ବିଶ୍ବର ଏକମାତ୍ର ଟେନ୍ ଷ୍ଟାର୍ ହୋଟେଲ
ଦୁବାଇ: ସାଉଦି ଆରବର ଦୁବାଇରେ ବିଶ୍ବର ଏକମାତ୍ର ଦଶ ତାରକା ହୋଟେଲ ‘ଜୁମିରା ବୁର୍ଜ ଅଲ ଆରବ’ ରହିଛି। ଦୁବାଇର ଏକ କୃତ୍ରିମ ଦ୍ୱୀପରେ ନିର୍ମିତ ଏହି ହୋଟେଲ ଅତ୍ୟନ୍ତ ବିଳାସପୂର୍ଣ୍ଣ ହୋଇଥିବା ବେଳେ ଏହାର ଆକାର ଏକ ଡଙ୍ଗା ପରି ରହିଛି। ଆର୍କିଟେକ୍ଟ ଟମ୍ ରାଇଟ୍ ଏହି ହୋଟେଲର ଡିଜାଇନ୍ କରିଥିଲେ। ୧୯୯୯ ମସିହାରେ ଏହି ହୋଟେଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ତେବେ ୩୨୧ ମିଟର ଉଚ୍ଚତାର ଏହି ହୋଟେଲ ବିଶ୍ବର ସବୁଠାରୁ ଉଚ୍ଚ ହୋଟେଲ […] The post ବିଶ୍ବର ଏକମାତ୍ର ଟେନ୍ ଷ୍ଟାର୍ ହୋଟେଲ appeared first on Dharitri Odia News.
ଦୁବାଇ: ସାଉଦି ଆରବର ଦୁବାଇରେ ବିଶ୍ବର ଏକମାତ୍ର ଦଶ ତାରକା ହୋଟେଲ ‘ଜୁମିରା ବୁର୍ଜ ଅଲ ଆରବ’ ରହିଛି। ଦୁବାଇର ଏକ କୃତ୍ରିମ ଦ୍ୱୀପରେ ନିର୍ମିତ ଏହି ହୋଟେଲ ଅତ୍ୟନ୍ତ ବିଳାସପୂର୍ଣ୍ଣ ହୋଇଥିବା ବେଳେ ଏହାର ଆକାର ଏକ ଡଙ୍ଗା ପରି ରହିଛି। ଆର୍କିଟେକ୍ଟ ଟମ୍ ରାଇଟ୍ ଏହି ହୋଟେଲର ଡିଜାଇନ୍ କରିଥିଲେ। ୧୯୯୯ ମସିହାରେ ଏହି ହୋଟେଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ତେବେ ୩୨୧ ମିଟର ଉଚ୍ଚତାର ଏହି ହୋଟେଲ ବିଶ୍ବର ସବୁଠାରୁ ଉଚ୍ଚ ହୋଟେଲ ଭାବେ ମଧ୍ୟ ପରିଚିତ। ପିକ୍ ସିଜନରେ ବୁର୍ଜ ଅଲ୍ ଆରବ ହୋଟେଲରେ ଗୋଟିଏ ରାତ୍ରିଯାପନ ପାଇଁ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଥାଏ। ତେଣୁ କେବଳ ଭିଆଇପି ଓ ସେଲିବ୍ରିଟିମାନେ ଏହି ହୋଟେଲରେ ଛୁଟି କଟାଇବାକୁ ଆସିଥାନ୍ତି। ଏହି ଅଲଟ୍ରା ବିଳାସପୂର୍ଣ୍ଣ ହୋଟେଲରେ ବୁକିଂ କରୁଥିବା ଲୋକଙ୍କୁ ଏକ ଘରୋଇ ଜେଟ୍ ଦ୍ୱାରା ସ୍ବାଗତ କରାଯାଇଥାଏ। ସେହିପରି ଅନେକ ବିଳାସପୂର୍ଣ୍ଣ ଯାନ ସେମାନଙ୍କୁ ପାଛୋଟି ନେବାକୁ ଆସିଥାନ୍ତି। ଏହି ହୋଟେଲର ଭିତର ଅଂଶ ୨୪ କ୍ୟାରେଟ୍ ସୁନା ପ୍ଲେଟ୍ରେ ନିର୍ମିତ। ସେହିପରି ‘ଜୁମିରା ବୁର୍ଜ ଅଲ ଆରବ’ରେ ଗ୍ରାହକମାନଙ୍କୁ ବିଶ୍ୱର ସର୍ବୋତ୍ତମ ଖାଦ୍ୟ ପରଷା ଯାଇଥାଏ। ଏହି ହୋଟେଲରେ ଏକ ଅଣ୍ଡର ୱାଟର ରେଷ୍ଟୁରାଣ୍ଟ ମଧ୍ୟ ରହିଛି।
The post ବିଶ୍ବର ଏକମାତ୍ର ଟେନ୍ ଷ୍ଟାର୍ ହୋଟେଲ appeared first on Dharitri Odia News.