ଆମେରିକା ରାଷ୍ଟ୍ରଦୂତଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୧।୪: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅନୁସନ୍ଧାନ କରାଯାଉଛି। କାରଣ ଦେଶର ସୁରକ୍ଷା ସ୍ବାର୍ଥ ମଧ୍ୟ ଏଥିରେ ଜଡିତ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର କହିଛନ୍ତି। ଆମେରିକାର ଭାରତରେ ଥିବା ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ ବିବୃତ୍ତି ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନ ଉପରେ ସେ ଏହା କହିଛନ୍ତି। ଅନ୍ୟ ଦେଶର ନାଗରିକଙ୍କୁ ହତ୍ୟା ଉଦ୍ୟମରେ ଜଣେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଗ୍ରହଣୀୟ ନୁହେଁ ବୋଲି […] The post ଆମେରିକା ରାଷ୍ଟ୍ରଦୂତଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର appeared first on Dharitri Odia News.

ଆମେରିକା ରାଷ୍ଟ୍ରଦୂତଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୧।୪: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅନୁସନ୍ଧାନ କରାଯାଉଛି। କାରଣ ଦେଶର ସୁରକ୍ଷା ସ୍ବାର୍ଥ ମଧ୍ୟ ଏଥିରେ ଜଡିତ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର କହିଛନ୍ତି। ଆମେରିକାର ଭାରତରେ ଥିବା ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ ବିବୃତ୍ତି ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନ ଉପରେ ସେ ଏହା କହିଛନ୍ତି।
ଅନ୍ୟ ଦେଶର ନାଗରିକଙ୍କୁ ହତ୍ୟା ଉଦ୍ୟମରେ ଜଣେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଗ୍ରହଣୀୟ ନୁହେଁ ବୋଲି ଏରିକ ଗାର୍ସେଟି କହିଛନ୍ତି। ଏନେଇ ଜୟଶଙ୍କର କହିଛନ୍ତି, ଆମେରିକାର ରାଷ୍ଟ୍ରଦୂତ ତାଙ୍କ ସରକାରଙ୍କ ଚିନ୍ତାଧାରା କିମ୍ବା ଆଭିମୁଖ୍ୟ ଅନୁଯାୟୀ ଯାହା ଠିକ ତାହା କହିବେ। ମୋ ସରକାରଙ୍କ ଆଭିମୁଖ୍ୟ ହେଉଛି ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମକୁ କିଛି ତଥ୍ୟ ପ୍ରଦାନ କରାଯାଇଛି, ଯାହାକୁ ଆମେ ଅନୁସନ୍ଧାନ କରୁଛୁ। ଏଥିରେ ଭାରତର ନିଜର ସୁରକ୍ଷା ସ୍ବାର୍ଥ ମଧ୍ୟ ଜଡିତ ଅଛି।

The post ଆମେରିକା ରାଷ୍ଟ୍ରଦୂତଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର appeared first on Dharitri Odia News.