ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ନାରେଡ୍‌କୋର ଦାବି; ଗୃହ ଋଣ ସୁଦ୍ଧ ଉପରେ ଟ୍ୟାକ୍ସ ହ୍ରାସ କର

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଇ ସରକାରର ଶେଷ ବଜେଟ୍ ଉପସ୍ଥାପନା କରିବେ। ତେବେ ତା ପୂର୍ବରୁ ବିଭିନ୍ନ ବିଭାଗରୁ ନାନା ପରାମର୍ଶ ମିଳୁଛି। ଉଦ୍ୟୋଗୁଡ଼ିକ ସୁହାଇଲା ଭଲି ପ୍ରସ୍ତାବ ବଜେଟ୍ ନିର୍ମାତା କମିଟିକୁ ଦେଉଛନ୍ତି।     ଏଇ ବଜେଟ୍‌କୁ ନେଇ ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ମଧ୍ୟ ବେଶ୍ ଆଶାବାଦୀ। ରିଅଲ୍ ଇଷ୍ଟେଟ୍ ଡେଭଲପର ବଡି ନ୍ୟାସ୍‌ନାଲ ରିଏଲ୍ ଇଷ୍ଟେଟ୍ ଡେଭଲପମେଣ୍ଟ କାଉନସିଲ୍ (NAREDCO) ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହ ଅଟକି ରହିଥିବା ହାଉସିଂ ପ୍ରୋଜେକ୍ଟ ପୂରା କରିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଏଥିରେ ଘର କ୍ରେତାମାନଙ୍କୁ ରେସିଡେନ୍ସିଆ ସେକ୍ଟରରେ ଡିମାଣ୍ଡ ବଡ଼ାଇବା ପାଇଁ, ଗୃହ କ୍ରେତାଙ୍କୁ ପ୍ରୋତ୍ସାହିତ କରିବାକୁ ଆୟକର ଅଧିନିୟମର ଧାରା ୨୪ ଅନୁଯାୟୀ ଗୃହ ଋଣ ସୁଧର ରିହାତି ସୀମାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନରେଡକୋ ଦାବି କରିଛି। ଏହା ବ୍ୟତୀତ ନରେଡକୋ ଅର୍ଥମନ୍ତ୍ରୀଙ୍କ ଠାରୁ ଆୟକର ଧାରା ୮୦Cରୁ ଗୃହ ଋଣର ମୂଳ ପରିମାଣକୁ ବାଦ ଦେବାକୁ ଦାବି ପତ୍ର ଦେଇଛି। ପଢ଼ନ୍ତୁ-ବଜେଟ୍‌ରେ କାଗଜ ଓ ପେପର ବୋର୍ଡରେ ଆମଦାନୀ କର ୨୫% ବଢ଼ାଯାଉ; ପେପର ନିର୍ମାତା ସଂଘର ଦାବି ଅଟକି ରହିଥିବା ହାଉସିଂ ପ୍ରୋଜେକ୍ଟଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ କରାଯାଇଥିବା  ସ୍ପେଶାଲ୍ ୱିଣ୍ଡୋ ଫର ଏଫୋର୍ଡବଲ

ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ନାରେଡ୍‌କୋର ଦାବି; ଗୃହ ଋଣ ସୁଦ୍ଧ ଉପରେ ଟ୍ୟାକ୍ସ ହ୍ରାସ କର

NAREDCO

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଇ ସରକାରର ଶେଷ ବଜେଟ୍ ଉପସ୍ଥାପନା କରିବେ। ତେବେ ତା ପୂର୍ବରୁ ବିଭିନ୍ନ ବିଭାଗରୁ ନାନା ପରାମର୍ଶ ମିଳୁଛି। ଉଦ୍ୟୋଗୁଡ଼ିକ ସୁହାଇଲା ଭଲି ପ୍ରସ୍ତାବ ବଜେଟ୍ ନିର୍ମାତା କମିଟିକୁ ଦେଉଛନ୍ତି।    

ଏଇ ବଜେଟ୍‌କୁ ନେଇ ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ମଧ୍ୟ ବେଶ୍ ଆଶାବାଦୀ। ରିଅଲ୍ ଇଷ୍ଟେଟ୍ ଡେଭଲପର ବଡି ନ୍ୟାସ୍‌ନାଲ ରିଏଲ୍ ଇଷ୍ଟେଟ୍ ଡେଭଲପମେଣ୍ଟ କାଉନସିଲ୍ (NAREDCO) ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହ ଅଟକି ରହିଥିବା ହାଉସିଂ ପ୍ରୋଜେକ୍ଟ ପୂରା କରିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି।

ଏଥିରେ ଘର କ୍ରେତାମାନଙ୍କୁ ରେସିଡେନ୍ସିଆ ସେକ୍ଟରରେ ଡିମାଣ୍ଡ ବଡ଼ାଇବା ପାଇଁ, ଗୃହ କ୍ରେତାଙ୍କୁ ପ୍ରୋତ୍ସାହିତ କରିବାକୁ ଆୟକର ଅଧିନିୟମର ଧାରା ୨୪ ଅନୁଯାୟୀ ଗୃହ ଋଣ ସୁଧର ରିହାତି ସୀମାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନରେଡକୋ ଦାବି କରିଛି। ଏହା ବ୍ୟତୀତ ନରେଡକୋ ଅର୍ଥମନ୍ତ୍ରୀଙ୍କ ଠାରୁ ଆୟକର ଧାରା ୮୦Cରୁ ଗୃହ ଋଣର ମୂଳ ପରିମାଣକୁ ବାଦ ଦେବାକୁ ଦାବି ପତ୍ର ଦେଇଛି।

ପଢ଼ନ୍ତୁ-ବଜେଟ୍‌ରେ କାଗଜ ଓ ପେପର ବୋର୍ଡରେ ଆମଦାନୀ କର ୨୫% ବଢ଼ାଯାଉ; ପେପର ନିର୍ମାତା ସଂଘର ଦାବି

ଅଟକି ରହିଥିବା ହାଉସିଂ ପ୍ରୋଜେକ୍ଟଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ କରାଯାଇଥିବା  ସ୍ପେଶାଲ୍ ୱିଣ୍ଡୋ ଫର ଏଫୋର୍ଡବଲ ଆଣ୍ଡ ମିଡ୍ ଇନ୍‌କମ ହାଉସିଂ (SWAMIH)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ନରେଡକୋ ଅର୍ଥମନ୍ତ୍ରୀଙ୍କୁ ଦାବି କରିଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୫୦ ହଜାର କୋଟିର ପ୍ରସ୍ତାବ ରଖିବାକୁ ନରେଡ୍‌କୋ ଦାବି କରିଛି।

୨୦୧୯ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାମୀ ନିବେଶ ପାଣ୍ଠି ଗଠନ ପାଇଁ ଘୋଷଣା କରିଥିଲେ। ଡେଭଲପର୍ସ ବଡି ଜିଏସ୍‌ଟି ସହ ହାଉସିଂ ପ୍ରୋଜେକ୍ଟରର ଡେଭଲପରଙ୍କ ଦ୍ୱାରା 'ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍' ଚାହିଦାର ବିକଳ୍ପକୁ ଅନୁମତି ଦେବାକୁ ଅନୁରୋଧ କରିଛି।

ଅନ୍ୟପଟେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ହାଉସିଂ ସେଗମେଣ୍ଟରେ ଆଫର୍ଡେବଲ ହାଉିସିଂର ଡିମାଣ୍ଡ ହ୍ରାସ ପାଉଛି, ଯାହା ସରକାରଙ୍କ ସମସ୍ୟା ବଢାଇପାରେ। ତେଣୁ ଏଇ ବଜେଟରେ ଆଫର୍ଡେବଲ ହଉସିଂକୁ ପ୍ରୋତ୍ସାହିତ କରିବାକୁ ଅର୍ଥମନ୍ତ୍ରୀଙ୍କ ଉପରେ ଚାପ ବଢ଼ୁଛି। ନିକଟରେ ରିଅଲ୍ ଇଷ୍ଟେଟ୍ ପରାମର୍ଶଦାତା ଏକ ରିପୋର୍ଟରେ କହିଛନ୍ତି ଯେ ମହଙ୍ଗା ଗୃହଋଣ ଏବଂ ସମ୍ପତ୍ତି ମୂଲ୍ୟରେ ବୃଦ୍ଧି ହେତୁ ୫୦ ଲକ୍ଷରୁ କମ୍ ମୂଲ୍ୟର ସୁଲଭ ଘରଗୁଡିକର ଚାହିଦା ହ୍ରାସ ପାଇଛି।

ନାଇଟ୍ ଫ୍ରାଙ୍କ ଇଣ୍ଡିଆ ମଧ୍ୟ ତାଙ୍କ ରିପୋର୍ଟରେ କହିଛି ଯେ ମୋଟ ହାଉସିଂ ସେଲ୍ସର ୫୦ ଲକ୍ଷରୁ କମ୍ ମୂଲ୍ୟର ଘର ବିକ୍ରିର ଭାଗ ୨୯୧୮ ରେ ୫୪ ପ୍ରତିଶତ ଥିଲା। ୨୦୨୩ରେ 30 ପ୍ରତିଶତକୁ ହ୍ରାସ ପାଇଛି। ୨୦୨୨ରେ ଏହା ୫୦ ଲକ୍ଷରୁ କମ୍ ମୂଲ୍ୟର ୧୧୭,୧୩୧ ହାଉସିଂ ୟୁନିଟ୍ ବିକ୍ରି ହୋଇଥିବାବେଳେ ୨୦୨୩ରେ ୧୬ ପ୍ରତିଶତ ହ୍ରାସ ହୋଇ ୯୭,୯୮୩ ୟୁନିଟ୍‌ରେରେ ପହଞ୍ଚିଛନ୍ତି।

The post ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ନାରେଡ୍‌କୋର ଦାବି; ଗୃହ ଋଣ ସୁଦ୍ଧ ଉପରେ ଟ୍ୟାକ୍ସ ହ୍ରାସ କର appeared first on Prameya News7.