ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ
ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା କଲେଜର ଓଡ଼ିଆ ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ତେଲି ତୋଇକା ଉକ୍ତ କଲେଜର ଯୁକ୍ତ ୨ର ଜନୈକ ନାବାଳିକା ଛାତ୍ରୀକୁ ନେଇ ଫେରାର ହୋଇଥିବା ପୋଲିସରେ ଅଭିଯୋଗ ହୋଇଥିଲା । ନାବାଳିକା ଛାତ୍ରୀକୁ ଅଧ୍ୟାପକ ତେଲି ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇ ସେଠାରେ ରଖିଥିଲେ ବୋଲି […] The post ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ appeared first on Dharitri Odia News.
ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା କଲେଜର ଓଡ଼ିଆ ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ତେଲି ତୋଇକା ଉକ୍ତ କଲେଜର ଯୁକ୍ତ ୨ର ଜନୈକ ନାବାଳିକା ଛାତ୍ରୀକୁ ନେଇ ଫେରାର ହୋଇଥିବା ପୋଲିସରେ ଅଭିଯୋଗ ହୋଇଥିଲା ।
ନାବାଳିକା ଛାତ୍ରୀକୁ ଅଧ୍ୟାପକ ତେଲି ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇ ସେଠାରେ ରଖିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତି କରି ରାୟଗଡ଼ା ଟାଉନ ଥାନା ପୋଲିସ ତେଲିଙ୍କୁ ଗିରଫ କରି ଥାନାକୁ ଆଣିଥିଲା ।
ଏନେଇ ଆଇଆଇସି କେକେବିକେ କହଁରଙ୍କୁ ପଚାରିବାରୁ ନାବାଳିକା ଅପହରଣ ନେଇ ପରିବାରବର୍ଗ ପକ୍ଷରୁ ମାମଲା ରୁଜୁ ହୋଇଛି। ଏହି ମାମଲାର ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଆଇଆଇସି କହଁର।
The post ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ appeared first on Dharitri Odia News.