ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୮୦୦୦ରୁ ଅଧିକ ପଥର , ୬ଘଣ୍ଟା ଯାଏ ଗଣିଲେ ଡାକ୍ତର

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଏକ ହସ୍ପିଟାଲରେ ସର୍ଜରୀର ଏକ ଦୁର୍ଲଭ ମାମଲା ସାମ୍ନାକୁ ଆସିଛି। ୭୦ ବର୍ଷିୟ ଜଣେ ବୟସ୍କ ବ୍ୟକ୍ତିଙ୍କ ପେଟରୁ ଏତେ ପଥର ବାହାରିଲା ଯେ , ତାକୁ ଗଣିବାରେ ଡାକ୍ତରଙ୍କୁ ଲାଗିଗଲା ୬ଘଣ୍ଟାର ସମୟ। ହସ୍ପିଟାଲ ଅନୁସାରେ, ଦିଲ୍ଲୀ-ଏନସିଆରରେ ସର୍ଜରୀ ଦ୍ୱାରା ବାହାର କରାଯାଇ ଥିବା ପିତ୍ତାକୋଷର ପଥର ବୋଧହୁଏ ଏହା ସବୁଠୁ ଅଧିକ ସଂଖ୍ୟା। ସୂଚନା ଆଧାରରେ,  ଘଣ୍ଟାଏ ଯାଏ ଚାଲୁଥିବା ସର୍ଜରୀରେ ବ୍ୟକ୍ତିଙ୍କ ପେଟରୁ ୮,୧୨୫ଟି ପିତ୍ତ ପଥର ବାହାର କରାଯାଇ ଥିଲା। ଗୁରୁଗ୍ରାମର ଫୋର୍ଟିସ ମେମୋରିଆଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ କରାଯାଇ ଥିଲା ଏହି ସର୍ଜରୀ , ଯାହାକି ପଥରର ଗଣତି କରି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।  ହସ୍ପିଟାଲ ଗୁରୁବାର ଏକ ବୟାନ ଜାରି କରି କହିଛି ଯେ, ରୋଗୀ ଜଣଙ୍କ ଅନେକ ବର୍ଷରୁ ପେଟରେ ଯନ୍ତ୍ରଣା , ମଝି ମଝିରେ ଜ୍ୱର , ଭୋକ ନଲାଗିବା , ଛାତି ଓ ପିଠିରେ ଭାରୀ ଅନୁଭବ ହେବା ସମସ୍ୟାରେ ପୀଡ଼ିତ ଥିଲେ। କୋଲଷ୍ଟ୍ରଲରେ ଅସନ୍ତୁଳତା ଯୋଗୁଁ ଅନେକ ସମୟରେ ପିତ୍ତକୋଷରେ ପଥର ସୃଷ୍ଟି ହୋଇଥାଏ ଏବଂ ସମୟ ସହ ଏହି ସମସ୍ୟା ବୃଦ୍ଧି ହୋଇଥାଏ। ରୋଗୀର ୧୨ ମଇକୁ ପିତ୍ତକୋଷରୁ ପଥର ହଟେଇବାରୁ ସର୍ଜରୀ ହୋଇଥିଲା। ହସ୍ପିଟାଲ ଅନୁସାରେ , ଏହା ସମ୍ଭବତଃ ଦିଲ୍ଲୀ –ଏନସିଆରରେ ବାହାର କରାଯାଇ ଥିବା ପିତ୍ତକୋଷର ପଥରର ସବୁଠୁ ଅଧିକ ସଂଖ୍ୟା।ସର୍ଜରୀ କରୁଥିବା ଟିମ୍‌ରେ ସାମିଲ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନ

ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୮୦୦୦ରୁ ଅଧିକ ପଥର , ୬ଘଣ୍ଟା ଯାଏ ଗଣିଲେ ଡାକ୍ତର

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଏକ ହସ୍ପିଟାଲରେ ସର୍ଜରୀର ଏକ ଦୁର୍ଲଭ ମାମଲା ସାମ୍ନାକୁ ଆସିଛି। ୭୦ ବର୍ଷିୟ ଜଣେ ବୟସ୍କ ବ୍ୟକ୍ତିଙ୍କ ପେଟରୁ ଏତେ ପଥର ବାହାରିଲା ଯେ , ତାକୁ ଗଣିବାରେ ଡାକ୍ତରଙ୍କୁ ଲାଗିଗଲା ୬ଘଣ୍ଟାର ସମୟ। ହସ୍ପିଟାଲ ଅନୁସାରେ, ଦିଲ୍ଲୀ-ଏନସିଆରରେ ସର୍ଜରୀ ଦ୍ୱାରା ବାହାର କରାଯାଇ ଥିବା ପିତ୍ତାକୋଷର ପଥର ବୋଧହୁଏ ଏହା ସବୁଠୁ ଅଧିକ ସଂଖ୍ୟା। 

