ବଡ଼ ଘୋଷଣା: ମିଳିବ ମାଗଣା…
ଚଣ୍ଡିଗଡ଼,୨୯ା୯: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୃଷକମାନଙ୍କ କଲ୍ୟାଣ ପାଇଁ କମିଶନ ଗଠନ ସମେତ ଶହୀଦ ଯବାନଙ୍କ ପରିବାରକୁ ୨ କୋଟି ଟଙ୍କା ଆର୍ଥତ୍କ ସହାୟତା, ନିଯୁକ୍ତି ସୃଷ୍ଟି ଲାଗି ଶ୍ରମକୈନ୍ଦ୍ରିକ ଶିଳ୍ପସଂସ୍ଥାର ପ୍ରସାର ଏବଂ ହରିୟାଣା ସଂଖ୍ୟାଲଘୁ କମିଶନ ଗଠନ ପ୍ରତିଶ୍ରୁତି ଦିଆଯାଇଛି। ଇସ୍ତାହାର ଉନ୍ମୋଚନ ଅବସରରେ ହରିୟାଣା ପିସିସି ସଭାପତି ଉଦୟୀ ଭାନ୍, ବିରୋଧୀ ଦଳ ନେତା ଭୂପିନ୍ଦର ସିଂ […] The post ବଡ଼ ଘୋଷଣା: ମିଳିବ ମାଗଣା… appeared first on Dharitri Odia News.
ଚଣ୍ଡିଗଡ଼,୨୯ା୯: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୃଷକମାନଙ୍କ କଲ୍ୟାଣ ପାଇଁ କମିଶନ ଗଠନ ସମେତ ଶହୀଦ ଯବାନଙ୍କ ପରିବାରକୁ ୨ କୋଟି ଟଙ୍କା ଆର୍ଥତ୍କ ସହାୟତା, ନିଯୁକ୍ତି ସୃଷ୍ଟି ଲାଗି ଶ୍ରମକୈନ୍ଦ୍ରିକ ଶିଳ୍ପସଂସ୍ଥାର ପ୍ରସାର ଏବଂ ହରିୟାଣା ସଂଖ୍ୟାଲଘୁ କମିଶନ ଗଠନ ପ୍ରତିଶ୍ରୁତି ଦିଆଯାଇଛି। ଇସ୍ତାହାର ଉନ୍ମୋଚନ ଅବସରରେ ହରିୟାଣା ପିସିସି ସଭାପତି ଉଦୟୀ ଭାନ୍, ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ହୁଡ଼ା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରମୁଖ ଉପସ୍ଥିତ ଥିଲେ।
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି, ଜାତିଗତ ସର୍ଭେ, ୫୦୦ ଟଙ୍କାରେ ଏଲ୍ପିଜି ଗ୍ୟାସ୍, ସମସ୍ତ ମହିଳାଙ୍କୁ ମାସିକ ୨,୦୦୦ ଟଙ୍କା, ବୃଦ୍ଧାବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବାଙ୍କ ପାଇଁ ୬,୦୦୦ ଟଙ୍କା ମାସିକ ଭତ୍ତା, ୨ ଲକ୍ଷ ସରକାରୀ ନିଯୁକ୍ତି, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ବିନା ମୂଲ୍ୟରେ ଯୋଗାଇ ଦେବାକୁ କଂଗ୍ରେସ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା।
The post ବଡ଼ ଘୋଷଣା: ମିଳିବ ମାଗଣା… appeared first on Dharitri Odia News.