ଟିକେଟ ପାଇଁ ଆବେଦନ କଲେଣି ୧୦ ହଜାରରୁ ଅଧିକ ଆଶାୟୀ: ପ୍ରଣବ
ଭୁବନେଶ୍ୱର,୨୬।୨(ସୁନିତ୍ ମିଶ୍ର):ଗତ କିଛିବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୌରବ ପ୍ରଦାନ କରିଛନ୍ତି। ସେହିଭଳି ୨୦୨୨ ପଞ୍ଚାୟତ ନିର୍ବାଚନରେ ୫୨%ରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ରୁ ୩୦ ଜିଲା ପରିଷଦରେ ରାଜ୍ୟବାସୀ ବିଜେଡିକୁ ଜିତାଇଛନ୍ତି। ଏହାଦ୍ୱାରା ବିଜେଡିକୁ ଓଡ଼ିଶାର ଏକ ନମ୍ବର ରାଜନୈତିକ ଦଳ ବୋଲି ରାଜ୍ୟବାସୀ ପ୍ରମାଣିତ କରିଥିବା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ସାମାଜିକ ଗଣମାଧ୍ୟମ […] The post ଟିକେଟ ପାଇଁ ଆବେଦନ କଲେଣି ୧୦ ହଜାରରୁ ଅଧିକ ଆଶାୟୀ: ପ୍ରଣବ appeared first on Dharitri Odia News.
ଭୁବନେଶ୍ୱର,୨୬।୨(ସୁନିତ୍ ମିଶ୍ର):ଗତ କିଛିବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୌରବ ପ୍ରଦାନ କରିଛନ୍ତି। ସେହିଭଳି ୨୦୨୨ ପଞ୍ଚାୟତ ନିର୍ବାଚନରେ ୫୨%ରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ରୁ ୩୦ ଜିଲା ପରିଷଦରେ ରାଜ୍ୟବାସୀ ବିଜେଡିକୁ ଜିତାଇଛନ୍ତି। ଏହାଦ୍ୱାରା ବିଜେଡିକୁ ଓଡ଼ିଶାର ଏକ ନମ୍ବର ରାଜନୈତିକ ଦଳ ବୋଲି ରାଜ୍ୟବାସୀ ପ୍ରମାଣିତ କରିଥିବା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ପ୍ରଣବ କହିଛନ୍ତି ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ଏହା ପ୍ରତିପାଦିତ କରୁଛି। ଏହି ଦୁଇଟି କଥା ନିରାଟ ସତ୍ୟ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆଶାୟୀଙ୍କ ଆବେଦନପତ୍ର ଦଳକୁ ପ୍ରାପ୍ତ ହୋଇଛି। ଅତ୍ୟନ୍ତ ଖୁସିର କଥା ଯେ, ବହୁସଂଖ୍ୟକ ପେସାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି। ଆମର ଦୃଢ଼ ବିଶ୍ୱାସ ଏହି ନିର୍ବାଚନରେ ସାଢ଼େ ୪ କୋଟି ରାଜ୍ୟବାସୀଙ୍କ ଆଶୀର୍ବାଦ ବଳରେ ବିଜେଡି ଏକ ଐତିହାସିକ ବିଜୟ ଆଡ଼କୁ ଗତି କରୁଛି। ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ି ଚାଲିଛି। ନବୀନଙ୍କୁ ଲଗାତର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଲାଗି ଓଡ଼ିଶାବାସୀ ମନ ସ୍ଥିର କରିସାରିଥିବା ପ୍ରଣବ ଉଲ୍ଲେଖ କରିଛନ୍ତି।
The post ଟିକେଟ ପାଇଁ ଆବେଦନ କଲେଣି ୧୦ ହଜାରରୁ ଅଧିକ ଆଶାୟୀ: ପ୍ରଣବ appeared first on Dharitri Odia News.