ସୂଚନା ଆଧାରରେ,  ଘଣ୍ଟାଏ ଯାଏ ଚାଲୁଥିବା ସର୍ଜରୀରେ ବ୍ୟକ୍ତିଙ୍କ ପେଟରୁ ୮,୧୨୫ଟି ପିତ୍ତ ପଥର ବାହାର କରାଯାଇ ଥିଲା। ଗୁରୁଗ୍ରାମର ଫୋର୍ଟିସ ମେମୋରିଆଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ କରାଯାଇ ଥିଲା ଏହି ସର୍ଜରୀ , ଯାହାକି ପଥରର ଗଣତି କରି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।  

ହସ୍ପିଟାଲ ଗୁରୁବାର ଏକ ବୟାନ ଜାରି କରି କହିଛି ଯେ, ରୋଗୀ ଜଣଙ୍କ ଅନେକ ବର୍ଷରୁ ପେଟରେ ଯନ୍ତ୍ରଣା , ମଝି ମଝିରେ ଜ୍ୱର , ଭୋକ ନଲାଗିବା , ଛାତି ଓ ପିଠିରେ ଭାରୀ ଅନୁଭବ ହେବା ସମସ୍ୟାରେ ପୀଡ଼ିତ ଥିଲେ। କୋଲଷ୍ଟ୍ରଲରେ ଅସନ୍ତୁଳତା ଯୋଗୁଁ ଅନେକ ସମୟରେ ପିତ୍ତକୋଷରେ ପଥର ସୃଷ୍ଟି ହୋଇଥାଏ ଏବଂ ସମୟ ସହ ଏହି ସମସ୍ୟା ବୃଦ୍ଧି ହୋଇଥାଏ। ରୋଗୀର ୧୨ ମଇକୁ ପିତ୍ତକୋଷରୁ ପଥର ହଟେଇବାରୁ ସର୍ଜରୀ ହୋଇଥିଲା। ହସ୍ପିଟାଲ ଅନୁସାରେ , ଏହା ସମ୍ଭବତଃ ଦିଲ୍ଲୀ –ଏନସିଆରରେ ବାହାର କରାଯାଇ ଥିବା ପିତ୍ତକୋଷର ପଥରର ସବୁଠୁ ଅଧିକ ସଂଖ୍ୟା।

ସର୍ଜରୀ କରୁଥିବା ଟିମ୍‌ରେ ସାମିଲ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ ଆଙ୍କୋଲଜିର ନିର୍ଦ୍ଦେଶକ ଡାକ୍ତର ଅମିତ ଜାବେଦ କହିଛନ୍ତି ଯେ , ଏହି ମାମଲା ବାସ୍ତବିକ ଦୁର୍ଲଭ। ଅନେକ ବର୍ଷର ବିଳମ୍ୱ ଯୋଗୁଁ , ଏତେ ପରିମାଣର ପଥର ଜମା ହୋଇଥିଲା। ଯଦି ଚିକିତ୍ସା ଆହୁରି ବିଳମ୍ୱ ହୋଇ ଥାନ୍ତା ତ ଖୁବ୍‌ ଜଟିଳ ସମସ୍ୟା ହୋଇଥାନ୍ତା। ଦୁଇ ଦିନ ପରେ ତାକୁ ସ୍ଥିରାବସ୍ଥାରେ ହସ୍ପିଟାଲରୁ ଛୁଟି ଦିଆଯାଇଛି।

ଡାକ୍ତର କହିଛନ୍ତି ଆରମ୍ଭରେ ରୋଗୀ ଚିକିତ୍ସାକୁ ଏଡାଉ ଥିଲେ। ସ୍ଥିତି ଖୁବ୍ ବିଗିଡିବା ପରେ ତାଙ୍କୁ ହସ୍ପିଟାଲ ଅଣାଯାଇ ଥିଲା। ବିବୃତ୍ତିରେ କୁହାଯାଇଛି ଯେ, ଅଲଟ୍ରାସାଉଣ୍ଡରେ ଜଣା ପଡ଼ିଲା ଯେ, ପିତ୍ତକୋଷରେ ଥଳି ବହୁତ ଘନ ଥିଲା, ଯେଉଁଥି ପାଇଁ ତାଙ୍କୁ ତୁରନ୍ତ ଇନଭେସିଭ୍‌ ଲେପ୍ରୋସ୍କୋପିକ୍‌ ସର୍ଜରୀ କରାଇବାକୁ ପଡ଼ି ଥିଲା।

ଏହିପରି ମାମଲା ଯେବେ ଶୀର୍ଷ ସ୍ତରରେ ପହଞ୍ଚି ଯାଏ ତ ପିତ୍ତକୋଷରେ ପଥର ହେବା, ପିତ୍ତକୋଷ ୱାଲ୍‌ ଘନ ବା ମୋଟା ହେବା , ଫାଇବ୍ରୋସିସ ହେବା ଓ ଏମିତି କି ପିତ୍ତକୋଷର କ୍ୟାନସରର ବିପଦ ମଧ୍ୟ ବଢି ପାରେ।