଙ୍କର ସାହୁ ଆଳୁର ବର୍ଦ୍ଧିତ ଦର ପାଇଁ ପଶ୍ଚିମବଙ୍ଗ ପୋଲିସକୁ ସିଧାସଳଖ ଦାୟୀ କରିଛନ୍ତି । ପଶ୍ଚିମବଙ୍ଗ ପୋଲିସ ଓଡିଶା ବର୍ଡରରେ ପାର ହେଉଥିବା ପ୍ରତ୍ୟେକ ଆଳୁ ଟ୍ରକରୁ ପଚିଶ ହଜାର ଟଙ୍କା ଲେଖାଏଁ ଜୋରଜବରଦସ୍ତି ଆଦାୟ କରୁଥିବା ଯୋଗୁଁ ଆଳୁ ଦର ଉପରେ ଏହାର ପ୍ରଭାବ ପଡୁଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ଯୋଗାଣ ବିଭାଗ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି । 

You Can Read:

ଆଳୁ ସମସ୍ୟା ପ୍ରାୟ ସମାଧାନ ହେଲାଣି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି : ଖାଦ୍ୟ ଯୋଗାଣ ମନ୍ତ୍ରୀ