ନିର୍ବାଚନ କମିଶନଙ୍କ ଓ୍ବେବସାଇଟ ବନ୍ଦ, ଫଳାଫଳ ଗାଏବ…, ବଢୁଛି ବିରୋଧ ପ୍ରଦର୍ଶନ
ଇସଲାମାବାଦ,୧୧।୨: ପାକିସ୍ତାନରେ ହୋଇଥିବା ନିର୍ବାଚନର ଫଳାଫଳ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ଠକେଇ ଅଭିଯୋଗ କରି ବିରୋଧ ଆରମ୍ଭ କରିଛନ୍ତି। ପାକିସ୍ତାନର ‘ସମା ଟିଭି’ର ରିପୋର୍ଟ ଅନୁଯାୟୀ, ଲାହୋର, ରାୱଲପିଣ୍ଡି ଏବଂ ପେଶାୱରରେ ପିଟିଆଇ ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହେବାର ଖବର ରହିଛି। ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ, ଗୁଳି ଚଳାଇଥିବାର ଖବର ମଧ୍ୟ ରହିଛି। ଅନ୍ୟପକ୍ଷରେ ପାକିସ୍ତାନର ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ଫଳାଫଳ ଆଉ ଦେଖାଯାଉ […] The post ନିର୍ବାଚନ କମିଶନଙ୍କ ଓ୍ବେବସାଇଟ ବନ୍ଦ, ଫଳାଫଳ ଗାଏବ…, ବଢୁଛି ବିରୋଧ ପ୍ରଦର୍ଶନ appeared first on Dharitri Odia News.
ଇସଲାମାବାଦ,୧୧।୨: ପାକିସ୍ତାନରେ ହୋଇଥିବା ନିର୍ବାଚନର ଫଳାଫଳ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ଠକେଇ ଅଭିଯୋଗ କରି ବିରୋଧ ଆରମ୍ଭ କରିଛନ୍ତି। ପାକିସ୍ତାନର ‘ସମା ଟିଭି’ର ରିପୋର୍ଟ ଅନୁଯାୟୀ, ଲାହୋର, ରାୱଲପିଣ୍ଡି ଏବଂ ପେଶାୱରରେ ପିଟିଆଇ ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହେବାର ଖବର ରହିଛି। ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ, ଗୁଳି ଚଳାଇଥିବାର ଖବର ମଧ୍ୟ ରହିଛି। ଅନ୍ୟପକ୍ଷରେ ପାକିସ୍ତାନର ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ଫଳାଫଳ ଆଉ ଦେଖାଯାଉ ନାହିଁ। ପାକିସ୍ତାନ ନିର୍ବାଚନ ଆୟୋଗର ୱେବସାଇଟ ମଧ୍ୟ ବନ୍ଦ ହୋଇଯାଇଛି।
ପାକିସ୍ତାନ ନିର୍ବାଚନରେ କୌଣସି ଦଳ ନ୍ୟାଶନାଲ ଆସେମ୍ଲିରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି। କିନ୍ତୁ ପିପିପିର ବିଲାୱଲ ଭୁଟ୍ଟୋ ଏବଂ ପିଏମଏଲ-ଏନର ଶହାବାଜ ସରିଫ ଏକ ମିଳିତ ସରକାରରେ ପ୍ରଧାନମନ୍ତ୍ରୀ ହେବାକୁ ଦୌଡ଼ରେ ଅଛନ୍ତି। ପାକିସ୍ତାନର ସାଧାରଣ ନିର୍ବାଚନରେ କୌଣସି ନିର୍ବାଚନ ପ୍ରତୀକ ନ ଥିଲେ ମଧ୍ୟ ଇମ୍ରାନ ଖାଁଙ୍କୁ ସମର୍ଥନ କରୁଥିବା ପ୍ରାର୍ଥୀମାନେ ୧୦୧ ଟି ଆସନ ଜିତିଛନ୍ତି। ଯେଉଁଠାରେ ନୱାଜ ସରିଫଙ୍କ ଦଳ ୭୫ ଟି ଏବଂ ବିଲାୱଲଙ୍କ ଦଳ ୫୪ ଟି ଆସନ ପାଇଛି। ପାକିସ୍ତାନ ନିର୍ବାଚନ ଫଳାଫଳର ଅଗ୍ରଭାଗରେ ରହିବା ପରେ ବର୍ତ୍ତମାନ ଇମ୍ରାନ ସମର୍ଥକମାନେ ଇମ୍ରାନ ଖାଁଙ୍କ ସମେତ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ସେନା ଦାବି କରିଛନ୍ତି।
The post ନିର୍ବାଚନ କମିଶନଙ୍କ ଓ୍ବେବସାଇଟ ବନ୍ଦ, ଫଳାଫଳ ଗାଏବ…, ବଢୁଛି ବିରୋଧ ପ୍ରଦର୍ଶନ appeared first on Dharitri Odia News.