ଡିନର ପରେ ଶୀଘ୍ର ବ୍ରଶ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ ! ଶରୀର ଉପରେ ପଡିବ ଏହି ପ୍ରଭାବ

ନୂଆଦିଲ୍ଲୀ: ଓରାଲ ହେଲଥର ଧ୍ୟାନ ରଖିବା ନିତ୍ୟାନ୍ତ ଜରୁରୀ ଅଟେ । କାରଣ ଅସାବଧାନତା ପାଇଁ ବିପଦ ଆସିପାରେ । ଡାକ୍ତରଙ୍କ କହିବା ଅନୁସାରେ, ଦିନକୁ 2 ଥର ବ୍ରଶ କରିବା ଜରୁରୀ ଅଟେ । ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ବ୍ରଶ କରିବା ଦ୍ବାରା ଦାନ୍ତ ମଜଭୁତ ରହିଥାଏ । ତେବେ ଅନେକ ଲୋକେ ଜାଣନାହାନ୍ତି ଯେ, ରାତ୍ରୀ ଭୋଜନର କେତେ ସମୟ ପରେ ବ୍ରଶ କରିବାର ସଠିକ ସମୟ । […]

ଡିନର ପରେ ଶୀଘ୍ର ବ୍ରଶ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ ! ଶରୀର ଉପରେ ପଡିବ ଏହି ପ୍ରଭାବ

ନୂଆଦିଲ୍ଲୀ: ଓରାଲ ହେଲଥର ଧ୍ୟାନ ରଖିବା ନିତ୍ୟାନ୍ତ ଜରୁରୀ ଅଟେ । କାରଣ ଅସାବଧାନତା ପାଇଁ ବିପଦ ଆସିପାରେ । ଡାକ୍ତରଙ୍କ କହିବା ଅନୁସାରେ, ଦିନକୁ 2 ଥର ବ୍ରଶ କରିବା ଜରୁରୀ ଅଟେ । ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ବ୍ରଶ କରିବା ଦ୍ବାରା ଦାନ୍ତ ମଜଭୁତ ରହିଥାଏ । ତେବେ ଅନେକ ଲୋକେ ଜାଣନାହାନ୍ତି ଯେ, ରାତ୍ରୀ ଭୋଜନର କେତେ ସମୟ ପରେ ବ୍ରଶ କରିବାର ସଠିକ ସମୟ ।

ଦାନ୍ତକୁ ସଫା ରଖିବା ଜରୁରୀ ଅଟେ । କିନ୍ତୁ ଅନେକ ଲୋକ ଡିନର କରିବା ପରେ ପରେ ହିଁ ବ୍ରଶ କରିବା ପାଇଁ ଚାଲିଯାଇଥାନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ରାତ୍ରୀ ଭୋଜନରେ ଖଟା ଫଳ କିମ୍ବା ସୋଢା ଭଳି ଏସିଡିକ ଜିନିଷ ରହିଥାଏ, ତାହାଲେ ଏହା ପାଟିର ପିଏଚ ଲେବଲକୁ କମ୍ କରିଦେଇଥାଏ । ଅଧିକ ଏସିଡିଟିକର ବ୍ୟବହାର ଦ୍ବାରା ଦାନ୍ତ ଦୁର୍ବଳ ହୋଇଥାଏ। ଏଭଳି ସ୍ଥିତିରେ ରାତିରେ ଖାଦ୍ୟ ଖାଇବା ପରେ ବ୍ରଶ କରିବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ବିପଦ ସାଜିଥାଏ । ଏହାଦ୍ବାରା ସେନ୍ସିଡିବିଟି ଭଳି ସମସ୍ୟା ହୋଇପାରେ । ଏକ୍ସପର୍ଟଙ୍କ କହିବା ଅନୁସାରେ, ରାତ୍ରୀ ଭୋଜନର 30 ମିନିଟ୍ ପରେ ହିଁ ବ୍ରଶ କରିବା ଉଚିତ । ଏହି ସମୟ ମଧ୍ୟରେ ପାଚିରେ ଏସିଡିକ ଲେବଲ ଠିକ ହୋଇଯାଇଥାଏ, ଫଳରେ ଦାନ୍ତ ସମସ୍ୟା ମଧ୍ୟ ହ୍ରାସ ପାଇଥାଏ । ଏହାସହିତ ବ୍ରଶ କରିବା ପୂର୍ବରୁ ପାଟି କୁଳି କରିବା ସହିତ ପାଣି ପିଇବା ଉଚିତ । ବ୍ରଶ କରିବା ପାଇଁ ଅନୁନ୍ୟ 10 ମିନିଟ ସମୟ ବାହାର କରିବା ଉଚିତ । ଦାନ୍ତର ସବୁ ଲେୟାରକୁ ବ୍ରଶରେ ସଫା କରିବା ଜରୁରୀ । ଏହା ବ୍ୟାକ୍ଟେରିଆକୁ ହଟାଇବା ସହିତ ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ ।