ଚିଠା ତାଲିକାରୁ ହଟିଲେ ୬୫ ଲକ୍ଷ ବିହାରୀ ଭୋଟର
ନୂଆଦିଲ୍ଲୀ,୨୮ା୭: ବିହାର ବିଧାନସଭା ଭୋଟ ପୂର୍ବରୁ ନିର୍ବାଚନ କମିଶନ ଚଳାଇଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ପ୍ରଥମ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଏସ୍ଆଇଆର୍କୁ ଚ୍ୟାଲେଞ୍ଜ କରି ଦାଖଲ ୧୦ରୁ ଊର୍ଦ୍ଧ୍ୱ ପିଟିଶନ୍ର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଥିବା କମିଶନ ସୂଚନା ଦେଇଛନ୍ତି। ଜୁନ୍ ୨୪ରୁ ଜୁଲାଇ ୨୫ ପର୍ଯ୍ୟନ୍ତ ତାଲିକା ସଂଶୋଧନ ଚାଲିଥିଲା। ଏଥିରେ ବିହାରର ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ […] The post ଚିଠା ତାଲିକାରୁ ହଟିଲେ ୬୫ ଲକ୍ଷ ବିହାରୀ ଭୋଟର appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୭: ବିହାର ବିଧାନସଭା ଭୋଟ ପୂର୍ବରୁ ନିର୍ବାଚନ କମିଶନ ଚଳାଇଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ପ୍ରଥମ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଏସ୍ଆଇଆର୍କୁ ଚ୍ୟାଲେଞ୍ଜ କରି ଦାଖଲ ୧୦ରୁ ଊର୍ଦ୍ଧ୍ୱ ପିଟିଶନ୍ର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଥିବା କମିଶନ ସୂଚନା ଦେଇଛନ୍ତି। ଜୁନ୍ ୨୪ରୁ ଜୁଲାଇ ୨୫ ପର୍ଯ୍ୟନ୍ତ ତାଲିକା ସଂଶୋଧନ ଚାଲିଥିଲା। ଏଥିରେ ବିହାରର ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ ୭.୨୪ କୋଟି ସାମିଲ ହୋଇଥିଲେ। ତେବେ ଚିଠା ଭୋଟର ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଛନ୍ତି। ଅଗଷ୍ଟ ୧ରେ ଏହି ଚିଠା ପ୍ରକାଶ ପାଇବାକୁ ଥିବାବେଳେ ସେଥିରେ ଯେଉଁମାନଙ୍କ ନାମ ସ୍ଥାନ ପାଇନାହିଁ ଏବଂ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ସଂଶୋଧନ ପାଇଁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅପିଲ୍ ଗ୍ରହଣ କରାଯିବ। ଇସିଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏହି ଚିଠା ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ନୁହେଁ। ସଂଶୋଧନ ପାଇଁ ହାତରେ ମାସେ ସମୟ ଥିବାବେଳେ କେତେକେ କାହିଁକି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ତାହା ବୁଝାପଡ଼ୁନାହିଁ।
The post ଚିଠା ତାଲିକାରୁ ହଟିଲେ ୬୫ ଲକ୍ଷ ବିହାରୀ ଭୋଟର appeared first on Dharitri Odia News.